Thursday, September 24, 2026 05:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଂଲିଶ୍ ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲା ବିଜେଡି

ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ

by Our Correspondent
07 Aug, 2026- 11:22 PM
in Latest News, News
1 min read
0
ଇଂଲିଶ୍ ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିପ୍ ୱାର୍ଡେନଙ୍କୁ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରି ଆନେ୍ଦାଳନ ତେଜିବାରେ ଲାଗିଛି । କିନ୍ତୁ ବିଧାୟକ ତାଙ୍କର ଦୋଷ ତ୍ରୁଟିକୁ ସ୍ୱୀକାର କରୁନାହାଁନ୍ତି । ଯାହାକୁ ନେଇ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରାଯାଇଛିି । ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ, ରାଜ୍ୟ କାର୍ଯ୍ୟକାରି ସଭାପତି ଚିନ୍ମୟ ଦାସ ଓ କଟକ ଜିଲ୍ଲା ସଭାପତି ସୁମନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇପ୍ସିତା ସାହୁ କହିଛନ୍ତି ଯେ, ରାଜ୍ୟର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ବିଶ୍ୱବିଦ୍ୟାଳୟର ପରିସରରୁ ରାଜରାସ୍ତାରେ ପହଞ୍ଚିଲାଣି । ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଛନ୍ତି । ରେଭେନ୍ସା ଭଳି ପୂରାତନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ପାଣିକୁ ନେଇ ସମସ୍ୟା ଦେଖା ଦେଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିନା ଡାକରାରେ ବିଧାୟକ ଶ୍ରୀ ସେଠୀ ସେଠାରେ ପହଞ୍ଚି ବିବାଦ ସୃଷ୍ଟି କରିଥିଲେ । ଉକ୍ତ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିଲେ । ଜଣେ ବିଧାୟକ ହୋଇ ଏହିପରି ବ୍ୟବହାର ଜମାରୁ ଗ୍ରହଣୀୟ ନୁହେଁ । ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଏମିତି ଥିଲା ଯେ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ଏଫଏମ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବାଦ ପାଇଁ ବିଜେପି ସରକାର ହିଁ ଦାୟୀ । ଏତେ ପରେ ମଧ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିରବ ରହିଛନ୍ତି । ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶର ସୁରକ୍ଷା ପାଇଁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ରହିଛନ୍ତି । ଏହି ବିବାଦ ଏବେ ଛାତ୍ରଛାତ୍ରୀ ଆନ୍ଦୋଳନ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଆନେ୍ଦାଳନ ଜାରି ରଖିଛନ୍ତି । ବିଧାୟକ ଶ୍ରୀ ସେଠୀ ବିଜେପିର ବିଧାୟକ ହୋଇଥିବାରୁ ତାଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଏକ ମାଇଲଖୁଣ୍ଟ । ବିଧାୟକ ଶ୍ରୀ ସେଠୀଙ୍କ ଏହିପରି ବ୍ୟବହାର ଉକ୍ତ ବିଶ୍ୱବିଦ୍ୟାଳୟର ଜଣେ ପୂରାତନ ଛାତ୍ର ଭାବେ ଆମକୁ ଆଘାତ ଦେଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଆମ ଗର୍ବ, ଗୌରବ, ଐତିହ୍ୟ ସହ ଓଡ଼ିଆ ଅସ୍ମିତା ସହ ଜଡ଼ିତ । ତେବେ ଓଡ଼ିଆ ଅସ୍ମିତାର ସୁରକ୍ଷା ନେଇ ଦ୍ୱାହି ଦେଉଥିବା ବିଜେପି ସରକାର ଆଜି ଏହାକୁ ନିନ୍ଦିତ କରିଛି । ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ବିଶ୍ୱବିଦ୍ୟାଳୟ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବିଭିନ୍ନ ସମସ୍ୟା ଲାଗି ରହିଛି । ତେବେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିବାଦରେ ବିଧାୟକ ଶ୍ରୀ ସେଠୀ ବିନା ଡାକରାରେ ଯାଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦୁର୍ବବ୍ୟବହାର କରିବା ଗ୍ରହଣୀୟ ନୁହେଁ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ଉନ୍ନତି ନେଇ ସଦା ସର୍ବଦା ପ୍ରୟାସ ଜାରି ରଖିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସୁନ୍ଦର ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଳିଛନ୍ତି । କିନ୍ତୁ ବର୍ତ୍ତମାନ ଉନ୍ନତ ଶୈକ୍ଷିକ ପରିବେଶକୁ ନଷ୍ଟ କରିବାକୁ ବିଜେପି ସରକାର ଲାଗି ପଡିଛି ।

ସେହିପରି ଶ୍ରୀ ବେହେରା କହିଛନ୍ତି , ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠି ସୁନାମ ରହିଛି । କିନ୍ତୁ ବିଜେପି ସରକାର ତାହାର ଗାରିମା ନଷ୍ଟ କରିବାରେ ଲାଗି ପଡିଛି । ବିଜେପି ଶାସନକୁ ଆସିବା ପରଠୁ ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାକୁ ଲାଗି ପଡିଛନ୍ତି । ବିଧାୟକ ଶ୍ରୀ ସେଠୀ ଏହିପରି ବ୍ୟବହାର କରି ପୁଣି କଟକକୁ ନିନ୍ଦିତ କରିଛନ୍ତି । ଗୁରୁ ମାନଙ୍କୁ ଯେଉଁ ପରି ଦୁର୍ବବ୍ୟବହାର କରିଛନ୍ତି, ତାହା ଜମାରୁ ଗ୍ରହଣୀୟ ନୁହେଁ ।

Previous Post

ଶିକ୍ଷକ ସଂଘକୁ ଇଂଲିଶ୍ ବିଧାୟକଙ୍କ ଚାଲେଞ୍ଜ

Next Post

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

Next Post
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA