ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ଏଥିରେ ୫ ଜଣ ଅଧିକାରୀଙ୍କର ବଦଳି ହୋଇଛି ।
ବିନୟାନନ୍ଦ ଝା: ଓଡ଼ିଶା ମାନବାଧିକାର କମିଶନର ଏଡିଜି ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚ୍ ର ଅଧିକାରୀ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି ।
ପ୍ରଣବିନ୍ଦୁ ଆଚାର୍ଯ୍ୟ: ରେଳବାଇ ପୁଲିସ ଅତିରିକ୍ତ ଡିଜି ୧୯୮୯ ବ୍ୟାଚ୍ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଶ୍ରୀ ଝାଙ୍କ ଜାଗାରେ ଓଡ଼ିଶା ମାନବାଧିକାର କମିଶନର ଏଡିଜି ଭାବେ ଅବସ୍ଥାପିତ କରାଯାଇଛି ।
ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ: ଗୃହ ବିଭାଗରେ ଓଏସଡି ଭାବେ କାର୍ଯ୍ୟରତ ୧୯୯୦ ବ୍ୟାଚ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଲୱେ ଏବଂ କୋଷ୍ଟାଲ୍ ସିକ୍ୟୁରିଟିର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି ।
ସାଫିନ୍ ଅହମ୍ମଦ: ଆଇଜି, ଟେକ୍ନିକାଲ୍ ଭାବେ କାର୍ଯ୍ୟ କରୁଥିବା ୨୦୦୩ ବ୍ୟାଚ୍ ଅଧିକାରୀ ସାଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।
ଏଲ. ଦିବ୍ୟା: କ୍ରାଇମବ୍ରାଞ୍ଚ ଏସପି ଭାବେ କାର୍ଯ୍ୟରତ ୨୦୧୩ ବ୍ୟାଚ୍ ଅଧିକାରୀ ମିସ୍ ଏଲ. ଦିବ୍ୟାଙ୍କୁ ଢ଼େଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।
ଗୃହ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।