Friday, June 26, 2026 03:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମଡେଲ୍’ ରାଜନୀତି: ପଦ୍ମପୁର ବନାମ ଧାମନଗର

by Our Correspondent
17 Dec, 2022- 09:42 PM
in Latest News, News, Politics
1 min read
0
‘ମଡେଲ୍’ ରାଜନୀତି: ପଦ୍ମପୁର ବନାମ ଧାମନଗର
ଭୁବନେଶ୍ୱର: ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ହାତରେ ପଦ୍ମପୁର ମଡେଲ ଥିଲେ ଆମ ପାଖରେ ଅଛି ଧାମନଗର ମଡେଲ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଆମକୁ ଶିକ୍ଷା ଦେଇଛି । ଆଗାମୀ ନିର୍ବାଚନରେ ଓଡିଶା ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରାଯିବ ।
ତେବେ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛି ବିଜେଡି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସସ୍ମିତ୍ ପାତ୍ର କହିଛନ୍ତି, ବିଜେଡିର ମଡେଲ କୌଣସି ଉପନିର୍ବାଚନ ବିଜୟ ନୁହେଁ । ବିଜେଡିର ମଡେଲ ହେଉଛି ଉତ୍ତମ ପ୍ରଶାସନର ମଡେଲ । ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସେବା । ବିଜେଡି ପାଇଁ ନିର୍ବାଚନ ବିଜୟ ନୁହେଁ, ବିକାଶ ହିଁ ଏକମାତ୍ର ମଡେଲ ବୋଲି ସସ୍ମିତ୍ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ସୁଶାସନ ପାଇଁ ନବୀନ ସରକାର ପ୍ରତିବଦ୍ଧ । ବିଜେଡି ସବୁବେଳେ ବିକାଶରେ ବିଶ୍ୱାସ କରେ । ୨୨ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରି ଆସୁଛନ୍ତି ସରକାର । ୫-ଟି, ମୋ ସରକାର ଆଦି ସରକାରଙ୍କ ସୁଶାସନର ମଡେଲ । ସାଢ଼େ ୪ କୋଟି ଓଡ଼ିଆ ଆମର ଭାଗ୍ୟ ବିଧାତା । ନିର୍ବାଚନର ବିଜୟକୁ ମଡେଲ ଭାବେ ଗ୍ରହଣ ନ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ଦଳର ବିପୁଳ ବିଜୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି । ଆଗକୁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହାକୁ ବିଜେଡିର ପଦ୍ମପୁର ମଡେଲ ବୋଲି କୁହାଯାଉଛି । ବିଜେପି କ୍ଷେତ୍ରରେ ବି ସମାନ କଥା । ଏଠି ଧାମନଗର ମଡେଲ କଥା ଖୋଦ୍ କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ବାହାରିଛି । ଯାହାକୁ ନେଇ କଥା କଟାକଟି ହୋଇଛି ।
ସେ ଯାହା ହେଉ, ୨୦୨୪ ନିର୍ବାଚନକୁ ଫୁଲ୍ ଜୋସ୍ ରେ ଲଢ଼ିବା ପାଇଁ ବିଜେପି ବି ଏବେଠାରୁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଲାଣି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଜି ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ବ୍ୟାପକ ବିଚାର ବିମର୍ଷ କରିଥିଲେ । ସାଧାରଣ ନିର୍ବାଚନ ପ୍ରସ୍ତୁତି ଏବଂ ସଂଗଠନ ମଜବୁତ ନେଇ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଏବଂ ପଦାଧିକାରୀଙ୍କ ବୈଠକ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ଆରମ୍ଭରୁ ଧାମନଗର ଏବଂ ପଦ୍ମପୁର ଉପନିର୍ବାଚନ ଫଳାଫଳର ସମୀକ୍ଷା କରାଯାଇଥିଲା । ଧାମନଗର ଉପନିର୍ବାଚନ ଫଳାଫଳର ବିସ୍ତୃତ ରିପୋର୍ଟ ମନମୋହନ ସାମଲ ଉପସ୍ଥାପନ କରିଥିଲା ବେଳେ ପଦ୍ମପୁର ଫଳାଫଳ ରିପୋର୍ଟ ଜୟନାରାୟଣ ମିଶ୍ର ଉପସ୍ଥାପନ କରିଥିଲେ । ଦଳ କେଉଁଠି କାହିଁକି ଭଲ କି ଖରାପ ପ୍ରଦର୍ଶନ କଲା ତାହା ଶ୍ରୀ ବଂଶଲଙ୍କୁ ଅବଗତ କରାଯାଇଥିଲା ।
ବ୍ୟାପକ ଆଲୋଚନା ପରେ ରାଜ୍ୟରେ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ବ୍ୟାପକ ଆନେ୍ଦାଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ବୋଲି କୁହାଯାଇଛି ।
Previous Post

କିଟ୍‍ର କିଶୋର ବୈଜ୍ଞାନିକ ସ୍ନେହାଦୀପ୍‍ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟିର ଫେଲୋ ମନୋନୀତ

Next Post

ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

Next Post
ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

ଶ୍ରୀକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA