Wednesday, April 22, 2026 05:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଞ୍ଜୟଙ୍କ ଗୁରୁତ୍ୱ ଫେରିଲା, ପ୍ରତାପଙ୍କ ଉପରେ ବିଶ୍ୱାସ ଅତୁଟ

ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ବିଜେଡି ପର୍ଯ୍ୟବେକ୍ଷକ

by Our Correspondent
02 Nov, 2023- 06:36 PM
in Latest News, News, Politics
1 min read
0
ସଞ୍ଜୟଙ୍କ ଗୁରୁତ୍ୱ ଫେରିଲା, ପ୍ରତାପଙ୍କ ଉପରେ ବିଶ୍ୱାସ ଅତୁଟ

ଭୁବନେଶ୍ୱର: ସଞ୍ଜୟ ଦାସ ବର୍ମାଙ୍କୁ ବିଜେଡିରେ ପୁଣି ଗୁରୁତ୍ୱ ମିଳିଛି । ଦୀର୍ଘ ଦିନ ଧରି ଦଳରେ ଅଦୃଶ୍ୟ ହୋଇଯାଇଥିବା ଏହି ବରିଷ୍ଠ ନେତାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ଭଦ୍ରକ ଜିଲ୍ଲା ଦାୟିତ୍ୱରେ ପୂର୍ବରୁ ଥିବା ବିଧାୟକ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଜଣେ ଅଭିଯୁକ୍ତ ଭାବେ ଆଇନଜାଲରେ ଛନ୍ଦି ହୋଇଥିବା ପ୍ରତାପଙ୍କ ଉପରେ ନବୀନଙ୍କ ଆସ୍ଥା ଅତୁଟ ରହିଥିବା ଏହା ସ୍ପଷ୍ଟ କରିଛି ।

ସାଧାରଣ ନିର୍ବାଚନ ଆଉ ମାତ୍ର ୬ ମାସରୁ କମ୍ ସମୟ ଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ଦଳର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ନିଷ୍ପତ୍ତି ବିଜେଡି ରାଜନୀତିରେ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଏକଦା ବିଜେଡିର ହାତଗଣତି ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ସଞ୍ଜୟଙ୍କୁ ଗଣାଯାଉଥିଲା । ତାଙ୍କର ସାଂଗଠନିକ ଦକ୍ଷତା ଉପରେ କାହାରି ତିଳେମାତ୍ର ସନ୍ଦେହ ନ ଥିଲା । ଗତ ସାଧାରଣ ନିର୍ବାଚନରେ ବ୍ରହ୍ମଗିରିରୁ ସେ ପରାଜିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କର ଗୁରୁତ୍ୱ କମାଇ ନ ଥିଲେ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଦଳୀୟ ସାଧାରଣ ସମ୍ପାଦକ ପଦବୀରେ ତାଙ୍କୁ ମୁଖ୍ୟ କାର୍ଯ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ କାଢ଼ି ନେଇଥିଲେ । ପରବର୍ତ୍ତୀ ସମୟରେ ସାଧାରଣ ସମ୍ପାଦକ ପଦବୀରେ ଥାଇ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଗୁରୁତ୍ୱ ଦେଖିବାକୁ ମିଳିଲାନି । ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ମିଳିଲାନି । ଦଳୀୟ ନେତୃତ୍ୱ ଏବଂ ସଞ୍ଜୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ସମ୍ପର୍କ ଥିବା ଚର୍ଚ୍ଚା ହେଲା । ଏହି ଚର୍ଚ୍ଚାକୁ ଦାନା ଦେଇଥିଲା ଗତବର୍ଷର ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ନିଜ ନିର୍ବାଚନମଣ୍ଡଳୀ ବ୍ରହ୍ମଗିରିରେ ସଞ୍ଜୟଙ୍କ ତତଲା ଭାଷଣ । ପରୋକ୍ଷରେ ସେ ରାଜ୍ୟର ଶାସନକଳକୁ ଟାର୍ଗେଟ୍ କରିଥିଲେ । ଆଗାମୀ ଦିନରେ ଏହାର ଜବାବ ଦିଆଯିବ ବୋଲି ଚାଲେଂଜ ବି ଦେଇଥିଲେ ।

ଏହାପରଠାରୁ ବିଜେଡିରେ ସେ ଅଛୁଆଁ ହୋଇଯାଇଥିଲେ । ଖୁବ୍ ଶୀଘ୍ର ବିଜେପିରେ ଯୋଗଦେବା ନେଇ କିଛି ଗଣମାଧ୍ୟମ ତାଙ୍କ ନାଁରେ ଚର୍ଚ୍ଚା କରିଥିଲେ । ବିଜେଡିରେ ଏକ ଗୋଷ୍ଠୀ ସଞ୍ଜୟଙ୍କ ସାଥୀରେ ବିଜେପିକୁ ପଳାଇବେ ବୋଲି ମଧ୍ୟ ଚର୍ଚ୍ଚା ହେଲା । ସଞ୍ଜୟଙ୍କ ନିରବତା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଦେଇଥିଲା । ତେବେ ମଝିରେ ମଝିରେ ବିଜେଡି ନେତୃବୃନ୍ଦଙ୍କ ସହ ତାଙ୍କର ବୁଝାମଣା ଖବର ବି ଆସିଥିଲା । ଏବେ ସେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ବିଜେଡି ସଂଗଠନ ଗୁରୁଦାୟିତ୍ୱକୁ ଫେରି ଆସିଛନ୍ତି । ଭଦ୍ରକ ଜିଲ୍ଲା ଭଳି ବିଜେଡି ପାଇଁ ଏକ ଚାଲେଜିଂ ଜିଲ୍ଲାର ଦାୟିତ୍ୱ ତାଙ୍କ ଉପରେ ଛଡ଼ାଯାଇଛି ।

ସଞ୍ଜୟ ନୂଆ ଦାୟିତ୍ୱ ପାଇଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ତାକୁ ନିଷ୍ଠାର ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା, ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି ।

ଅନ୍ୟତମ ବରିଷ୍ଠ ନେତା ବିଧାୟକ ପ୍ରତାପ ଜେନାଙ୍କ କ୍ଷେତ୍ରରେ ଦଳର ସଭାପତିଙ୍କ ଆସ୍ଥା ଅତୁଟ ଥିବା ଦେଖିବାକୁ ମିଳିଛି । ୨୦୨୧ ମସିହାରେ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର କେସ୍ ରେ ତାଙ୍କ ନାଁ ଆସିବା ପରେ ସେ ବିବାଦୀୟ ହୋଇପଡ଼ିଥିଲେ । ସେତେବେଳେ ସେ ମନ୍ତ୍ରୀ ଥିଲେ । ତେବେ ବର୍ଷେ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦା କରିଥିଲେ ମଧ୍ୟ ସାଂଗଠନିକ ଦାୟିତ୍ୱରୁ ହଟାଇ ନ ଥିଲେ । ତାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା ।

ନିକଟରେ ଡବଲ୍ ମର୍ଡର କେସ୍ ରେ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍(ଜେଏମଏଫସି) ଅଦାଲତ ତାଙ୍କୁ ସମନ ଜାରି କରିବା ପରେ ସେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏବେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ସୁତରାଂ ଜଣେ ହତ୍ୟା ଅଭିଯୁକ୍ତ ଭାବେ ଆଇନଜାଲରେ ଫସିଥିଲେ ମଧ୍ୟ ଦଳୀୟ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରୁ ଆସ୍ଥା ହରାଇ ନାହାନ୍ତି ।

ସୂଚନାଥାଉକି, କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ ଶ୍ରୀମତୀ ପ୍ରମିଳା ମଲ୍ଲିକ । ସେ ବାଚସ୍ପତି ହେବା ପରେ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ ଖାଲି ଥିଲା ।

Previous Post

କନେଷ୍ଟବଳଙ୍କ ପାଖରୁ ମିଳିଲା ୬ ଲକ୍ଷ ବଟି ଟଙ୍କା!

Next Post

ଗଞ୍ଜାମ ଜିଲ୍ଲାକୁ ୨୫୧ କୋଟି, ୫୭୦୬ ପ୍ରକଳ୍ପ

Next Post
ଗଞ୍ଜାମ ଜିଲ୍ଲାକୁ ୨୫୧ କୋଟି, ୫୭୦୬ ପ୍ରକଳ୍ପ

ଗଞ୍ଜାମ ଜିଲ୍ଲାକୁ ୨୫୧ କୋଟି, ୫୭୦୬ ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA