Thursday, July 9, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀ ଆହତ

ପାର୍ଲିଆମେଣ୍ଟ ପ୍ରବେଶପଥରେ ବିଜେପି-କଂଗ୍ରେସ ମୁହାଁମୁହିଁ

by Our Correspondent
19 Dec, 2024- 06:13 PM
in Latest News, News
1 min read
0
ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀ ଆହତ

ରାହୁଲ ଗାନ୍ଧୀଙ୍କ ଧକ୍କାରେ ତଳେ ପଡ଼ିଗଲି- ପ୍ରତାପ
ସିସିଟିଭି ଫୁଟେଜ୍ ଦେଖାଅ- ରାହୁଲ

ନୂଆଦିଲ୍ଲୀ: ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀକୁ ଇଣ୍ଡି ମେଣ୍ଟ ର ବିରୋଧ ପରିପ୍ରେକ୍ଷୀରେ ଆଜି ଏକ ବଡ଼ ଅଘଟଣ ଘଟିଛି । ପାର୍ଲିଆମେଣ୍ଟର ପ୍ରବେଶ ପଥରେ କଂଗ୍ରେସ ଓ ବିଜେପି ସାଂସଦଙ୍କ ଠେଲାପେଲା ଯୋଗୁଁ ତଳେ ପଡ଼ି ଆହତ ହୋଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡ ଫାଟି ଯାଇଛି । ୟୁପି ଫାରୁକାବାଦର ବିଜେପି ସାଂସଦ ମୁକେଶ ରାଜପୁତ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଉଭୟଙ୍କୁ ରାମ ମେନାହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ସେମାନଙ୍କର ଚିକିତ୍ସା ଚାଲିଛି ।

ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ସଂସଦ ବିତର୍କରେ ଆମ୍ବେଦକରଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରବଳ ବିରୋଧ ଜାରି ରହିଛି । ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ସାଂସଦମାନେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ସଂସଦ ବାହାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ସଂସଦ ଗୃହକୁ ଯିବାକୁ ବାହାରିଥିଲେ । ଏହି ସମୟରେ ବିଜେପି ନେତୃତ୍ୱରେ ଏନଡିଏ ସାଂସଦମାନେ ସେମାନଙ୍କ ବିରୋଧରେ ଏକତ୍ରିତ ହୋଇଥିଲେ । ଆମ୍ବେଦକରଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସେମାନେ ଓଲଟି କଂଗ୍ରେସଠାରୁ କ୍ଷମା ଦାବି କରିଥିଲେ ।

ପାର୍ଲିଆମେଣ୍ଟର ପ୍ରବେଶ ପଥ ମକର ଦରରେ ଏନଡିଏ ସାଂସଦମାନଙ୍କ ସହ ଇଣ୍ଡି ମେଣ୍ଟ ସାଂସଦମାନଙ୍କର ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷରୁ ସ୍ଲୋଗାନବାଜି ସହ ଜୋରରେ ଠେଲାପେଲା ହୋଇଥିଲା । ଏଥିରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ତଳକୁ ଖସିପଡ଼ିଥିଲେ । ତାଙ୍କ ଉପରେ ପଡ଼ିଥିଲେ ମୁକେଶ ରାଜପୁତ ।

ରାହୁଲ ଗାନ୍ଧି ଠେଲିଦେବାରୁ ସେ ତଳେ ପଡ଼ିଗଲେ ବୋଲି ପ୍ରତାପ ଷଡ଼ଙ୍ଗୀଙ୍କ ଅଭିଯୋଗ ପରେ ନିଆଁ ଲାଗିଯାଇଛି । ବିଜେପି ସାଂସଦମାନେ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲଙ୍କ ବିରୋଧରେ ଏତଲା ଦେଇଛନ୍ତି । ଅପରପକ୍ଷରେ ବିଜେପି ସାଂସଦମାନଙ୍କର ଆକ୍ରମଣରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆହତ ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ପାଲଟା ଏତଲା ଦିଆଯାଇଛି । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ସିସିଟିଭି ଫୁଟେଜ୍ ଖୋଲି ପ୍ରକୃତ ଘଟଣା କ’ଣ ଦେଶବାସୀଙ୍କୁ ଜଣାଇବାକୁ ରାହୁଲ ଗାନ୍ଧୀ ଦାବି କରିଛନ୍ତି ।

Previous Post

ଦରବୃଦ୍ଧି ବିରୋଧରେ ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ

Next Post

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

Next Post
ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA