Wednesday, April 22, 2026 07:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

'ଦରଦାମ ବୃଦ୍ଧି ରୋକ୍, ନଚେତ୍ ରାସ୍ତାକୁ ଯିବୁ'

by Our Correspondent
03 Jul, 2024- 06:41 PM
in Latest News, News
1 min read
0
ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ବିପର୍ଯ୍ୟୟ ପରେ ଏକପ୍ରକାର ସ୍ଥାଣୁ ହୋଇଯାଇଥିବା ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଦଳ ଅଣ୍ଟା ଭିଡ଼ିଛି । ରାଜ୍ୟର ବିଜେପି ସରକାର ଏହାକୁ ନିୟନ୍ତ୍ରଣ ନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କ ମୁଣ୍ଡରେ ଏହା ଚଡ଼କ ପକାଇଛି । ଉତ୍ତମ ପ୍ରଶାସନର ନାରା ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବା ଜରୁରି ହୋଇଥିଲା ବେଳେ ବିଭାଗୀୟ ମନ୍ତ୍ରୀ ପନିପରିବା ଦରବୃଦ୍ଧି ରୋକିବାରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ ଘଟଣା । ଯଦି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ଅସହାୟତା ପ୍ରକାଶ କରିବେ, ତେବେ ଏହା କାହାରି କାମ ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ବିଜେଡି ରାଜରାସ୍ତାରେ ଆନେ୍ଦାଳନ କରିବ ବୋଲି ସେ ଚେତାଇ ଦେଇଥିଲେ ।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଦରଦାମ ନିୟନ୍ତ୍ରଣ ଆମ କ୍ଷମତା ବାହାରେ କହି ବିଜେପି ସରକାର ନିଜ ଉପରୁ ଦାୟିତ୍ୱ ଝାଡ଼ିପାରିବେ ନାହିଁ । ବର୍ତ୍ତମାନର ଦରଦାମ ବୃଦ୍ଧିର ମୁଖ୍ୟ କାରଣ ହୋଇଛି ବେଆଇନ ଭାବେ ସାମଗ୍ରୀ ମହଜୁଦ୍ । ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯୋଗାଣ ମନ୍ତ୍ରୀ ନିଜ ଉପରକୁ ଏହି ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।

Previous Post

ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ

Next Post

‘ମୋ ବସ୍’ ରେ ବୁଲିଲେ ନଗର ଉନ୍ନୟନ ମନ୍ତ୍ରୀ

Next Post
‘ମୋ ବସ୍’ ରେ ବୁଲିଲେ ନଗର ଉନ୍ନୟନ ମନ୍ତ୍ରୀ

'ମୋ ବସ୍' ରେ ବୁଲିଲେ ନଗର ଉନ୍ନୟନ ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA