ଭୁବନେଶ୍ୱର: ବିଜେପିର ଆଉ ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ରାଉରକେଲାରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଥିବା ବେଳେ ରଣପୁରରୁ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରଣପୁର ଆସନରୁ ତାପସ ରଞ୍ଜନ ମାର୍ଥାଙ୍କ ନାଁ ଘୋଷଣା ହୋଇଥିଲା । ସେହିଭଳି ପଟ୍ଟାଙ୍ଗୀ ଆସନର ପ୍ରାର୍ଥୀ ମଧ୍ୟ ବଦଳିଛନ୍ତି । ଚୈତନ୍ୟ ହନ୍ତାଳଙ୍କ ଜାଗାରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରାଯାଇଛି । ସୂଚନାଯୋଗ୍ୟ, ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।
କିଏ କେଉଁ ଆସନରୁ ପ୍ରାର୍ଥୀ
ରାଉରକେଲା- ଦିଲ୍ଲୀପ ରାୟ
ପାଟଣା- ଅଖିଳ ଚନ୍ଦ୍ର ନାଏକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରୀପୋଷି- ଶ୍ରୀମତୀ ସଞ୍ଜଳି ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭାତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାସ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ଶ୍ରୀମତୀ ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ ଚରଣ ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମ କଟକ- ଜଗନ୍ନାଥ ନୁନ୍ଦ୍ରୁକା
ରାୟଗଡ଼ା- ବସନ୍ତ କୁମାର ଉଲ୍ଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ଼- ରୂପୁ ଭାତ୍ରା
ପଟ୍ଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ସିସା