Wednesday, April 22, 2026 03:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୪ ପାଇଁ ବିଜେଡିର ‘ପଦ୍ମପୁର’ ଫର୍ମୂଲା

by Our Correspondent
15 Dec, 2022- 09:01 PM
in Latest News, News, Politics
1 min read
0
୨୪ ପାଇଁ ବିଜେଡିର ‘ପଦ୍ମପୁର’ ଫର୍ମୂଲା
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଲାଣି । ପଦ୍ମପୁର ବିପୁଳ ବିଜୟକୁ ନେଇ ଦଳୀୟ ନେତା ଓ କର୍ମୀମାନେ ଖୁବ୍ ଉତ୍ସାହିତ ଅଛନ୍ତି । ପଦ୍ମପୁର ସଫଳତାର ଫର୍ମୂଲାକୁ ସବୁ ବିଧାନସଭା କ୍ଷେତ୍ରରେ ପ୍ରୟୋଗ କରିବାକୁ ଯୋଜନା ହୋଇଛି । ଆଜି ନବୀନ ନିବାସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଦ୍ମପୁର ଟିମ୍ ଭେଟିବା ଅବସରରେ ଏହି ଗୁରୁମନ୍ତ୍ର ଦିଆଯାଇଛି ।
ପଦ୍ମପୁର ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ଆଜି ନବୀନ ନିବାସ ଡକାଯାଇଥିଲା । ଦିନ ୧୧ଟା ବେଳକୁ ସମସ୍ତେ ନବୀନ ନିବାସରେ ପହଞ୍ଚି ଯାଇଥିଲେ । ଜୋନ୍ ଓ ପଞ୍ଚାୟତୱାରୀ ଦାୟିତ୍ୱରେ ଥିବା ନେତାମାନଙ୍କ ସହ ମୁଖିଆ ଆଲୋଚନା କରିଥିଲେ । ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନାରେ ସେମାନଙ୍କର ଅଭିଜ୍ଞତା, ଭୋଟ ଗଣିତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିତ୍ର ଉପସ୍ଥାପନ କରାଯାଇଥିଲା । ସମସ୍ତଙ୍କର ଉଦ୍ୟମ, ପରିଶ୍ରମ ପାଇଁ ନବୀନ ଧନ୍ୟବାଦ ଜଣାଇବା ସହ ଆଗକୁ ଏହା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
କଥା ହେବା କାଳରେ ସରକାରୀ ଯୋଜନାର ସଠିକ୍ ରୂପାୟନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସରକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍ ରେ ପହଞ୍ଚୁଛି ନା ନାହିଁ ତାହା ପଚାରି ବୁଝିଥିଲେ । ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ଆଗାମୀ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ନିଜେ ପଦ୍ମପୁର ଯାଇ ଭୋଟରଙ୍କୁ କୃତଜ୍ଞତା ଜ୍ଞାପନ କରିବେ । ଏଥିସହ ପ୍ରତିଶ୍ରୁତି ମୁତାବକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍ କରିବେ ବୋଲି ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି ।
ନବୀନ ନିବସରେ ଦୀର୍ଘ ଅଢ଼େଇ ଘଣ୍ଟାର ମାନସ ମନ୍ଥନର ନିର୍ଯ୍ୟାସ ଥିଲା- ପଦ୍ମପୁରରେ ଦଳ ଯେଉଁ ରଣନୀତି ଆପଣେଇଲା ତାହାକୁ ସବୁ ଜାଗାରେ ପ୍ରୟୋଗ କରାଯିବ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହାକୁ ଅସ୍ତ୍ର କରାଯିବ । ପଦ୍ମପୁର ବିଜୟ ଧାରାକୁ ଆଗାମୀ ଦିନରେ ଜାରି ରଖାଯିବ ବୋଲି ସମସ୍ତେ ସଂକଳ୍ପ ନେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନ ଆଜି କେବଳ ପଦ୍ମପୁର ନିର୍ବାଚନ ପରିଚାଳନାରେ ଥିବା ନେତାଙ୍କୁ ଭେଟି ନ ଥିଲେ । ବରଂ ତୃଣମୂଳସ୍ତରରେ ଖଟିଥିବା କର୍ମୀମାନଙ୍କୁ ଭେଟି ସେମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ । ପଦ୍ମପୁରରୁ ଆସିଥିବା ପ୍ରାୟ ୫୦୦ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ସୂଚନାଯୋଗ୍ୟ, ଧାମନଗରରେ ବିଜେଡି ଯେଉଁ ଭୁଲ୍ କରିଥିଲା, ତାହା ପଦ୍ମପୁରରେ ରିପିଟ୍ କରି ନ ଥିଲା । ପଦ୍ମପୁରରେ ଦଳ ଏକଜୁଟ୍ ହୋଇ ଲଢ଼ିଥିଲା । ସ୍ଥାନୀୟ ନେତାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିଲା । ସେମାନଙ୍କ ଉପରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସବୁ ବର୍ଗର ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ନେତା ଓ କର୍ମୀମାନେ ଛୋଟ ଛୋଟ ଗ୍ରୁପ୍ ରେ ଲୋକଙ୍କୁ ଯାଇ ଭେଟୁଥିଲେ ଏବଂ ସେମାନଙ୍କ ସମସ୍ୟା ସହ ଯୋଡି ହୋଇଥିଲେ । ୱାର୍ଡ କମିଟି କରି ଘରେ ଘରେ ପହଞ୍ଚୁଥିଲେ ନେତା । ବିରୋଧୀଙ୍କ ଆକ୍ଷେପକୁ କମ ଧ୍ୟାନ ଦେଇ ଅଞ୍ଚଳର ବିକାଶ ଏଜେଣ୍ଡାକୁ ଅଧିକ ଧ୍ୟାନ ଦେଇଥିଲେ ।
ତେବେ ପଦ୍ମପୁର ଉପନିର୍ବାଚନରେ ସଫଳ ହୋଇଥିବା ବିଜେଡିର ଏହି ଫର୍ମୂଲା ସାଧାରଣ ନିର୍ବାଚନରେ କେମିତି କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ପଡ଼ିବ ।
ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ମଧ୍ୟ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ୧୭ ତାରିଖରେ ଦଳର ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସୁଛନ୍ତି । ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରୀ, କୋର୍ କମିଟି ସଦସ୍ୟଙ୍କ ସହ ବିସ୍କୃତ ଆଲୋଚନା କରି ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ସେହିଭଳି ଆସନ୍ତା ୧୮ ତାରିଖରେ କଂଗ୍ରେସର ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବରିଷ୍ଠ ନେତାଙ୍କ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି ।

 

Previous Post

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍

Next Post

ଦୁଇ ଅଚିହ୍ନା ଶବ ସତ୍କାରରେ ସହାୟତା କଲା ଓଡ଼ିଶା-ମୋ ପରିବାର

Next Post
ଦୁଇ ଅଚିହ୍ନା ଶବ ସତ୍କାରରେ ସହାୟତା କଲା ଓଡ଼ିଶା-ମୋ ପରିବାର

ଦୁଇ ଅଚିହ୍ନା ଶବ ସତ୍କାରରେ ସହାୟତା କଲା ଓଡ଼ିଶା-ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA