Sunday, August 9, 2026 10:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬୬୩୯୨ କୋଟିର ନିବେଶ, ୫୪୧୩୫ ନିଯୁକ୍ତି ସୁଯୋଗ

'ଓଡ଼ିଶା ଫୁଡ୍ ପ୍ରୋ 2026' ରୋଡ୍‌ସୋ

by Our Correspondent
08 Aug, 2026- 09:53 PM
in Latest News, News
1 min read
0
୬୬୩୯୨ କୋଟିର ନିବେଶ, ୫୪୧୩୫ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଆଜି ଶିଳ୍ପଜଗତରୁ ଆଜି ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଗତକାଲି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ହାୟର୍ (Haier) ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।

ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସର ଏକ ଅଂଶ।

ଉତ୍ପାଦନ, ପୁଞ୍ଜିନିବେଶ ଏବଂ ନିଯୁକ୍ତି-ଭିତ୍ତିକ ଅଭିବୃଦ୍ଧି ପାଇଁ ଓଡିଶାକୁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ତା’ର ଉଦ୍ୟମକୁ ତ୍ୱରାନ୍ୱିତ କରୁଛି।

ହାୟର୍ (Haier) ଉତ୍ପାଦନ କେନ୍ଦ୍ର ପରିଦର୍ଶନ ସମୟରେ ସେ ବରିଷ୍ଠ କମ୍ପାନୀ କର୍ମକର୍ତ୍ତା ଏବଂ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ ଏବଂ କମ୍ପାନୀର ଉତ୍ପାଦନ ପ୍ରକ୍ରିୟା ଏବଂ ବ୍ୟବସ୍ଥାଗୁଡ଼ିକୁ ଅନୁଧ୍ୟାନ କରିଥିଲେ।

ହାୟର୍ କମ୍ପାନୀର ଉନ୍ନତ ଉତ୍ପାଦନ ପଦ୍ଧତିଗୁଡ଼ିକୁ ବୁଝିବା ଏବଂ ବିଶେଷକରି ଇଲେକ୍ଟ୍ରୋନିକ୍ସ, ଗୃହୋପକରଣ, ସପ୍ଲାଏ ଚେନ୍ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉତ୍ପାଦନ ପରିବେଶକୁ ସୁଦୃଢ଼ କରିବା ପାଇଁ ଏବଂ ସମ୍ଭାବ୍ୟ ସୁଯୋଗଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପାଇଁ ଏହି ପରିଦର୍ଶନ ଏକ ସୁଯୋଗ ପ୍ରଦାନ କରିଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଓଡ଼ିଶା ଏପରି ଏକ ଶିଳ୍ପ ବାତାବରଣ ସୃଷ୍ଟି କରୁଛି ଯେଉଁଠାରେ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ହୋଇପାରିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଭାଲ୍ୟ-ଆଡିସନ୍ ହୋଇପାରିବ। ଆମର ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ନୂତନ ସୁଯୋଗ ଖୋଲିବା। ଆମେ ଚାହୁଁଛୁ ଯେ ଅଭିବୃଦ୍ଧି ପାଇଁ ନିବେଶକମାନେ ଓଡ଼ିଶାକୁ ଏକ ଦୀର୍ଘକାଳୀନ ପାର୍ଟନର ଭାବରେ ଦେଖନ୍ତୁ।”

ପ୍ରମୁଖ ଉତ୍ପାଦନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହ ରାଉଣ୍ଡ ଟେବଲ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍‌ର ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ ଟେବଲ ବୈଠକରେ ଓଡ଼ିଶାରେ ଉତ୍ପାଦନ, ଶିଳ୍ପ ଭିତ୍ତିଭୂମି, ଆନୁଷଙ୍ଗିକ ବିକାଶ ଏବଂ ଯୋଗାଣ ଶୃଙ୍ଖଳା ଏକତ୍ରୀକରଣ ନେଇ ଆଲୋଚନା ହୋଇଥିଲା।

ନୋଏଡ଼ା ଆପାରେଲ୍ ଏକ୍ସପୋର୍ଟ କ୍ଲଷ୍ଟରର ସହଯୋଗରେ ନୋଏଡ଼ା ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଟେକ୍ସଟାଇଲ୍ ଏବଂ ପୋଷାକ ସମ୍ପର୍କିତ ରାଉଣ୍ଡ ଟେବଲରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ, ରପ୍ତାନି ସୁଯୋଗ, ଦକ୍ଷ କର୍ମଚାରୀ ଏବଂ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନାଲ୍‌କୋ (NALCO) ର ସହଯୋଗରେ ଆୟୋଜିତ ଆଲୁମିନିୟମ୍ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ୍ ରାଉଣ୍ଡ ଟେବଲରେ ଓଡ଼ିଶାରେ ଆଲୁମିନିୟମ୍ ମୂଲ୍ୟ ସଂଯୋଜନା, ଡାଉନଷ୍ଟ୍ରିମ୍ ଉତ୍ପାଦନ, ଆନୁଷଙ୍ଗିକ ଶିଳ୍ପ ଏବଂ ଏମ୍ଏସ୍‌ଏମ୍‌ଇ ର ଅଂଶଗ୍ରହଣକୁ ପ୍ରସାର କରିବା ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

ଏହି ଦୁଇ ଦିନିଆ ଅଭିଯାନର ଫଳସ୍ୱରୂପ ଏକାଧିକ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ୬୬,୩୯୨ କୋଟି ଟଙ୍କା ଥିବାବେଳେ, ୫୪,୧୩୫ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଏହି ଅବସରରେ ମୋଟ ୩୮ଟି MoU ସ୍ୱାକ୍ଷରିତ ହୋଇଥିବା ବେଳେ, ଏହାଦ୍ୱାରା ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଛି ଏବଂ ୪୬,୦୭୧ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ୧,୬୮୯ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ମିଳିଥିଲା, ଯାହାଦ୍ୱାରା ୮,୦୬୪ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି।

ଏହି ଫଳାଫଳଗୁଡ଼ିକ ଓଡ଼ିଶା ପ୍ରତି ଶିଳ୍ପଜଗତର ବଢୁଥିବା ଭରସାକୁ ପ୍ରତିଫଳିତ କରୁଛି। ରାଜ୍ୟରେ ଏକ ଶକ୍ତିଶାଳୀ ଶିଳ୍ପ ପରିବେଶ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ବ୍ୟାପକ ସଫଳତା ହାସଲ କରିଛି ।

ଏହି ଅଭିଯାନକୁ ସମାପ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, “ପୂର୍ବୋଦୟ ପାଇଁ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପଜଗତଠାରୁ ମିଳିଥିବା ପ୍ରତିଶ୍ରୁତି ଅତ୍ୟନ୍ତ ଉତ୍ସାହଜନକ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଡବଲ୍ ଇଞ୍ଜିନ ସରକାରଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ଏକ ନୂଆ ଶିଖରକୁ ନେଇଯିବା ପାଇଁ ପ୍ରତିଶ୍ରୁତିବଦ୍ଧ।”

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଦିଲ୍ଲୀ-ଏନ୍‌ସିଆର୍‌ରେ ଶିଳ୍ପଗୁଡ଼ିକରୁ ମିଳିଥିବା ପ୍ରତିକ୍ରିୟା ଓଡ଼ିଶାର ନିବେଶ ବାତାବରଣ ପ୍ରତି ବର୍ଦ୍ଧିତ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି। ଆମର ପ୍ରାଥମିକତା ହେଉଛି ନିବେଶକମାନଙ୍କୁ ସୁବିଧା ପ୍ରଦାନ କରିବା, କ୍ଷେତ୍ର-ନିର୍ଦ୍ଦିଷ୍ଟ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଏହି ଆଲୋଚନା ମାଧ୍ୟମରେ ସୃଷ୍ଟି ହୋଇଥିବା ନିବେଶ ଆଗ୍ରହକୁ ଯେପରିଜମିରେ ପ୍ରକଳ୍ପରେ ପରିଣତ କରାଯାଇପାରିବ ଏବଂ ରାଜ୍ୟର ଦୀର୍ଘକାଳୀନ ଶିଳ୍ପ ଅଭିବୃଦ୍ଧିରେ ଅବଦାନ ରଖିପାରିବ, ସେଥିପାଇଁ ଆମେ କାର୍ଯ୍ୟ କରୁଛୁ।”

ଦିଲ୍ଲୀ-ଏନ୍‌ସିଆର ରେ ଦୁଇ ଦିନିଆ ସଫଳ କାର୍ଯ୍ୟକ୍ରମ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି । ଏଥିରେ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ବ୍ୟତୀତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ୪୬ଟି ଉଚ୍ଚସ୍ତରୀୟ ବୈଠକ ଏବଂ ମୋଟ ୨୦୮ଟି ଶିଳ୍ପ ଆଲୋଚନା ଅନ୍ତର୍ଭୁକ୍ତ ରହିଛି।

Previous Post

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA