Tuesday, July 7, 2026 11:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫୁଲ୍ ଜୋସ୍ ରେ ବିଜେଡି ବାହିନୀ

ଦରଦାମ ବୃଦ୍ଧି, ରାସ୍ତାକୁ ଓହ୍ଲାଇଲା ବିଜେଡି

by Our Correspondent
06 Jan, 2025- 08:02 PM
in Latest News
1 min read
0
ଫୁଲ୍ ଜୋସ୍ ରେ ବିଜେଡି ବାହିନୀ

ଡବଲ୍ ଇଞ୍ଜିନ୍ ସରକାର, ଡବଲ୍ ମାଡ଼: ନବୀନ
ଏଠି ସିଙ୍ଗଲ୍ ଇଞ୍ଜିନ୍ ବି ଫେଲ୍: ପ୍ରସନ୍ନ ଆଚାର୍ଯ୍ୟ
ତମ ନିଦ ହଜେଇ ଦେବୁ: ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଛି । ଫସଲହାନୀ ଓ ଋଣଚାପ ସହି ନ ପାରି ଚାଷୀ ଆତ୍ମହତ୍ୟା ବି ବଢ଼ିଚାଲିଛି । ଲୋକମାନେ ଦରବୃଦ୍ଧି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡବଲ ଇଂଜିନ୍ ସରକାର ସେମାନଙ୍କ ମୁହଁରେ ହସ ଆଣିପାରିନାହାନ୍ତି । ମୋହନ ସରକାରଙ୍କ ଏହି ଅପାରଗତାକୁ ଧରି ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି ରାଜରାସ୍ତାକୁ ଓହ୍ଲାଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରୁ ହଜାର ହଜାର ନେତା ଓ କର୍ମୀ ଏହି ଗଣବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ସାମନା ଲୋୟର ପିଏମଜିରେ ଆୟୋଜିତ ବିଶାଳ ସମାବେଶକୁ ଉଦବୋଧନ ଦେଇଥିଲେ ନବୀନ । ନିର୍ବାଚନ ହାରିବା ପରେ ବିଜେଡିର ଏହା ଥିଲା ପ୍ରଥମ ବଡ଼ ଶକ୍ତି ପ୍ରଦର୍ଶନ । ନେତା ଓ କର୍ମୀମାନେ ଖାଲି ଏକଜୁଟ୍ ହୋଇ ନ ଥିଲେ, ବରଂ ମୋହନ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ସମସ୍ତଙ୍କ ମନରେ ଥିଲା ଅପୂର୍ବ ଉତ୍ସାହ ।

କର୍ମୀମାନଙ୍କୁ ତାଙ୍କ ଉଦବୋଧନରେ ନବୀନ କହିଥିଲେ- ଜୁନ ମାସରେ ବିଜେପି ସରକାର ଗଠନ ହେଲା । ୭ ମାସ ହୋଇଗଲା । ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡୁନାହିଁ ।

ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ତେଜରାତିଠାରୁୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ । ବଜାର ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ । ଆଈ ମା କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି । ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି । କିନ୍ତୁ ନେତାଙ୍କ ସମୟ ନିଜ ପ୍ରମୋସନରେ ବିତୁଛି ।

ହାଟ ବଜାରରେ ଲୋକ ପ୍ରତିଦିନ ଅଶାନ୍ତି । ମା’ ମାନେ କାନ୍ଦୁଛନ୍ତି । ଚାଷୀ କାନ୍ଦୁଛନ୍ତି । କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି ।

ବିଜେଡିଠାରୁ କମ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି । ଡବଲ ଇଞ୍ଜିନ୍, ଡବଲ୍ ମାଡ଼ । ଏପଟେ ଦରବୃଦ୍ଧି ମାଡ଼, ସେପଟେ ଜିଏସଟି ମାଡ଼ । ସବୁ ଜିନିଷରେ ଜିଏସଟି । ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି । ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ । କିନ୍ତୁ ଫିଲ୍ମ ରିଲିଜ୍ ହେଲା ଏମଏମ(ମହଙ୍ଗା ମାଡ଼) ସରକାର । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ ବୋଲି ନବୀନ କହିଥିଲେ ।

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ- ଆମେ ସରକାର କରି ଜାଣୁ । ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଳେ ଆନ୍ଦୋଳନ କରି ବି ଜାଣୁ । ଆଜିର ସମାବେଶ ତାହାର ପ୍ରମାଣ । ଯେତେବେଳେ ବି ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହୋଇଛି, ନବୀନ ପଟ୍ଟନାୟକ ସ୍ୱର ଉଠାଇଛନ୍ତି । ଆଜି ସେହି ସମୟ ଆସିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର । କିନ୍ତୁ ସିଙ୍ଗଲ ଇଞ୍ଜିନ୍ ବି ଫେଲ୍ ହୋଇଗଲାଣି । ମାନ୍ୟବର ମନ୍ତ୍ରୀମାନେ ସକାଳେ ଗୋଟେ ପଲିସି କରୁଛନ୍ତି, ଦ୍ୱିପ୍ରହରେ ଆଉ ଗୋଟେ ପଲିସି ଘୋଷଣା କରୁଛନ୍ତି । ସଂଧ୍ୟାବେଳେ ତାଙ୍କ ପଲିସି ବଦଳି ଯାଉଛି । ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି । ଗୋଟିଏ ବିଭାଗର ମନ୍ତ୍ରୀ ଆଉ ଗୋଟେ ବିଭାଗର ସମୀକ୍ଷା କରୁଛନ୍ତି । ଏଠି ଅଦ୍ଭୂତ ଶାସନ ଚାଲିଛି । ଲୋକଙ୍କ ମୌଳିକ ସମସ୍ୟା ସମାଧାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ବରିଷ୍ଠ ନେତା ଅରୁଣ ସାହୁ କହିଥିଲେ- ନୂଆ ତରିକାରେ ନୂଆ ଲଢ଼େଇରେ ବିଜୁ ଜନତା ଦଳ ଲଢ଼େଇରେ ଅବତୀର୍ଣ୍ଣ ହେଲା । ଆଜି ଓଡ଼ିଶା ଶ୍ରୀହୀନ ହୋଇଯାଇଛି । ସତେ ଯେମିତି ଲକ୍ଷ୍ମୀ ଛାଡ଼ି ଛାଡ଼ି ଯାଉଛନ୍ତି । ସେହିଭଳି ଅବସ୍ଥା, ବ୍ୟବସ୍ଥା ବର୍ତ୍ତମାନ ରାଜ୍ୟ ସରକାର କରୁଛନ୍ତି । ଲୋକଙ୍କ ଦୁର୍ଗତି ବଢ଼ାଇବାରେ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି । ଗତ ୧୦ ବର୍ଷରେ ଭାରତର ଦରଦାମ ସ୍ଥିତି ଉପରେ ଆଲୋକପାତ କରି ସେ କହିଥିଲେ,

୨୦୧୪ ରେ ଏଲପିଜି ଗ୍ୟାସ ଦର ଥିଲା ୪୧୦ ଟଙ୍କା । ବର୍ତ୍ତମାନ ୯୮୦ ଟଙ୍କା । ବଢ଼ିଛି ୫୭୦ ଟଙ୍କା । ସୋରିଷ ତେଲ ଥିଲା ୯୦, ୮୦ ଟଙ୍କା ବଢ଼ି ବର୍ତ୍ତମାନ ୧୭୦ ଟଙ୍କା ହୋଇଛି । ଅଟା କେଜି ଥିଲା ୨୨, ଏବେ ୪୫ ଟଙ୍କା । କ୍ଷୀର ଲିଟର ୩୫ ଟଙ୍କା ଥିଲା । ଏବେ ୫୨ ଟଙ୍କା । । ପେଟ୍ରୋଲ ଲିଟର ଥିଲା ୬୩, ବର୍ତ୍ତମାନ ୧୦୪ ଟଙ୍କା । ୧୦ ବର୍ଷରେ ୪୧ ଟଙ୍କା ବଢ଼ିଛି । ଗୋଟେ ପାଉରୁଟି ଦାମ ଥିଲା ୧୮ ଟଙ୍କା । ଏବେ ୪୫ ଟଙ୍କା । ଘିଅ ୧୦୦ ଗ୍ରାମକୁ ଥିଲା ୨୬ ଟଙ୍କା । ବର୍ତ୍ତମାନ ୬୦ ଟଙ୍କା । କ୍ଷୀରଗୁଣ୍ଡ ୪୦୦ ଟଙ୍କା ଥିଲା । ବର୍ତ୍ତମାନ ୫୪୦ ଟଙ୍କା । ଲୁଣ ଥିଲା ୧୮ ଟଙ୍କା । ଏବେ ୨୮ ଟଙ୍କା । ଚିନି ୨୪ ଥିଲା, ଏବେ ୪୯ ଟଙ୍କା । ସୁନା ଦାମ ଥିଲା ୨୮ ହଜାର । ବର୍ତ୍ତମାନ ୮୦ ହଜାର ଟଙ୍କା । ରୂପାର ଦାମ ଥିଲା କେଜି ୩୫ ହଜାର । ବର୍ତ୍ତମାନ ୧ ଲକ୍ଷ ୩ ହଜାର ।

ଶ୍ରୀ ସାହୁ କହିଥିଲେ, ମୋଦିଙ୍କ ସରକାର ମୁନାଫାଙ୍କ ସରକାର । ଆଦାନୀଙ୍କ ସ୍ୱାର୍ଥ ଆଗରେ ଆଉ ସବୁ ତୁଚ୍ଛ । ଡବଲ ଇଞ୍ଜିନ ସରକାରର କାମ ହେଲା, ଡବଲ ଇଞ୍ଜିନ୍, ଡବଲ ଶୋଷଣ ଏବଂ ଲୋକମାନଙ୍କୁ ଡବଲ କଷଣ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରି ଆସିଛି, କରିବ । ଡବଲ ଇଞ୍ଜିନ ସରକାରର ନିଦ ହଜେଇ ଦେବୁ । ଚେତା ହଜେଇଦେବୁ ।

ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଥିଲେ- ବିଜେଡି ଗଠନ ପରେ ଏହି ଲୋୟର ପିଏମଜିରେ କଂଗ୍ରେସ କୁଶାସନ ବିରୋଧରେ ୧୯୯୯ ମସିହାରେ ଆନ୍ଦୋଳନ ହୋଇଥିଲା । ତାହା ବିଜେଡି ସରକାର ଗଠନର ଦିଗ ନିର୍ଦ୍ଧାରଣ କରିଥିଲା । ଆଜି ପୁଣି ଡବଲ ଇଞ୍ଜିନ୍ ସରକାରଙ୍କ ଜନମାରଣ ନୀତି ବିରୋଧରେ ବିଜେଡି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ସେଥିରେ ସମସ୍ତଙ୍କର ଦାୟିତ୍ୱ ରହିଛି । ଏହି ଦୁର୍ବାର ଆନ୍ଦୋଳନକୁ ଚଲାଇ ରଖିବା । ଏହି ସଂକଳ୍ପ ନେବା ।

ବରିଷ୍ଠ ନେତା ପ୍ରତାପ ଜେନା କହିଥିଲେ- ଯେତେବେଳେ ଲୋକଙ୍କ ସ୍ୱାର୍ଥରେ ଆଞ୍ଚ ଆସିଛି, ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇଛି । ଆଗକୁ ଏହି ଆନ୍ଦୋଳନ ବ୍ୟାପକ ହେବ ।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ସଂଚାଳନରେ ଆୟୋଜିତ ସଭାରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ଡ. ସସ୍ମିତ୍ ପାତ୍ର, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂ, ମୁନ୍ନା ଖାଁ, ଗଣେଶ୍ୱର ବେହେରା, ଧ୍ରୁବ ସାହୁ, ପ୍ରୀତିରଂଜନ ଘଡ଼େଇ, ବ୍ରଜ ପ୍ରଧାନ, ଭ୍ରୁଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଯୁବ ବିଜେଡି ସଭାପତି ବ୍ୟୋମୋକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଭାଷଣ ଦେଇଥିଲେ ।

ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନେତା ଓ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜଧାନୀର ବିଭିନ୍ନ ଜାଗାରୁ ସେମାନେ ଶୋଭାଯାତ୍ରାରେ ବାହାରି ଆନ୍ଦୋଳନସ୍ଥଳକୁ ଯାଇଥିଲେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା ।

Previous Post

ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ

Next Post

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

Next Post
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA