ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍, ସୋଆ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍) ଇଂରାଜୀ ପତି୍ରକା ବିଜିନେସ୍ ୱାର୍ଲ୍ଡ ଦ୍ୱାରା ପ୍ରସ୍ତୁତ ଟପ୍ ୧୦୦ ଲ’ ସ୍କୁଲ୍ ରାଙ୍କିଙ୍ଗ୍ ତୃତୀୟ ସଂସ୍କରଣରେ ପୂର୍ବାଂଚଳରେ ୧ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ସାରା ଦେଶରେ ପଂଚମ ସ୍ଥାନରେ ରହିଛି । ଆଇନ୍ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷତା ନେଇ ଏହି ରାଙ୍କିଙ୍ଗ୍ କରାଯାଇଥାଏ ।
ଗତ ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଂଟର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ଆର୍. ମିଧା, ବିଜିନେସ୍ ୱାର୍ଲ୍ଡର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଅନୁରାଗ ବାତ୍ରା ଏବଂ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବି ଶ୍ରୀମତି ଗୀତା ଲୁଥ୍ରା ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।
ସୋଆ ପକ୍ଷରୁ ଇଣ୍ଡଷ୍ଟି୍ର ଏନ୍ଗେଜମେଂଟ ଓ କର୍ପୋରେଟ୍ ରିଲେସନ୍ସର ନିଦେ୍ର୍ଦଶକ ରିପ୍ତି ରଞ୍ଜନ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇନ୍ଜୀବି, ଶିକ୍ଷାବିତ୍ ତଥା ବିଭିନ୍ନ ଆଇନ କଲେଜର ପ୍ରଫେସର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ ଅନୁଯାୟୀ ୨୦୨୩ରେ ସ୍ନିଲ୍ ଦେଶରେ ୮ମ ସ୍ଥାନରେ ରହିଛି ।