Saturday, June 27, 2026 10:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଭରବ୍ରିଜ୍ ରୁ ତଳକୁ ଖସିଲା ବସ୍: ୫ ମୃତ, ୧୫ ଗୁରୁତର

ପୁରୀରୁ କୋଲକତା ଯାଉଥିଲା ଯାତ୍ରୀବାହୀ ବସ୍ 'କାଳିଆ ନନା'

by Our Correspondent
15 Apr, 2024- 11:17 PM
in Latest News, News
1 min read
0
ଓଭରବ୍ରିଜ୍ ରୁ ତଳକୁ ଖସିଲା ବସ୍: ୫ ମୃତ, ୧୫ ଗୁରୁତର

– ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ
– ମୃତକଙ୍କ ଆତ୍ମୀୟଙ୍କୁ ୩ ଲକ୍ଷ ଅନୁକମ୍ପା ସହାୟତା ଘୋଷଣା
– ଆହତଙ୍କୁ ମାଗଣା ଚିକିତ୍ସା

ଯାଜପୁର/ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟରେ ଆଜି ସଂଧ୍ୟାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ପୁରୀରୁ ହଳଦିଆ(କୋଲକତା) ଯାଉଥିବା ଏକ ଯାତ୍ରୀବାହୀ ବସ୍ ‘କାଳିଆ ନନା’ ଓଭରବ୍ରିଜ୍ ଉପରୁ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ ରେ ଥିବା ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିରେ ୩ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ଗୁରୁତର ଆହତଙ୍କୁ କଟକ ଏସସିବି ବଡ ଡାକ୍ତରଖାନାକୁ ଅଣାଯାଇଛି ।

ପୁରୀରୁ ଏହି ଯାତ୍ରୀବାହୀ ବସ୍ ଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ କୋଲକତା ହଳଦିଆ ଯାଉଥିଲା । ସଂଧ୍ୟା ୯ଟା ବେଳେ ବାରବାଟୀ ଛକ ନିକଟ ଓଭରବ୍ରିଜ୍ ରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ବସ୍ ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିବାରୁ ତା’ ତଳେ ଯାତ୍ରୀମାନେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବା ସହ ପୁଲିସକୁ ଖବର ଦେଇଥିଲେ । ମାତ୍ର ୧୫ ମିନିଟ୍ ଭିତରେ ଯାଜପୁର ଏସପି, ଆରଟିଓ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସିଡିଏମଓ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । କ୍ରେନ୍ ସାହାଯ୍ୟରେ ବସ୍ ଟିକୁ ଉଠାଇବା ପରେ ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ପଠାଯାଇଥିଲା । ଏହି କାର୍ଯ୍ୟରେ ୧୬ ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ।

ପ୍ରାୟ ୨୦ ଜଣ ସାମାନ୍ୟ ଆହତ ଯାତ୍ରୀଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ କଟକ ଏସସିବି କୁ ଅଣାଯାଇଛି । ଡାକ୍ତରଖାନାକୁ ଆଣିବା ବାଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପରିବହନ କମିସନର ଅମିତାଭ ଠାକୁର ତୁରନ୍ତ ଏସସିବିରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous Post

କିମ୍‍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର

Next Post

ବିଜେପିର ଆଉ ୨୧ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା

Next Post
ବିଜେପିର ଆଉ ୨୧ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା

ବିଜେପିର ଆଉ ୨୧ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA