Sunday, April 19, 2026 01:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ

ଆଦିବାସୀ ମେଳା ଉଦଘାଟିତ

by Our Correspondent
05 Jan, 2025- 09:42 PM
in Latest News, News
1 min read
0
ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର  ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି । ଏ ବର୍ଷ ପ୍ରବାସୀ ଭାରତୀୟ ମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖିବେ, ଜାଣିବେ ଓ ଅନୁଭବ କରିବେ । ଓଡିଶାର ସବୁ ଆଦିବାସୀ ମାନଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱ ମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ଏହା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ ଆଉଟ୍ ହାର ମଧ୍ୟ କମିବାରେ ଏହା ସହାୟକ ହେବ । ଯେଉଁ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ, ଏବଂ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବେ, ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବରେ ଏକାକାଳୀନ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯିବ ।

ସମ୍ପୃକ୍ତ ଶ୍ରେଣୀରେ ନାମ ପଞ୍ଜୀକରଣ ହେବା ପରେ ନିୟମିତ କକ୍ଷରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଆଜି 1.6 ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରୋତ୍ସାହନ ରାଶି ପାଇଲେ, ସମୁଦାୟ 2 ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ । ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ମଧୋ ସିଂହଙ୍କ ସଂଘର୍ଷ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ହେଉଛନ୍ତି ଜନଜାତି । ଏତେ ସଂଖ୍ୟକ ଲୋକଙ୍କର ବିକାଶ ନ ହେଲେ, ରାଜ୍ୟର ଉନ୍ନତି ଅସମ୍ଭବ ବୋଲି ପ୍ରକାଶ କରି ସେ କହିଥିଲେ ଯେ, କ୍ଷୋଭର ବିଷୟ ହେଉଛି, ସ୍ଵାଧୀନତାର ୭୫ ବର୍ଷ ବିତିଗଲେ ସୁଦ୍ଧା ଆଜି ପ୍ରତିଟି ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କରେ ଜନଜାତି ଅନେକ ପଛରେ ପଡିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆୟ, ଜୀବନ ଜୀବିକା ଇତ୍ୟାଦି କ୍ଷେତ୍ରରେ ଓଡିଶାର ଆଦିବାସୀମାନେ ବହୁତ ପଛୁଆ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ଅନୁଭବରୁ ମୁଁ ଆଦିବାସୀ ମାନଙ୍କ ଦାରିଦ୍ର୍ୟ ବିଷୟରେ ଜାଣିଛି । ଏଥିପାଇଁ ‘ଗରିବ ପର୍ଯ୍ୟଟନ’ର ଆବଶ୍ୟକତା ନାହିଁ । ଏଥିପାଇଁ ମୁଁ ପ୍ରଥମ ଦିନରୁ ହିଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛି । ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଏହାର ପ୍ରଥମ ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଦିବାସୀ ମାନଙ୍କ ସ୍ୱାର୍ଥକୁ ସରକାର କେବେ ଜଳାଞ୍ଜଳି ଦେବେ ନାହିଁ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହାର ପ୍ରମାଣ ହେଉଛି, ଯେପରି ଚଞ୍ଚକତା କରି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକିଦେବା ପାଇଁ କୁତ୍ସିତ ଯୋଜନା ଗତ ସରକାର କରିଥିଲେ, ତାକୁ ମୁଁ ନାକଚ କରିଦେଇଛି ।

ଆପଣ ବସବାସ କରୁଥିବା ଜମି, ଜଙ୍ଗଲ ଏବଂ ଜଳକୁ ସୁରକ୍ଷା ଦେବା ଦାୟିତ୍ଵ ମୋହନ ସରକାରର। ଆପଣମାନେ, ଏଥିପ୍ରତି ନିଶ୍ଚିତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ସେ କହିଥିଲେ ଯେ, ରାଜ୍ୟରେ ଜନଜାତି ମାନେ ବିଶେଷତଃ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ପ୍ରାୟ ବସବାସ କରନ୍ତି। ତେଣୁ ଆଞ୍ଚଳିକ ବୈଷମ୍ୟବାଦକୁ ଦୂର କରି ଏକ ସନ୍ତୁଳିତ ବିକାଶ ପାଇଁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ଅତିଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗାମୀ ଦିନରେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଆପଣମାନେ ନିଜ ନିଜ ସ୍ତରରେ ନିର୍ଣ୍ଣୟ ନେଇ ପାରିବେ।

ଶିକ୍ଷା ଓ ସଂସ୍କୃତି ହେଉଛି ଗୋଟିଏ ଜାତିର ମୂଳଦୁଆ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିକ୍ଷା ଆମକୁ ପ୍ରଗତି ଆଡକୁ ଟାଣିନିଏ ଏବଂ ସଂସ୍କୃତି ଆମକୁ ଆମ ପରମ୍ପରା ସହ ଯୋଡି ରଖେ । ଏହି ଉଭୟର ସମ୍ମିଶ୍ରଣରେ ଦେଶର ସ୍ଵର୍ଣ୍ଣିମ ଇତିହାସ ଲେଖାଯାଏ । ଆଜି ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ସେହି ସଂସ୍କୃତି ଓ ଶିକ୍ଷାର ଏକ ଅପୂର୍ବ ମିଳନ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ ।

ଆଦିବାସୀ କଳା ଓ ସଂସ୍କୃତିର ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଆଧୁନିକତା ମଧ୍ୟରେ ଆପଣମାନେ ଏହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖି ବିଶ୍ଵ ଦରବାରରେ ଏହାକୁ ଆଦୃତ କରାଇଛନ୍ତି। ଏଥିପାଇଁ ଆଦିବାସୀ ମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଥିଲେ ।

ଆଦିବାସୀ ମାନଙ୍କ ଐତିହାସିକ ବୀର, ବୀରାଙ୍ଗନା ମାନଙ୍କୁ ପ୍ରଧାନମନ୍ତ୍ରୀ ଇତିହାସର ହଜିଲା ପୃଷ୍ଠାରୁ ଆଣି ସେମାନଙ୍କ ଉଜ୍ଜ୍ୱଳ ଛବିକୁ ପୁଣି ଲୋକଙ୍କ ସାମ୍ନାକୁ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ଏହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ କୁ ସ୍ଥାନ ଦିଆଯାଇଛି । ଏଥିସହିତ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ‘ଫାୟର୍ ୱାର୍କ ଶୋ’ ର ମଧ୍ୟ ଆୟୋଜନ କରାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହଙ୍କ ଅଣନାତି ଶ୍ରୀ ଲୋକଶ୍ୱର ସିଂହ ବରିହାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ, ଚଳିତ ବର୍ଷର ଆଦିବାସୀ ମେଳା ନିଆରା । ଏହି ମେଳାରେ ଓଡିଶାର କୋଣ ଅନୁକୋଣରୁ ଜନଜାତି ସମୁଦାୟ ନିଜ ନିଜ ସାମଗ୍ରିର ବିକ୍ରି ପାଇଁ ସୁଯୋଗ ପାଇଛନ୍ତି । ଜନଜାତି ସମ୍ପ୍ରଦାୟଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି ଏହି ଆଦିବାସୀ ମେଳା । ଏହି ମେଳାର ଆୟୋଜନ ଜନଜାତି ସାମଗ୍ରିକୁ ଅନ୍ତର୍ଜାତିୟ ବଜାର ପ୍ରଦାନ କରିବ । ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଶିକ୍ଷାର ବିକାଶ ଘଟିଲେ ସେମାନଙ୍କର ଉନ୍ନତି ହେବ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟରେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଡ୍ରପ ଆଉଟ୍ ହାରକୁ କମାଇବ ଏବଂ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 9 ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ ଓ 10 ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ । ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-2025’ ର ସଂସ୍କରଣ ଉନ୍ମୋଚନ କରିଥିଲେ । ମେଳା ମଧ୍ୟରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରିତିନୀତି ଓ ଚଳଣି ସମ୍ପର୍କିତ ପ୍ରଦର୍ଶନୀରେ ନିର୍ମିତ କୁଡିଆ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହ ମେଳା ପରିସରରେ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଓ ଫୁଡକୋର୍ଟ ଉଦଘାଟନ କରିଥିଲେ ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଡକ୍ଟର ପୋମା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଦରଦାମ ବୃଦ୍ଧି: କାଲି ବିଜେଡିର ବିକ୍ଷୋଭ

Next Post

ଫୁଲ୍ ଜୋସ୍ ରେ ବିଜେଡି ବାହିନୀ

Next Post
ଫୁଲ୍ ଜୋସ୍ ରେ ବିଜେଡି ବାହିନୀ

ଫୁଲ୍ ଜୋସ୍ ରେ ବିଜେଡି ବାହିନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA