Tuesday, September 15, 2026 12:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅର୍ଥନୈତିକ ଅବରୋଧ ଧମକ ଦେଲା ବିଜେଡି

ଏମଏମଡିଆର ପ୍ରସଙ୍ଗ

by Our Correspondent
14 Sep, 2026- 06:16 PM
in Latest News, News
1 min read
0
ଅର୍ଥନୈତିକ ଅବରୋଧ ଧମକ ଦେଲା ବିଜେଡି

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ନ ହେଲେ ସାରା ରାଜ୍ୟରେ ଅର୍ଥନୈତିକ ଅବରୋଧ ଧମକ ଦେଇଛି ବିଜେଡି । ଆଜି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତାକୁ ପ୍ରଶ୍ନବାଣରେ ଘେରିଛନ୍ତି । ରାଜ୍ୟର ସ୍ୱାର୍ଥ କ୍ଷୂର୍ଣ୍ଣ କରୁଥିବା ଏମଏମଡିଆର ସଂଶୋଧନ ଆଇନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ।

ଅରୁଣ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏମଏମଡିଆର ଆଇନ ସଂଶୋଧନ ରାଜ୍ୟର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ବିଧାନସଭାର ବିଶେଷ ଅଧିବେଶନ ଓ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ କହିଥିଲେ । କିନ୍ତୁ ଏଯାବତ ଏହି ଚିଠିର ଉତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀ ଉଚିତ ମଣି ନାହାନ୍ତି । ଶିଷ୍ଟାଚାର ଓ ସୌଜନ୍ୟତା ଭୁଲି ଯାଇଥିବା ସରକାରଙ୍କୁ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛୁ । ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ଖଣିର ମାଲିକାନା ରାଜ୍ୟ ହାତରୁ ଛଡେଇ ନିଆଯାଇଛି । ଖଣି ହାତରେ ନଥିବା ବେଳେ, କେନ୍ଦ୍ର ସରକାରଙ୍କ ହାତ ଟେକା ଦାନକୁ ଅପେକ୍ଷା କରି ରହିଥିବା ରାଜ୍ୟ ସରକାର କେଉଁ ଅଧିକାର ନେଇ ୟୁଏଇ ଗସ୍ତ କରି ପୁଞ୍ଜିନିବେଶ ପାଇଁ ଆହ୍ୱାନ କରୁଛନ୍ତି ? ରାଜ୍ୟ ସ୍ୱାର୍ଥ ସମ୍ୱନ୍ଧରେ ଉଠାଯାଇଥିବା ଏମଏମଡିଆର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି କାହିଁକି?

ସର୍ବଦଳୀୟ ବୈଠକ ଡାକିବା ପାଇଁ କୁହାଯାଇଥିଲା, ତାକୁ ମଧ୍ୟ ଅଣଦେଖା କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି କ୍ଷେତ୍ରରୁ ଆଦାୟ ହେବାକୁ ଥିବା ବକେୟା ଟିକସ ବାବଦକୁ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ କ୍ଷତି ସହିଲା । ଏଥି ସହିତ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା କ୍ଷତି ହେବ । କିନ୍ତୁ ରାଜ୍ୟ ବିଜେପି ସରକାର ଓଡ଼ିଶାର ଏତେବଡ଼ ଆର୍ଥିକ କ୍ଷତିକୁ ନିରବ ସମର୍ଥନ କରୁଛନ୍ତି । କାହା ସ୍ୱାର୍ଥରେ ଏମଏମଡିଆର ଆଇନର ସଂଶୋଧନ କରାଗଲା ?

କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି, ସେଥିପାଇଁ ଆଦାୟ ହେବାକୁ ଥିବା ଏତେବଡ଼ ବକେୟା ଅର୍ଥରାଶି ଛାଡି ଦିଆଗଲା । ଏହାଦ୍ୱାରା ଖଣି ମାଲିକ ମାନେ ଲାଭବାନ ହେଲେ ଏବଂ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟର ଅଧିକାର କେନ୍ଦ୍ର ଅଧୀନକୁ ଚାଲିଗଲା । ରାଜ୍ୟର ଅଧିକାର ଛଡାଇ ନିଆଗଲା, କିନ୍ତୁ ରାଜ୍ୟ ବିଜେପି ସରକାରଙ୍କ ସ୍ୱାଭିମାନ ଜାଗ୍ରତ ହେଉନାହିଁ । ରାଜ୍ୟ ସ୍ୱାବଲମ୍ୱୀ ହେବା ପାଇଁ ପ୍ରକୃତି ଦେଇଥିବା ସମ୍ୱଳ ଆଉ ଆମ ହାତରେ ରହିବ ନାହିଁ । ତେଣୁ ଏମଏମଡିଆର ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହାକୁ ପ୍ରତ୍ୟାହାର ନ କଲେ ବିଜେଡି ତରଫରୁ ରାଜ୍ୟରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଅରୁଣ କହିଛନ୍ତି ।

ଅମରଙ୍କ ଯୁକ୍ତି: ବିଜେଡି ଲୋକଙ୍କୁ ବିଭ୍ରାନ୍ତି କରୁଛି

ଏମଏମଡିଆର ପ୍ରସଙ୍ଗରେ ବିଜେଡି ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଛନ୍ତି ବିଜେପିକୁ ଯାଇଥିବା ଅମର ପଟ୍ଟନାୟକ । ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଉପରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିଜେଡି ରାଜନୈତିକ ଫାଇଦା ହାସଲ ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି । ଏମଏମଡିଆର ସଂଶୋଧନ ଆଇନ ଓଡ଼ିଶା ସମେତ ସବୁ ରାଜ୍ୟ ପାଇଁ ଫାଇଦା ହେବ । ବେଶୀ ଶିଳ୍ପପତି ଆସିବେ, ଓଡ଼ିଶାକୁ ଆସି ଅକ୍ସନରେ ଭାଗୀଦାର ହେବେ । ବରଂ ବିଜେଡି ଅର୍ଥନୈତିକ ଅବରୋଧ କଲେ ଓଡ଼ିଶାର ଅଧିକ କ୍ଷତି ହେବ ବୋଲି ଅମର ଯୁକ୍ତି କରିଛନ୍ତି ।

Previous Post

‘ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ବାନ୍ଧ’

Next Post

‘ଆଶୀର୍ବାଦର ଦୀପ’ ଜାଳନ୍ତୁ

Next Post
‘ଆଶୀର୍ବାଦର ଦୀପ’ ଜାଳନ୍ତୁ

'ଆଶୀର୍ବାଦର ଦୀପ' ଜାଳନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA