Sunday, March 26, 2023 05:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ

by Our Correspondent
27 Dec, 2022- 07:56 PM
in Crime, Latest News, News
1 min read
0
ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ
ରାୟଗଡ଼ା/ଭୁବନେଶ୍ୱର: ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦମିର୍ ଙ୍କର ଅସ୍ୱାଭାବିକ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ରାୟଗଡ଼ାର ଏକ ହୋଟେଲରେ ଥିଲା ବେଳେ ଦୁଇଦିନରେ ଦୁଇବନ୍ଧୁଙ୍କର ଆଗପଛ ହୋଇ ମୃତ୍ୟୁ ହୋଇଥିଲା । ରୁଷ ରାଷ୍ଟ୍ରପତି ପୁତିନ୍ ଙ୍କର ଦୃଢ଼ ସମାଲୋଚକ ଭାବେ ପରିଚିତ ପାଭେଲ୍ ଏବଂ ତାଙ୍କ ବନ୍ଧୁଙ୍କର ଏଭଳି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିନାହାନ୍ତି । ଏହା ପଛରେ କ୍ରେମଲିନ୍ ର ହାତ ଥାଇପାରେ ବୋଲି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡିଶା ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରୁଷିଆର ଅନ୍ୟତମ ଧନୀ ସାଂସଦ ପାଭେଲ ଆଣ୍ଟୋଭ୍ ତାଙ୍କର ୬୬ତମ ଜନ୍ମଦିନ ପାଳିବା ପାଇଁ ତିନି ବନ୍ଧୁ ଭ୍ଲାଦମିର୍ ବିନାନୋଭ, ପାନସେଙ୍କୋ ଏବଂ ଟୁରଭୋଙ୍କୁ ଧରି ଓଡ଼ିଶା ଆସିଥିଲେ । ଗତ ୧୯ ତାରିଖରେ ସେମାନେ ଦିଲ୍ଲୀରୁ ଓଡ଼ିଶାକୁ ଆସିଥିଲେ । ଦାରିଙ୍ଗିବାଡି ଓ ଅନ୍ୟ କିଛି ଜାଗା ବୁଲାବୁଲି କଲା ପରେ ୨୧ ତାରିଖରେ ରାୟଗଡ଼ା ଆସିଥିଲେ । ସେଠାରେ ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲରେ ଦୁଇଟି ରୁମ୍ ରେ ଅବସ୍ଥାନ କରିଥିଲେ । ରୁମ୍ ନଂ ୨୦୩ରେ ପାଭେଲ୍ ଏବଂ ଭ୍ଲାଦମିରି ଥିଲା ବେଳେ ପାଖ ରୁମ୍ ରେ ଦମ୍ପତ୍ତି ପାନସେଙ୍କୋ ଏବଂ ଟୁରଭୋ ରହିଥିଲେ ।
୨୨ ତାରିଖ ସକାଳେ ଭ୍ଲାଦମିର୍ ବିଦାନୋଭ ହୋଟେଲ୍ ରୁମ୍ ରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ପରିବାରର ସହମତିକ୍ରମେ ତାଙ୍କର ଶବକୁ ସେହି ରାୟଗଡ଼ାରେ ସତ୍କାର କରାଯାଇଥିଲା । ତେବେ ଦିନକ ପରେ ଅର୍ଥାତ ୨୪ ତାରିଖରେ ପାଭେଲ୍ ଆଣ୍ଟୋଭଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହୋଟେଲର ତିନି ମହଲା ଛାତରୁ ଖସିପଡ଼ି ସେ ଗୁରୁତର ଆହତ ହୋଇଥିଲେ । ଝରକା ବାଟେ ସେ ତଳକୁ ଖସିପଡ଼ିଥିବା ସନେ୍ଦହ କରାଯାଉଛି । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ହୋଟେଲ ମାଲିକ କୌଶିକ ଠକ୍କର ଏବଂ ମ୍ୟାନେଜରଙ୍କ କହିବାନୁଯାୟୀ, ବନ୍ଧୁ ଭ୍ଲାଦମିରଙ୍କ ଆକସ୍ମିକ ମୃତ୍ୟୁ ପରେ ପାଭେଲ୍ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ୨୪ ତାରିଖ ଦିନ ତାଙ୍କୁ ଆମେ ତାଙ୍କୁ ପାଇ ନ ଥିଲୁ । ଖୋଜାଖୋଜି ପରେ ତଳେ ପଡ଼ିଥିବା ଦେଖିଲୁ । ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଗଲା, ମାତ୍ର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରିବାରର ସହମତି ଅନୁଯାୟୀ ରାୟଗଡ଼ାରେ ତାଙ୍କର ମଧ୍ୟ ଶବ ସତ୍କାର ହେବ ।
ରାୟଗଡ଼ା ପୁଲିସ ଏହି ମୃତ୍ୟୁ ଘଟଣାର ଛାନଭିନ୍ କରୁଥିଲା ବେଳେ ଆଜି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏବଂ ଏସପି ଘଟଣାସ୍ଥଳ ଯାଞ୍ଚ କରିଛନ୍ତି । ସେପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ସୁନୀଲ ବଂଶଲ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଦେଇଛନ୍ତି । ପାଭେଲ୍ ଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ ତାହାର ତଦନ୍ତ ହେବ ।
ଋଷର ଅନ୍ୟତମ ବିତ୍ତଶାଳୀ ସାଂସଦ ତଥା କୋଟିପତି ବ୍ୟବସାୟୀ ପାଭେଲ୍ ରାଷ୍ଟ୍ରପତି ପୁତିନ୍ ଙ୍କର କଠୋର ସମାଲୋଚକ ଥିଲେ । ବ୍ୟବସ୍ଥା ବିରୋଧରେ ସ୍ପର ଉତ୍ତୋଳନ କରୁଥିଲେ । ମାନବାଧିକାର ପାଇଁ ଲଢ଼େଇ କରୁଥିଲେ । ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣକୁ ସେ ଦୃଢ଼ ବିରୋଧ କରୁଥିଲେ ।
ପୂର୍ବ ଭାରତ ଏବଂ ଓଡ଼ିଶା ଆଦିବାସୀଙ୍କ ଜୀବନଶୈଳୀ ପରଖିବା ତାଙ୍କର ରୁଚି ଥିଲା । ପ୍ରାକୃତିକ ପରିବେଶକୁ ସେ ବହୁତ ଭଲ ପାଉଥିଲେ । ସେଥିପାଇଁ ଓଡ଼ିଶାର ପ୍ରାକୃତିକ ପରିବେଶ ଭିତରେ ଜନ୍ମଦିନ ପାଳିବା ପାଇଁ ଯୋଜନା କରିଥିଲେ । ରାୟଗଡ଼ାରୁ ସେ ଜୟପୁର ଆସିଥାନ୍ତେ ଏବଂ କୋରାପୁଟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତେ ।
Previous Post

ମା’ ମାନେ ଚାହିଁଲେ ୧୦୦ ବର୍ଷ: ନବୀନ

Next Post

ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର

Next Post
ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର

ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA