Friday, April 24, 2026 09:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡ଼ିର ଆନ୍ଦୋଳନ ଡାକରା

ନଭେମ୍ବର ୨୨, ୨୩ ଓ ୨୪ ରେ ତିନି ଆରଡିସି ଦପ୍ତର ଆଗରେ ଧାରଣା

by Our Correspondent
17 Nov, 2021- 06:03 PM
in Latest News, News
1 min read
0
ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡ଼ିର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଏଥର ରନ୍ଧନଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡ଼ି ଆନ୍ଦୋଳନ କରିବ । ଦଳର ତିନି ଛାମୁଆ ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଏହି ଆନ୍ଦୋଳନର ମଙ୍ଗ ଧରିବେ । ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ଏବଂ ଉଜ୍ଜଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ନଭେମ୍ବର ୨୨ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ଧାରଣା ଏବଂ ଧର୍ମଘଟ କରାଯିବ । ୨୩ ରେ ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆଗରେ ଏବଂ ୨୪ ତାରିଖରେ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ସାମନାରେ ଧାରଣା ଓ ଧର୍ମଘଟ କରାଯିବ । ତିନିଦିନ ଧରି ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ଏବଂ ମୂଲ୍ୟ ହ୍ରାସ୍ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ହସ୍ତକ୍ଷେପ ଲୋଡାଯିବ । କେନ୍ଦ୍ର ସରକାର ଏହି ଦାବି ପ୍ରତି ଧ୍ୟାନ ନଦେଲେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ବିଜେଡ଼ି ନେତାମାନେ କହିଛନ୍ତି, ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ଢେର ବୃଦ୍ଧି ପାଇଛି ଯାହା ରାଜ୍ୟର ମା’ ଓ ଭଉଣୀମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହିତ ଓଡିଶାର ୪.୫ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଉଛି । ବିଗତ ସାଢେ ୩ବର୍ଷ ଭିତରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟରେ ୭୦% ବୃଦ୍ଧି ଘଟିଛି । ୨୦୧୬-୧୭ ରେ ୧୪.୨ କିଲୋଗ୍ରାମ ରନ୍ଧନଗ୍ୟାସ ଥିବା ଗୋଟିଏ ସିଲିଣ୍ଡରର ମୂଲ୍ୟ ୫୪୯ ଟଙ୍କା ୬୯ପଇସା ଥିବାବେଳେ ଏହା ବୃଦ୍ଧି ପାଇ ବର୍ତ୍ତମାନ ୯୨୬ ଟଙ୍କାରେ ପହଞ୍ଚିଛି । ଏହାର ବୃଦ୍ଧି ଏତେ ପରିମାଣରେ ହୋଇଛି ଯେ ସିଲିଣ୍ଡର ପିଛା ମାତ୍ର ୩.୫ ବର୍ଷରେ ୩୭୬.୩୧ ବଢିଛି । ଭାରତରେ ଏତେ କମ୍‌ ସମୟ ମଧ୍ୟରେ ରନ୍ଧନଗ୍ୟାସ ଦର ୭୦% ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖାଯାଇ ନଥିଲା ।

୨୦୨୧ ମସିହା ଅଗଷ୍ଟ ୨ ତାରିଖରେ ଲୋକସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗୋଟିଏ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୧୬-୧୭ ରେ ୫୪୯.୬୯ ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୬୯୫.୧୫ ଟଙ୍କାକୁ ବଢିଥିଲା ଏବଂ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସର ମୂଲ୍ୟରେ ଏହି ୭୦% ବୃଦ୍ଧି ଅତ୍ୟନ୍ତ କଷ୍ଟଦାୟକ ଏବଂ ଆମେ, ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ଏକାଠି ହୋଇ ଏହି ଅହେତୁକ ମୂଲ୍ୟ ବୃଦ୍ଧିକୁ ନିନ୍ଦା କରୁଛୁ ଯାହା ଓଡିଶାର କୋଟି କୋଟି ମା’ ଭଉଣୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । 

ଖାଲି ସେତିକି ନୁହେଁ, ରନ୍ଧନଗ୍ୟାସ ଦର ବୃଦ୍ଧି ସହିତ ଏବେ କେନ୍ଦ୍ରର ଉଜ୍ୱଳା ବିଫଳତା ପଦାରେ ପଡିଛି । ଏହି ଯୋଜନାଟି ସମାଜର ଅବହେଳିତ ଲୋକଙ୍କୁ ଶସ୍ତାରେ ସିଲିଣ୍ଡର ଯୋଗାଇବା ପାଇଁ ବହୁତ ଆଡମ୍ବରର ସହ ଆରମ୍ଭ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ଏହା ବିଫଳ ହୋଇଛି । ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚ୍‌ଏସ୍‌) ସୂଚନା ଅନୁଯାୟୀ ବହୁ ପ୍ରଚାରିତ ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସର ବ୍ୟବହାର ବହୁତ କମ୍‌ ରହିଛି ।

ଯେତେବେଳେ କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଭାରତରେ ଏଲପିଜି କଭରେଜ୍ ପ୍ରାୟ ୯୮% ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚ୍‌ଏସ୍‌) କହିଛି ଯେ ଦେଶରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ବ୍ୟବହାର ମାତ୍ର ୨୦% ବୃଦ୍ଧି ପାଇଛି । ଅତୀତରେ, ସିଏଜି ତାଙ୍କ ରିପୋର୍ଟ ‘ପର୍ଫମାନ୍ସ ଅଡିଟ୍‌ ଅଫ୍‌ ଉଜ୍ୱଳା ଯୋଜନା’ ରେ ହିତାଧିକାରୀମାନେ ରନ୍ଧନଗ୍ୟାସ ସିଲିଣ୍ଡର ରିଫିଲ୍ କମାଇବା ସହିତ ଏହାର ବ୍ୟବହାର ମଧ୍ୟ କମ୍‌ କରୁଛନ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଉଜ୍ୱଳା ଯୋଜନା ହେଉଛି ଓଡିଶା ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ଯାହା ବାସ୍ତବରେ ବହୁଳ ଭାବେ ବିଫଳ ହୋଇଛି ବୋଲି ସେମାନେ କହିଥିଲେ । 

Previous Post

ଚତୁର୍ଥ ଦିବସରେ ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Next Post

ସୁଧାଂଶୁ ଷଡ଼ଙ୍ଗୀ ରେଲୱେ ଏଡିଜି, ଦିବ୍ୟା ଢ଼େଙ୍କାନାଳ ଏସପି

Next Post
ସୁଧାଂଶୁ ଷଡ଼ଙ୍ଗୀ ରେଲୱେ ଏଡିଜି, ଦିବ୍ୟା ଢ଼େଙ୍କାନାଳ ଏସପି

ସୁଧାଂଶୁ ଷଡ଼ଙ୍ଗୀ ରେଲୱେ ଏଡିଜି, ଦିବ୍ୟା ଢ଼େଙ୍କାନାଳ ଏସପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA