Wednesday, July 8, 2026 06:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦରବୃଦ୍ଧି ବିରୋଧରେ ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ

by Our Correspondent
18 Dec, 2024- 05:02 PM
in Latest News, News
1 min read
0
ଦରବୃଦ୍ଧି ବିରୋଧରେ ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି କହି ବିଜେଡିଆଜି ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା, ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା, ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଯୁବ ସଭାପତି ବ୍ୟୋମକେଶ ରାୟଏହି ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଥିଲେ । ତାଛଡା, ଆସନ୍ତା ଡିସେମ୍ୱର ୨୬ ତାରିଖ ଦିନ ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ବିଧାନସଭା ଆସନ ଗୁଡିକରେ ଆୟୋଜିତ ହେବବୋଲି ମଧ୍ୟ ସୂଚନା ଦେଇଥିଲେ । ସେହିଦିନ ବିଜେଡି ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବେ ।

ଶ୍ରୀ ମିଶ୍ର କହିଥିଲେ, ବିଜେପି ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ କ୍ଷେତ୍ରୀୟ ସ୍ତରରେ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ । ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ମୁଦ୍ରାସ୍ପୀତି ବୃଦ୍ଧିର କିଛି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ । ସେହିପରି, ଖାଦ୍ୟ ସାମଗ୍ରୀଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ । ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬. ୬୮ ପ୍ରତିଶତକୁ ଛୁଇଁଛି ବୋଲି କହିଥିଲେ ।

ଦେଶର ରାଜ୍ୟମାନଙ୍କ ଭିତର ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ବିଫଳ । ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁ ନାହିଁ । ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଛି । ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ ।

ଶ୍ରୀ ଦାସବର୍ମା କହିଥିଲେ, ଆସନ୍ତା ଡିସେମ୍ୱର ୨୬ ତାରିଖ ଦିନ ବିଜେଡିର ୨୭ତମ ପୂର୍ତ୍ତି ସଙ୍ଗେ ସଙ୍ଗେ ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ କରାଯିବ । ଏହି ଦିବସରେ ବିଜେଡିର ଛାମୁଆ ନେତୃତ୍ୱ ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ/ସଭାକରି ଆମର ବିଗତ ଦିନର ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରର ଜନ ବିରୋଧୀ କାର୍ଯ୍ୟକ୍ରମ, ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନ ସାଧାରଣଙ୍କ ସମ୍ମୁଖରେ ରଖାଯିବ ।

ଶ୍ରୀମତୀ ଛୁରିଆକହିଥିଲେ, ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ଆହୁରି କହିଥିଲେ, ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବାବେଳେ, ଏହା ଦେଶର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି । ଛତିଶଗଡ଼, ବିହାର, ଓଡିଶା ଓୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ,ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲାବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି । ମଧ୍ୟପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଧାନର ସହାୟତା ରାଶି ବୃଦ୍ଧି କ୍ଷେତ୍ରରେ ମଧ୍ୟ ଗୋଟିଏ କୁଇଣ୍ଟାଲ ଧାନରୁ ପ୍ରାୟ ପାଞ୍ଚରୁ ନଅ କେଜି କଟନୀ ଛଟନୀ ହେଉଥିବାରୁ ସହାୟତା ରାଶି ବୃଦ୍ଧି ମଧ୍ୟ ପ୍ରହସନରେ ପରିଣତ ହୋଇଛି ।

ବିଧାୟକ ତଥା ଯୁବସଭାପତି ଶ୍ରୀ  ରାୟ କହିଥିଲେ, ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯିବା କ୍ଷେତ୍ରରେ ବିଜେପିର ପ୍ରତିଶ୍ରୁତି ଧୂଅାଁବାଣରେ ପରିଣତ ହୋଇଛି । ସେହିପରି, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଥିଲେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଭାବେ କାମ କରିଆସୁଛି ଓ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

Previous Post

ବିଷ୍ଣୁପଦଙ୍କୁ ‘ଅଶୋକ’ ହୋଟେଲରେ ରଖିଥିଲେ ରାଜ୍ୟ ସରକାର

Next Post

ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀ ଆହତ

Next Post
ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀ ଆହତ

ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀ ଆହତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA