Monday, September 14, 2026 10:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ବାନ୍ଧ’

by Our Correspondent
13 Sep, 2026- 11:58 PM
in Latest News, News
1 min read
0
‘ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ବାନ୍ଧ’

ଭୁବନେଶ୍ୱର: ଆସିକା ବିଧାୟକ ସରୋଜ ପାଢୀ ତାଙ୍କ ନିର୍ବାଚନମଣ୍ଡଳୀରେ ଦୌରାତ୍ମା ବଢି ଚାଲିଥିଲା ବେଳେ ତାଙ୍କର ଦୁଇ ପୁଅ ଆସିକା ପଞ୍ଚାୟତ ସମିତି ବୈଠକରେ ବଳପୂର୍ବକ ଅନୁପ୍ରବେଶ କରି ଦଳିତ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ମନ୍ତବ୍ୟର ଦୃଢ ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହରିଡାପଦର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରାଙ୍କ ସହ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ମହିଳା ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ତଥା କର୍ପୋରେଟର ଶ୍ରୀମତୀ ମାନସୀ ସୁନ୍ଦରାୟ, ବିଧାୟକ ଶ୍ରୀ ପାଢୀଙ୍କ ଆଚରଣକୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ସାଂସଦ ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଓ ମହିଳା ସଶକ୍ତିକରଣ ବିଷୟରେ ଜ୍ଞାନ ବାଣ୍ଟୁଥିବା ବିଜେପି, ନିଜ ଦଳର ବିଧାୟକ ମହିଳା ପ୍ରତିନିଧିଙ୍କୁ ଆକ୍ରମଣ କରିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ଗଞ୍ଜାମ ପୋଲିସ । ସର୍ବସମ୍ମୁଖରେ ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ଦୁଇ ପୁଅ ଯେଉଁଭଳି ଭାବେ ଅଶାଳୀନ ବ୍ୟବହାର ଓ ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କଲେ ତାହା ସଭ୍ୟସମାଜରେ ଗ୍ରହଣୀୟ ନୁହେଁ । ପଞ୍ଚାୟତ ତଥା ଲୋକଙ୍କ ସମସ୍ୟା ଉତ୍ଥାପନ କଲା ବେଳେ ମହିଳା ଜନପ୍ରତିନିଧିଙ୍କୁ ଏହିଭଳି ଆକ୍ରୋଶ ବିରୁଦ୍ଧରେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ।

ବିଧାୟକଙ୍କ ପୁଅଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିବା ସରପଞ୍ଚ ଜୟନ୍ତୀ ବେହେରା କହିଥିଲେ, ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ୧୬ ମାସ ଧରି ପଞ୍ଚାୟତ ସମିତି ବୈଠକ ନଡାକିବାରୁ ୧୦ ଦିନ ଧରି ଧାରଣା ଦେବା ପରେ ସମିତି ବୈଠକ ଡକାଗଲା । ମୋ ପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କଲା ବେଳେ ଆସିକା ବିଧାୟକ ଉତକ୍ଷିପ୍ତ ହୋଇ ମୋତେ ବସିବା ପାଇଁ କହିଥିଲେ ଓ ତାଙ୍କର ଦୁଇ ପୁଅ କିଛି ଗୁଣ୍ଡାକୁ ଧରି ମୋତେ ଅଶାଳୀନ ଓ ଜାତିଆଣ ମନ୍ତବ୍ୟ ଦେଇଥିଲେ । ମୁଁ ଏହାର ପ୍ରତିବାଦ କରିବାରୁ, ବିଧାୟକ ତାଙ୍କ ପୁଅଙ୍କୁ ସମର୍ଥନ କରି ମୋତେ ଗାଳିଗୁଲଜ କରିଥିଲେ । ଥାନାରେ ଏ ବାବଦରେ ଏତଲା ଦାୟର କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆମେ ଗଂଜାମ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛୁ । ଏହା ପରେ ବିଧାୟକଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ମୋର ଫଟୋ ବ୍ୟବହାର କରି କଦର୍ଥ ତଥା ଅଶ୍ଳୀଳ ଭାବେ ପୋଷ୍ଟ କରିଛନ୍ତି । ଏ ସଂପର୍କରେ ସାଇବର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି ।

Previous Post

୨ ବର୍ଷରେ ୨୨.୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA