Sunday, August 9, 2026 10:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

ଜବାବ ଦେଲା ବିଜେଡି

by Our Correspondent
08 Aug, 2026- 09:45 PM
in Latest News, News, Politics
1 min read
0
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରମନ୍ତ୍ରୀ ପଦ ହରାଇଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ବଲପୁରକୁ ପ୍ରଥମ ଗସ୍ତରେ ଆସିଛନ୍ତି । ଆଜି ରେଢ଼ାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ରଙ୍କର ଏହି ବକ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟିି କରିଛି ।

ଆଜି ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣର ଭୂମିପୂଜନ ଏବଂ ଅସ୍ଥାୟୀ ଭବନର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ମନ୍ତ୍ରୀ ରବି ନାଏକ । ଧର୍ମେନ୍ଦ୍ର ତାଙ୍କ ଭାଷଣରେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରସଙ୍ଗରେ କହିଲା ବେଳେ ମିଡିଆ ପାଇଁ ଗୁଗୁଲି ଛାଡ଼ିବାକୁ ଭୁଲି ନ ଥିଲେ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଇଚ୍ଛା ଓ ଅନୁମତିରେ ସେ ଏଠାକୁ ଆସିଛନ୍ତି ବୋଲି ଆଗୁଆ ଜଣାଇ ଜେନ୍-ଜି ଆନ୍ଦୋଳନକୁ ସମର୍ଥନ କରି ତାଙ୍କର ଇସ୍ତଫା ଦାବି କରିଥିବା ନବୀନ ପଟ୍ଟନାୟକଙ୍କୁ ତେର୍ଚ୍ଛାବାଣ ମାରିଥିଲେ ।

ଧର୍ମେନ୍ଦ୍ର କହିଥିଲେ ଯେ ୧୨ ବର୍ଷ କାଳ କେନ୍ଦ୍ରରେ ମନ୍ତ୍ରୀ ରହିବା ଭିତରେ ସେ ଓଡ଼ିଆ ଲୋକଙ୍କ ମୁଣ୍ଡ କେବେ ତଳକୁ କରିନାହାନ୍ତି । ମାତ୍ର ନବୀନ ବାବୁ ତାଙ୍କୁ ବଦମାସ, କୁଳାଙ୍ଗାର ବୋଲି କହୁଛନ୍ତି । ଛୋଟ ଦୁଇ ଭାଇ ଭଉଣୀ(ଚିନ୍ମୟ ଓ ଇପ୍ସିତା)ଙ୍କୁ କାମରେ ଲଗାଇଛନ୍ତି । ସେମାନେ ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍ ନାରା ଦେଉଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏଠୁ ପଳଉ ବୋଲି କହୁଛନ୍ତି । ତେବେ ମହାପ୍ରଭୁ, ମା’ ସମଲେଶ୍ୱରୀ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଓଡ଼ିଶା ଲୋକଙ୍କ ମୁଣ୍ଡ କେବେ ସେ ତଳକୁ କରିନାହାନ୍ତି । ଓଡ଼ିଶାର ସମ୍ମାନହାନି ଭଳିଆ କୌଣସି ପାପ କେବେ କରିବେ ନାହିଁ ।

ଧର୍ମେନ୍ଦ୍ର ଏହା କହିବା ପୂର୍ବରୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କର ଅନୁମତି ଭିକ୍ଷା କରି ଭିନ୍ନ ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲେ । ସଂଯୋଗକୁ ଆଜି ପ୍ରସନ୍ନ ଆଚାର୍ଯ୍ୟଙ୍କର ଜନ୍ମଦିନ ଥିବାରୁ ଧର୍ମେନ୍ଦ୍ର ତାଙ୍କୁ କେକ୍ କାଟି ଖୁଆଇଥିଲେ ଏବଂ ତାଙ୍କର ଆଶୀର୍ବାଦ ନେଇଥିଲେ ।

ସଭାରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କର କଟାକ୍ଷ ଉପରେ ଗଣମାଧ୍ୟମକୁ ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ନବୀନ ପଟ୍ଟନାୟକ କି ବିଜୁ ଜନତା ଦଳ କାହାକୁ ଶିଖାଇବାର ଆବଶ୍ୟକତା ନାହିଁ । ଆଜି ଭାରତବର୍ଷରେ ସ୍ୱତଃସ୍ପୃତ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତା’ର ପ୍ରତିଫଳନ ଓଡ଼ିଶାରେ ହୋଇଛି । କିଏ ତାକୁ ବାଧା ଦେବ କି କିଏ ତାକୁ ମନା କରିବ । ଏସବୁ ଯେ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୋଇଛି ତାହା କହିବା ଠିକ୍ ନୁହେଁ ।

ସେହିଭଳି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ । ସେ କହିଛନ୍ତି ନବୀନ ବାବୁ କାହାକୁ କାହିଁକି ବଦନାମ କରିବେ? ଦେଶ ଜାଣିଛି କ’ଣ ହୋଇଛି । ନିଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ୨୧ ପିଲା ଜୀବନ ହରାଇଲେ । ଯନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ପିଲାମାନଙ୍କୁ ଅମାନୁଷିକ ଆକ୍ରମଣ କରାଗଲା । ସେମାନଙ୍କୁ ଲାଠି ମାଡ଼ ହେଲା । ପେଲେଟ୍ ବନ୍ଧୁକ ବ୍ୟବହାର କରାଗଲା । ଏତେ ସବୁ କାଣ୍ଡ ପରେ ନବୀନ ପଟ୍ଟନାୟକ ତାଙ୍କୁ ବଦନାମ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

 

Previous Post

ଇଂଲିଶ୍ ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲା ବିଜେଡି

Next Post

୬୬୩୯୨ କୋଟିର ନିବେଶ, ୫୪୧୩୫ ନିଯୁକ୍ତି ସୁଯୋଗ

Next Post
୬୬୩୯୨ କୋଟିର ନିବେଶ, ୫୪୧୩୫ ନିଯୁକ୍ତି ସୁଯୋଗ

୬୬୩୯୨ କୋଟିର ନିବେଶ, ୫୪୧୩୫ ନିଯୁକ୍ତି ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA