Wednesday, April 22, 2026 01:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମା’ ମାନେ ଚାହିଁଲେ ୧୦୦ ବର୍ଷ: ନବୀନ

by Our Correspondent
26 Dec, 2022- 02:58 PM
in Latest News, News
1 min read
0
ମା’ ମାନେ ଚାହିଁଲେ ୧୦୦ ବର୍ଷ: ନବୀନ

ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆଜି ୨୫ ବର୍ଷ ପୂରିଛି । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଏହି ଆଞ୍ଚଳିକ ଦଳ ଗଠନ ହୋଇଥିଲା । ନେତୃତ୍ୱ ନେଇଥିଲେ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ସେଦିନ ପୋତା ଯାଇଥିବା ଏହି ଛୋଟ ମଞ୍ଜିଟି ଆଜି ମହାଦ୍ରୁମର ରୂପ ନେଇଛି । ନବୀନ ପଟ୍ଟନାୟକଙ୍କର ଉଚ୍ଚ ବ୍ୟକ୍ତିତ୍ୱ, ବଳିଷ୍ଠ ନେତୃତ୍ୱ, ଆଦର୍ଶ, ଶୃଙ୍ଖଳା, ସରଳତା ଏବଂ ସ୍ୱଚ୍ଛ ଭାବମୂର୍ତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ମଣୁଥିବା ନବୀନଙ୍କ ସେବା ଓ ସମର୍ପଣ ମନୋଭାବ ତାଙ୍କୁ ଜନମାନସରେ ଅପ୍ରତିଦ୍ୱନ୍ଦୀ କରିଦେଇଛି । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଦେଶର ସର୍ବବୃହତ୍ତ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି । ଲଗାତର ପଞ୍ଚମ ଥର ଓଡ଼ିଶାରେ ସରକାର ଗଠନ କରିଛି । ୨୫ ବର୍ଷର ଏହି ସଫଳ ଯାତ୍ରା ଆଗକୁ ନେବା ପାଇଁ ଦଳ ନିଜର ସଂକଳ୍ପରୁ ସାମାନ୍ୟ ବିଚ୍ୟୁତ ହୋଇନାହିଁ । ଆଜି ପୁରୀ ତାଳବଣିଆ ପଡିଆଠାରେ ୨୬ତମ ପ୍ରତିଷ୍ଠା ଦିବସ ପାଳନର ବିରାଟ ଆୟୋଜନ ଏହି ସଂକଳ୍ପର ଏକ ପ୍ରତିଫଳନ ମାତ୍ର । ଏହି ଅବସରରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ । କହିଥିଲେ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ ।

ପୁରୀ ତାଳବଣିଆଠାରେ ଆୟୋଜିତ ବିଶାଳ ସମାବେଶକୁ ଉଦବୋଧନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଥିଲେ, ଆଜି ବିଜେଡି ଓଡ଼ିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଆମକୁ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କ ପାଖରେ ଚିର ଋଣୀ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ପାଖରେ ଋଣୀ ।

ଆଗ ନବୀନ ତାଙ୍କ ଭାଷଣରେ ବିଜେଡି କାହିଁକି ସଫଳ ତାହା ଗୋଟି ଗୋଟି କହିଥିଲେ । ପ୍ରଥମତଃ, ଆଞ୍ଚଳିକ ଦଳ ଭାବେ ବିଜେଡି ନିଜ ଏଜେଣ୍ଡାରୁ ହଟିନାହିଁ । ଓଡ଼ିଶାର ସ୍ୱାର୍ଥ, ଉନ୍ନତି, ଗୌରବ, ଭାଷା, ସଂସ୍କୃତି, ସ୍ୱାଭିମାନ ପାଇଁ ଦଳ କାମ କରି ଚାଲିଛି । ଦ୍ୱିତୀୟରେ, ବିଜୁବାବୁଙ୍କ ଆଦର୍ଶ ହିଁ ଦଳର ପାଥେୟ । ମହାନ ଜନନାୟକ ବିଜୁବାବୁଙ୍କ ରାସ୍ତାରେ ବିଜେଡି କାମ କରୁଛି ଏବଂ ଆଗକୁ କରିବ । ତୃତୀୟରେ, ବିଜେଡିର ସ୍ୱଚ୍ଛ ଓ ନିର୍ମଳ ଶାସନ । ଚତୁର୍ଥରେ, ମହିଳା ସଶକ୍ତିକରଣ । ଆମର ଦୃଢ଼ ବିଶ୍ୱାସ ମା’ ମାନଙ୍କ ଉନ୍ନତି ଓଡ଼ିଶାକୁ ଆଗକୁ ନେଇଯିବ । ମା’ ମାନେ ସଶକ୍ତ ହେଲେ ପରିବାର, ରାଜ୍ୟ, ଦେଶ ସଶକ୍ତ ହେବ ବୋଲି ନବୀନ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡି ପାଇଁ ସବୁବର୍ଗର ଉନ୍ନତି ଗୁରୁତ୍ୱପୂର୍ଣ୍ଣ । ମାଲକାନଗିରିଠାରୁ ମୟୁରଭଞ୍ଜ, ବରଗଡ଼ରୁ ପୁରୀ ସବୁ ଅଞ୍ଚଳର ଉନ୍ନତି ପାଇଁ ଆମେ କାମ କରୁଛୁ । ଆଞ୍ଚଳିକ ବୈଷମ ଦୂର କରିବା ଆମର ଲକ୍ଷ୍ୟ । ଓଡ଼ିଶାର ଯାହା ବି ସମସ୍ୟା ଅଛି ତାହାର ସମାଧାନ ପ୍ରଫେସନାଲ୍ ଦୃଷ୍ଟିଭଙ୍ଗୀରେ କରାଯାଉଛି ।
ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲାଠାରୁ ଆରମ୍ଭ କରି ଖାଦ୍ୟ ନିରାପତ୍ତା, ଭିତ୍ତିଭୂମି ଉନ୍ନୟନ ଏବଂ ସ୍ୱଚ୍ଛ ଶାସନ ପାଇଁ ଆମେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛୁ ବୋଲି ନବୀନ କହିଥିଲେ । ସେହିଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମ ସରକାରର ଦୃଷ୍ଟିଭଙ୍ଗୀ ମଧ୍ୟ ସ୍ପଷ୍ଟ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । କୋଭିଡ୍ ମୁକାବିଲା ହେଉ କିମ୍ବା ବିଏସକେୱାଇ ଭଳି କ୍ରାନ୍ତିକାରୀ ଯୋଜନା ହେଉ, ଆମେ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ । ଦେଶ ବିଦେଶରେ ଆମର ଗଭର୍ଣ୍ଣାସ୍ ମଡେଲକୁ ସମସ୍ତେ ପ୍ରଶଂସା ଏବଂ ଅନୁସରଣ କରୁଛନ୍ତି । ଆମ ସରକାର ପ୍ରଫେସନାଲ୍ ମଡେଲରେ କାମ କରୁଛି ବୋଲି କହିଥିଲେ ।

ବିଜେଡି କର୍ମୀଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଯାହା ବି କହିଲି ସେ ସବୁ ଗୋଟେ ପଟରେ । କିନ୍ତୁ ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା, ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ୱ ନେଇଛନ୍ତି ବିଜେଡିର କର୍ମୀମାନେ । ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆପଣମାନେ ସକ୍ଷମ ହୋଇଛନ୍ତି । ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ୱାସର ପାତ୍ର ହୋଇଛି । ବିଜେଡି କେବେ ବି ଜଣେ ଦି ଜଣଙ୍କ ଉପରେ ନିର୍ଭର କରିନାହିଁ କି କରିବ ନାହିଁ । ଏହା ଏକ ସାମାଜିକ ଆନେ୍ଦାଳନ । ଏଥିରେ ପ୍ରତ୍ୟେକ ଘରର ଲୋକଙ୍କ ଭାଗିଦାରି ରହିଛି । ଓଡ଼ିଶା କେଉଁଠି ଥିଲା ଏବେ କେଉଁଠି ଅଛି, ମୁଁ କହିବା ଦରକାର ନାହିଁ । ଏହା ସାରା ବିଶ୍ୱ ଦେଖୁଛି ।
ଓଡ଼ିଶାର ବିକାଶକୁ ଆହୁରି ଆଗକୁ ନେବାକୁ ଓଡ଼ିଶାର ଯୁବ ପୀଢ଼ି ବିଜେଡିରେ ସାମିଲ ହେବାକୁ ନବୀନ ଆହ୍ୱାନ ଦେଇ କହିଥିଲେ ଯେ ଜାତୀୟ ଦଳ ଏଜେଣ୍ଡାରେ ଜାତୀୟ ରାଜନୀତି ହିଁ ରହିବ । ସେମାନଙ୍କ ଏଜେଣ୍ଡାରେ ଓଡ଼ିଶା କେବେ ବି ଫୋକସରେ ରହିବ ନାହିଁ । ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ହିଁ ଓଡ଼ିଶାର ଉନ୍ନତି କରିପାରିବ ।
ଓଡ଼ିଶାର ମା’ ମାନେ ଏହି ଧାରାରେ ସାମିଲ ହୋଇ ଦାୟିତ୍ୱ ନେବାକୁ ନବୀନ ପରାମର୍ଶ ଦେଇଥିଲେ । ମା’ ମାନଙ୍କ ଆଶୀର୍ବାଦ ରହିଲେ, ବିଜୁ ଜନତା ଦଳ ୨୫ ବର୍ଷ କ’ଣ, ୫୦ ବର୍ଷ କ’ଣ, ଶହେ ବର୍ଷ ବି ସେବା କରି ଚାଲିବ । ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରି ଚାଲିଥିବ ବୋଲି କହିଥିଲେ ।
ବିଜେଡିର ଏହି ରୌପ୍ୟ ଜୟନ୍ତୀ ସମାରୋହରେ ସବୁ ବର୍ଗର ନେତାଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ସଭା । ସାରା ରାଜ୍ୟରୁ ୫୦ ହଜାରରୁ ଅଧିକ ନେତା ଏବଂ କର୍ମୀ ଏଥିରେ ଯୋଗଦେଇଥିଲେ ।
ମା’ ମାନଙ୍କ ଆଶୀର୍ବାଦ ରହିଲେ ୨୫ କି ୫୦ ବର୍ଷ କ’ଣ.. ୧୦୦ ବର୍ଷ ବି ଓଡିଶାର ସେବା କରି ଚାଲିବ ବୋଲି କହିଥିଲେ ।
Previous Post

ଅଚ୍ୟୁତ ସାମନ୍ତଙ୍କୁ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ

Next Post

ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ

Next Post
ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ

ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA