Friday, June 26, 2026 12:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ

by Our Correspondent
03 Jul, 2024- 01:35 PM
in Crime, Latest News, News
1 min read
0
ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଋଣବୋଝରେ ଭାରାକ୍ରାନ୍ତ ଜଣେ ପ୍ରଫେସର ପୁଅ ତାଙ୍କ ବୃଦ୍ଧ ବାପାଙ୍କୁ ଛୁରି ଭୁଷି ହତ୍ୟା କରିଛି । ତାହା ପୁଣି ନିଜ ମା’ ଙ୍କ ସାମନାରେ । ପୁଅ ହାତରେ ପ୍ରାଣ ହରାଇଥିବା ଏହି ବୃଦ୍ଧ ହେଉଛନ୍ତି ନାଲକୋର ଅବସରପ୍ରାପ୍ତ ଅଧିକାରୀ ସୁନୀଲ ଚୌଧୁରୀ(୬୮) । ଆଉ ହତ୍ୟାକାରୀ ପୁଅ ହେଉଛନ୍ତି ଅନିରୁଦ୍ଧ ଚୌଧୁରୀ । ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ସେ ଆଇନ ବିଭାଗ(ଲ’) ପ୍ରଫେସର ଅଛନ୍ତି । ହତ୍ୟାକାଣ୍ଡସ୍ଥଳରୁ ହିଁ ପୁଲିସ ତାଙ୍କୁ କାବୁ କରିଛି ।

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆସ୍ଥିତ ଡିଏଲଏଫ ଆପାର୍ଟମେଣ୍ଟର ୧୦୮ ନମ୍ବର ଫ୍ଲାଟ୍ ରେ ଆଜି ବଡ଼ି ଭୋରରୁ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସୁନୀଲ ବାବୁ ଏବଂ ପତ୍ନୀ ବେଡରୁମ୍ ରେ ଶୋଇଥିବା ବେଳେ ଭୋର୍ ପାଖାପାଖି ୪ଟା ବେଳେ ପୁଅ ଅନିରୁଦ୍ଧ ହାତରେ ଏକ ଛୁରି ଧରି ବେଡରୁମ୍ କୁ ପଶିଥିଲେ ଏବଂ ବାପାଙ୍କ ମୁହଁରେ ତକିଆ ଚାପି ତାଙ୍କ ଛାତି ଓ ପେଟକୁ ଛୁରିରେ ଭୁଷି ପକାଇଥିଲେ । ସୁନୀଲ ବାବୁଙ୍କ ଚିକ୍ରାର ଶୁଣି ତାଙ୍କ ପତ୍ନୀ ନିଦରୁ ଉଠିପଡ଼ିଥିଲେ ଏବଂ ରକ୍ତ ଜୁଡୁବୁଡୁ ସ୍ୱାମୀଙ୍କ ଶରୀର ଏବଂ ହାତରେ ଛୁରି ଧରିଥିବା ପୁଅର ସୈତାନ ରୂପ ଦେଖି ଅବାକ୍ ହୋଇଯାଇଥିଲେ । ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ ସାହାସ ଜୁଟାଇ କିଛି ଦୂରରେ ରହୁଥିବା ଘରର ସହାୟକଙ୍କୁ ଫୋନ୍ କରି ଡାକିଥିଲେ । ସେ ତୁରନ୍ତ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ ।

ମୃତ ସୁନୀଲ ଚୌଧୁରୀ ସେହି ଫ୍ଲାଟ୍ ର ମାଲିକ ଏବଂ ସେଠାରେ ପତ୍ନୀଙ୍କ ସହ ରହୁଥିଲେ । ସେମାନେ ସ୍ୱାମୀ-ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଝିଅକୁ ନେଇ ସେମାନଙ୍କ ସଂସାର । ପୁଅ-ଝିଅ ଉଭୟ ଉଚ୍ଚଶିକ୍ଷିତ ଏବଂ ବିବାହିତ । ପୁଅ ଅନିରୁଦ୍ଧ(ଟିଟୁଲ୍) ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଝିଅ ନବରଙ୍ଗପୁରରେ ଜଜ୍ ଅଛନ୍ତି । ପୁଅ ଏବଂ ବୋହୁ ଅନ୍ୟତ୍ର ରହୁଥିଲେ ମଧ୍ୟ ବାପା ମା’ଙ୍କ ପାଖକୁ ଯିବା ଆସିବା ରହିଥିଲା ।

ସୁନୀଲ ବାବୁଙ୍କ ସହାୟକ ଆଲୋକଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୦ ଦିନ ହେଲା ମଉସା(ସୁନୀଲ ବାବୁ)ଙ୍କ ଖୁବ୍ ମାନସିକ ଚାପରେ ଥିଲେ । ବାପାପୁଅଙ୍କ ମଧ୍ୟରେ କିଛି ଝଗଡ଼ା ହୋଇଥିବା ସେ ଅନୁମାନ କରିଥିଲେ ମଧ୍ୟ ମଉସା କିନ୍ତୁ ଏ ସମ୍ପର୍କରେ ତାଙ୍କୁ କିଛି କହି ନ ଥିଲେ । ଅନ୍ୟପକ୍ଷରେ ୪ ଦିନ ତଳେ ଟିଟୁଲ୍ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ତା’ ପରଠୁ ଟିଟୁଲ୍ ଆପାର୍ଟମେଣ୍ଟ ଆସି ବାପାମା’ ଙ୍କ ପାଖରେ ରହୁଥିଲେ ।

ପୁଲିସର ପ୍ରାଥମିକ ତଦନ୍ତରୁ ଋଣବୋଝରେ ଆକ୍ରାନ୍ତ ଅନିରୁଦ୍ଧ ଟଙ୍କା ପାଇଁ ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡସ୍ଥଳ ପରିଦର୍ଶନ ପରେ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ତଦନ୍ତ ଚାଲିଥିବାରୁ ଡିସିପି ସବିଶେଷ ସୂଚନା ଦେବାକୁ ମନା କରିଥିଲେ ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ, ଅନିରୁଦ୍ଧଙ୍କ ମୁଣ୍ଡରେ ୨୫ ଲକ୍ଷରୁ ଅଧିକ ଟଙ୍କାର ଋଣବୋଝ ଥିଲା । ବିଭିନ୍ନ ଲୋକଙ୍କଠାରୁ ଏହି ଟଙ୍କା ସେ ଧାରସୂତ୍ରରେ ଆଣିଥିଲେ । ବାପାଙ୍କ ନାଁରେ ଥିବା ସମ୍ପତ୍ତିକୁ ବିକ୍ରୀ କରି ଋଣ ଟଙ୍କା ସୁଝିବାକୁ ସେ ଯୋଜନା କରିଥିଲେ । ଏଥିପାଇଁ ବାପାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତକାଲି ସଂଧ୍ୟାରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା । ଆଉ ସେହି ରାଗରେ ବାପାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇଦେବାକୁ ସେ ମନସ୍ଥିର କରିଦେଇଥିଲା ।

ମଞ୍ଚେଶ୍ୱର ଥାନା ପୁଲିସ ଅନିରୁଦ୍ଧଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତଭିଜା ପୋଷାକ ଜବତ କରିଛି । ଅଭିଯୁକ୍ତକୁ ପଚରାଉଚୁରା ପରେ ହତ୍ୟାକାଣ୍ଡର ସବିଶେଷ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Previous Post

ବିଜିନେସ୍ ୱାର୍ଲ୍ଡ ରାଙ୍କିଙ୍ଗ୍: ସୋଆ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲ’ ପୂର୍ବାଂଚଳରେ ପ୍ରଥମ, ଦେଶରେ ପଂଚମ

Next Post

ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

Next Post
ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA