Wednesday, April 22, 2026 07:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

by Our Correspondent
18 Dec, 2022- 08:22 PM
in Latest News, News, Politics
1 min read
0
ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ । ଏହି ରୌପ୍ୟ ଜୟନ୍ତୀକୁ ବଡ଼ ଧୂମଧାମରେ ପାଳିବାକୁ ଯାଉଛି ଦଳ । ରାଜ୍ୟସ୍ତରୀୟ ସମାରୋହ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ପୁରୀ ତାଳବଣିଆ ପଡ଼ିଆରେ ଏହାର ଆୟୋଜନ କରାଯାଉଛି । ଯୋଗଦେବେ ୫୦ ହଜାରରୁ ଅଧିକ କର୍ମୀ ଓ ସାଧାରଣ ଜନତା । ଏହାପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ୧୫ ଦିନ ଧରି ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ହେବ । ଖାଲି ସେତିକିରେ ସରିବନି । ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ । ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ଏ ନେଇ ଆଜି ନବୀନ ନିବାସରେ ଦଳୀୟ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କାର୍ଯ୍ୟକ୍ରମର ଖସଡ଼ାକୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ ।
ସୂଚନା ଅନୁଯାୟୀ, ୨୬ ତାରିଖରେ ପୁରୀ ତାଳବଣିଆ ପଡ଼ିଆରେ ବିଶାଳ ସମାବେଶ ହେବ । ଏଥିରେ ସବୁ ବିଧାୟକ, ସାଂସଦ, ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ ନେତାଙ୍କ ସମେତ ପ୍ରତି ପଞ୍ଚାୟତ ଓ ବ୍ଲକର ବରିଷ୍ଠ ନୋ ଏବଂ କର୍ମକର୍ତ୍ତା ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ଓଡ଼ିଶାବାସୀଙ୍କ ସେବା ନିରନ୍ତର ଜାରି ରଖିବାକୁ ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ସଂକଳ୍ପପାଠ କରାଇବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଭୂମିକା ନେଇ ଆହ୍ୱାନ ରଖିବେ ।
୨୭ ତାରିଖରୁ ୧୫ ଦିନ ଧରି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ । ନିର୍ବାଚନମଣ୍ଡଳୀସ୍ତରୀୟ ସବୁ ନେତା ଓ ଛାମୁଆ ସଂଗଠନଗୁଡ଼ିକ ଏଥିରେ ସାମିଲ ହେବେ । ଏହିଠୁ ବର୍ଷେ ବ୍ୟାପୀ ବିଭିନ୍ନ ଜୋନ୍ ରେ ଦଳ କାର୍ଯ୍ୟକ୍ରମ ଜାରି ରଖିବ । ଏହାର ରୂପରେଖ ଦଳୀୟ ଫୋରମ୍ ରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି ।
୨୦୨୪ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେଡିର ଏହି ସବୁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ୍ କରିବା ସହ ଲୋକଙ୍କ ସହ ସମ୍ପର୍କ ଯୋଡି ରଖିବା ଦଳର ମୁଖ୍ୟ ଉଦ୍ଦେଶ୍ୟ ହୋଇଛି । ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ନବୀନଙ୍କ ପରାମର୍ଶ ନେତାମାନଙ୍କ ଜୋସ୍ ବଢ଼ାଇ ଦେଇଛି । ମୋଟାମୋଟି କହିଲେ, ସାଧାରଣ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ।
Previous Post

‘ମଡେଲ୍’ ରାଜନୀତି: ପଦ୍ମପୁର ବନାମ ଧାମନଗର

Next Post

ଜାନୁଆରୀ ୨୬ରୁ କଂଗ୍ରେସର ‘ହାତକୁ ହାତ ଯୋଡ଼’ ଅଭିଯାନ

Next Post
ଜାନୁଆରୀ ୨୬ରୁ କଂଗ୍ରେସର ‘ହାତକୁ ହାତ ଯୋଡ଼’ ଅଭିଯାନ

ଜାନୁଆରୀ ୨୬ରୁ କଂଗ୍ରେସର 'ହାତକୁ ହାତ ଯୋଡ଼' ଅଭିଯାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA