ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନା ଓ ପ୍ରଚାର ପାଇଁ ବିଜେପିର ଦୁଇଟି କମିଟି ଗଠନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସାଂସଦ ଜୁଏଲ୍ ଓରାମ୍ ଙ୍କ ନେତୃତ୍ୱରେ ୮ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଥିବା ବେଳେ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୧୪ ଜଣିଆ ନିର୍ବାଚନ ପ୍ରଚାର କମିଟି ଗଠନ ହୋଇଛି ।
ଜୁଏଲ୍ ଙ୍କ ନେତୃତ୍ୱରେ ଗଠିତ ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନେ ହେଲେ- ଜୟନାରାୟଣ ମିଶ୍ର, କେଭି ସିଂହଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମୀର ମହାନ୍ତି, ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ।
ସେହିଭଳି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ଅଛନ୍ତି- ପ୍ରତାପ ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ମୋହନ ଚରଣ ମାଝୀ, ଶଙ୍କର ଓରାମ, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଡ. ମୁକେଶ ମହାଲିଙ୍ଗ ଏବଂ ରଞ୍ଜନ କୁମାର ପଟେଲ ।
ଆସନ୍ତାକାଲି(ସୋମବାର) ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନପତ୍ର ଦାଖଲ କରିବେ ।