Thursday, December 11, 2025 08:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବରଙ୍ଗପୁର ଜିଲ୍ଲାରେ ୩ ମାସରେ ୬ ଜଣ ମଲେଣି

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି ମାଝୀ

by Our Correspondent
02 Dec, 2025- 07:13 PM
in Latest News, News
1 min read
0
ନବରଙ୍ଗପୁର ଜିଲ୍ଲାରେ ୩ ମାସରେ ୬ ଜଣ ମଲେଣି

ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଥିବା ହଷ୍ଟେଲ ଗୁଡିକରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କୁ ବିଭିନ୍ନ ଅବହେଳାର ଶିକାର ହେଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନବରଙ୍ଗପୁର ଜିଲ୍ଲାରେ ଥିବା ହଷ୍ଟେଲ ଗୁଡିକରେ ଗତ ତିନି ମାସରେ ଛଅ ଜଣ ଛାତ୍ର ଛାତ୍ରୀ ଚିକିତ୍ସା ଅବହେଳାରେ ମୃତ୍ୟୁବରଣ କରିଛନ୍ତି ବୋଲି ବିଜେଡି ତଥ୍ୟ ରଖିବା ସହିତ ଏଥିପାଇଁ ବିଜେପି ସରକାରକୁ ଦାୟୀ କରିଛି ।

ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲରେ ପ୍ରେସର କୁକର ଫାଟି ଗୁରୁତର ହୋଇଥିଲେ ସୁଦ୍ଧା ତାଙ୍କୁ ୯ ଦିନ ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରା ଯାଇନଥିଲା । ପୂର୍ବତନ ସାଂସଦ କୌଣସି ସୂତ୍ରରୁ ଖବର ପାଇ, ସେ ପୀଡିତା ଛାତ୍ରକୁ ଉଦ୍ଧାର କରିବା ସହିତ, ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତାର ଚିକିତ୍ସା ବ୍ୟବସ୍ଥା କରାଇଥିଲେ ।

ଶ୍ରୀ ମାଝୀ କହିଥିଲେ, ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଜେପି ସରକାରଙ୍କ ଅପାରଗତା ଯୋଗୁ ସମସ୍ତ କ୍ଷେତ୍ରରେ ବିଫଳତା ଜଳ ଜଳ ହୋଇ ଦିଶୁଛି, ଯାହାକୁ ରାଜ୍ୟବାସୀ ଅନୁଭବ କରି ସାରିଲେଣି । ରାଜ୍ୟରେ, ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ, ଆଦିବାସୀ ଓ ଦଳିତ ବର୍ଗର ଲୋକମାନେ ସର୍ବାଧିକ ଅବହେଳାର ଶିକାର ହେଉଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲରେ ପ୍ରେସର କୁକର ଫାଟି ଗୁରୁତର ହୋଇଥିଲେ ସୁଦ୍ଧା, କାଳେ ସରକାର ବଦନାମ ହୋଇଯିବେ ବୋଲି ପୀଡିତ ଛାତ୍ରକୁ ଦୀର୍ଘ ନଅ ଦିନ କାଳ ଚିକିତ୍ସା ପ୍ରଦାନ କରାନଯିବା ଏକ ସାଙ୍ଘାତିକ ଘଟଣା । ଏହି ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନେ ଗୁରୁତର ଅବହେଳାର ଶିକାର ହେଉଛନ୍ତି । ହଷ୍ଟେଲରେ ଥିବା ବେଳେ, ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହେଲେ, ସେମାନଙ୍କୁ ଚିକିତ୍ସା ପ୍ରଦାନରେ ଅବହେଳା କରାଯାଉଛି । ଅସୁସ୍ଥ ପିଲାମାନଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ୱୁଲାନ୍ସ ଯୋଗାଇ ଦିଆ ଯାଇପାରୁ ନାହିଁ । ଗତ ତିନି ମାସରେ, ହଷ୍ଟେଲରେ ଥିବା ସମୟରେ ଅସୁସ୍ଥ ହୋଇ ଛଅ ଜଣ ଛାତ୍ର ଛାତ୍ରୀ ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି । ଏମାନେ ଗୁରୁତର ହେବା ପରେ, ଅଧିକାରୀ ମାନେ ହସ୍ପିଟାଲକୁ ଅଟୋରେ ନେଉଛନ୍ତି । ମୃତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ, ପ୍ରାୟ ତିନି ଜଣ ଅଧା ରାସ୍ତାରେ ପ୍ରାଣ ହରାଇଛନ୍ତି ।

ଡ. ପ୍ରିୟବ୍ରତ ମାଝୀ କହିଥିଲେ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଏପରି ଅବହେଳାକୁ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ । ରାଜ୍ୟ ବିଜେପି ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ଯଦି ପରିସ୍ଥିତିରେ ତୁରନ୍ତ ସୁଧାର ନଆସେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

Previous Post

ଅସହିଷ୍ଣୁତାର ଲଢ଼େଇ !

Next Post

ପ୍ରସନ୍ନଙ୍କୁ ଅପେକ୍ଷା କରାଇଲେ ପ୍ରଭାତୀ! କିଛି ଦିନ ତଳେ

Next Post
ପ୍ରସନ୍ନଙ୍କୁ ଅପେକ୍ଷା କରାଇଲେ ପ୍ରଭାତୀ! କିଛି ଦିନ ତଳେ

ପ୍ରସନ୍ନଙ୍କୁ ଅପେକ୍ଷା କରାଇଲେ ପ୍ରଭାତୀ! କିଛି ଦିନ ତଳେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA