Thursday, June 1, 2023 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର

by Our Correspondent
27 Dec, 2022- 10:08 PM
in Latest News, News
1 min read
0
ଅର୍ନ୍ତଜାତୀୟ ଉଡ଼ାଣକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଖୁବ୍ ଶୀଘ୍ର ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ରୁଟ୍ ରେ ଇଣ୍ଡିଗୋ ବିମାନ ଚଳାଚଳ କରିବ । ବିମାନ ଚଳାଚଳର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏହି ସବୁ ରୁଟ୍ ରେ ବିମାନ ଚଳାଚଳ ପାଇଁ ସଂପୃକ୍ତ କମ୍ପାନୀମାନଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ କେବଳ ଇଣ୍ଡିଗୋ ଏଥିପାଇଁ ଆବେଦନ କରିଥିଲା । ସପ୍ତାହକୁ ଯଥାକ୍ରମେ ତିନୋଟି ଏବଂ ଦୁଇଟି ୧୮୬ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନ କୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରିବା ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ପ୍ରସ୍ତାବକୁ ମିଶାଇ ମୋଟ ୧୭ଟି ପ୍ରସ୍ତାବକୁ ଏଥିରେ ଅନୁମୋଦନ ଦିଆଯାଇଛି ।
ନୁତନ ସହାୟତାପ୍ରାପ୍ତ ଅଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ(ମ.ଇ) ବିଦ୍ୟାଳୟ ଏବଂ ମଦ୍ରାସାର ଯୋଗ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ ଆଧାରରେ ଦରମା ମିଳିବ । ୩୧.୧୨.୨୦୨୧ ସୁଦ୍ଧା ୧୦୦ ପ୍ରତିଶତ ଅନୁଦାନ ପାଉଥିବା ପ୍ରାୟ ୨୬୧୬୪ ଶିକ୍ଷକ ଏବଂ କର୍ମଚାରୀ ଏଥିରେ ଉପକୃତ ହେବେ । ଏ ବାବଦକୁ ରାଜ୍ୟ ସରକାର ବାର୍ଷିକ ୨୮୦.୪୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ କରିବେ ।
କୃଷିରେ ମହିଳାମାନଙ୍କ ସଶକ୍ତିକରଣ ଉଦେ୍ଦଶ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଉଦ୍ୟୋଗର ପ୍ରୋତ୍ସାହନ ଯୋଜନାରେ ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଛତୁଚାଷ ଏବଂ ଝୁରା ଫୁଲ ଉତ୍ପାଦନ ନିମନ୍ତେ ୫ ବର୍ଷରେ ଖର୍ଚ୍ଚ ହେବ ୩୭୬.୧୯ କୋଟି ଟଙ୍କା । ସେହିଭଳି ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ଯୋଜନା ପାଇଁ ୪ ବର୍ଷରେ ୧୧୪୨.୨୪ କୋଟି ଖର୍ଚ୍ଚ ହେବ ।
ବିଶ୍ୱବ୍ୟାଙ୍କର ଋଣ ସହାୟତାରେ ଏକ ବାହ୍ୟ ଅନୁଦାନ ପ୍ରକଳ୍ପ “ଓଡ଼ିଶା ରାଜ୍ୟ ଦକ୍ଷତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ’ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପର ଅବଧି ୫ ବର୍ଷ ରହିଛି । ଖର୍ଚ୍ଚ ହେବ ୧୧୮୩ କୋଟି ଟଙ୍କା ।
ଉଚ୍ଚ ମାଧ୍ୟମିକସ୍ତର କିମ୍ବା ସମାନସ୍ତର ଅଧିନସ୍ଥ ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ହେବ । ଏଥିପାଇଁ ୨୦୨୨ ନିୟମାବଳୀର ପ୍ରଣୟନ କରାଯାଇଛି । ଏହାଦ୍ୱାରା ରାଜ୍ୟର ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଗ-ବର୍ଗ ଅନ୍ତର୍ଗତ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ ।
ରାଜ୍ୟର ସମସ୍ତ ଖଣିଜ ପଦାର୍ଥର ବିକାଶ ଏବଂ ଏହାର ନିୟନ୍ତ୍ରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଖଣିଜ ପଦାର୍ଥଗୁଡ଼ିକୁ ଇସ୍ପାତ ଏବଂ ଖଣି ବିଭାଗ ଅଧୀନରେ ରଖିବେ । ତଦନୁଯାୟୀ, ଲଘୁ ଖଣିଜ ପଦାର୍ଥର ବିକାଶ ଏବଂ ନିୟନ୍ତ୍ରଣ ପ୍ରକ୍ରିୟାକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଇସ୍ପାତ ଏବଂ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ପରିବର୍ତ୍ତିତ ବ୍ୟବସ୍ଥାର ସୁନିୟନ୍ତ୍ରଣ ପାଇଁ ଓଏମଏମସି ରୁଲସ୍, ୨୦୧୬ ରେ ସଂଶୋଧନ କରାଯାଉଛି ।
Previous Post

ଓଡ଼ିଶା ମାଟିରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ସସପେନ୍ସ

Next Post

ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

Next Post
ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

ହକି ବିଶ୍ୱକପ୍ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA