Tuesday, May 13, 2025 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଗ୍ୟାଙ୍ଗଷ୍ଟର ଅତିକ୍ ହତ୍ୟାକାଣ୍ଡ ହୁଲସ୍ତୁଲ୍

ଯୋଗୀ ସରକାରଙ୍କୁ ଅଡୁଆ ନା ଫାଇଦା?

by Our Correspondent
16 Apr, 2023- 09:07 PM
in Crime, Latest News, National, News
1 min read
0
ଗ୍ୟାଙ୍ଗଷ୍ଟର ଅତିକ୍ ହତ୍ୟାକାଣ୍ଡ ହୁଲସ୍ତୁଲ୍

ଭୁବନେଶ୍ୱର: ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତା’ର ଭାଇ ଅସରଫ ଅହମଦର ହତ୍ୟା ଘଟଣାକୁ ନେଇ ସାରା ଦେଶ ହୁଲସ୍ତୁଲ । ଏହି ଗ୍ୟାଙ୍ଗଷ୍ଟର ଭାଇଙ୍କ ମୃତ୍ୟୁରେ କାହାର ସମବେଦନା ନାହିଁ । କିନ୍ତୁ ଯେଉଁ ଢ଼ଙ୍ଗରେ ସେମାନେ ହତ୍ୟାର ଶିକାର ହେଲେ ତାହା ଭାରତବର୍ଷର ଆଇନକାନୁନ ଉପରେ ବିଶ୍ୱାସ ରଖୁଥିବା ସାଧାରଣ ଜନତାଙ୍କୁ ବିବ୍ରତ କରୁଛି । ୟୁପିର ଯୋଗୀ ସରକାରଙ୍କୁ ଏହା ଅଡୁଆ ନା ଫାଇଦା ହୋଇଛି ତାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ଶନିବାର ରାତିରେ ଅତିକ୍ ଏବଂ ତା’ର ଭାଇ ଅସରଫକୁ ପୁଲିସ ଉପସ୍ଥିତିରେ ୩ ଜଣ ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି । ଡାକ୍ତରୀ ପରୀକ୍ଷା ସାରି ଫେରୁଥିବା ଏହି ଦୁଇଭାଇଙ୍କୁ ସାମ୍ବାଦିକମାନେ ଘେରିଥିବା ବେଳେ ସାମ୍ବାଦିକ ବେଶରେ ଥିବା ଆତତାୟୀମାନେ ସେମାନଙ୍କୁ ମୁଣ୍ଡ ପାଖରୁ ଗୁଳି କରି ନିପାତ କରିଦେଲେ । ୧୮ ରାଉଣ୍ଡ ଗୁଳି କରିବା ପରେ ଆତତାୟୀ ହାତଟେକି ଆତ୍ମସମର୍ପଣ କଲେ ।

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଗତ ୪୦ ବର୍ଷ ଧରି ଆତଙ୍କରାଜ ଚଳାଇଥିଲା ଅତିକ୍ । ତା’ ନାଁରେ ଏକାଧିକ ହତ୍ୟା, ଅପହରଣ, ଆକ୍ରମଣ, ପୋଡ଼ାଜଳା ଏବଂ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଥିଲା । ଏହି ଦୁର୍ଦ୍ଦାନ୍ତ ଅପରାଧୀ ରାଜନୀତିରେ ପାଦ ଦେଇ ବି ସଫଳ ହୋଇଥିଲା । ସ୍ୱୀଧୀନ ଭାବେ ଲଢ଼ି କ୍ରମାଗତ ୩ ଥର ବିଧାୟକ, ସମାଜବାଦୀ ପାର୍ଟି ଟିକେଟରେ ଦୁଇଥର ବିଧାୟକ ଏବଂ ଥରେ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲା ।

୨୦୦୫ରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲ ହତ୍ୟା ମାମଲାରେ ଅତିକ୍ ଥିଲା ମୁଖ୍ୟ ଅଭିଯୁକ୍ତ । ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଆଇନଜୀବୀ ଉମେଶ ପାଲଙ୍କୁ ଗତ ଫେବୃଆରୀରେ ହତ୍ୟା କରାଯାଇଥିଲା । ଗୁଜୁରାଟର ସାବରମତୀ ଜେଲରେ ଥିବା ଅତିକ୍ ପୁଅ ଏହି ହତ୍ୟା ଯୋଜନା କରିଥିଲା । ପୁଅ ଅସଦ ଓ ତା’ର ସହଯୋଗୀ ଗୁଲାମ ହତ୍ୟା କରି ଫେରାର ହୋଇଯାଇଥିଲେ ।
ଗତ ୧୩ ତାରିଖରେ ଅସଦ ଓ ଗୁଲାମକୁ ୟୁପି ପୁଲିସ ଝାନସୀ ନିକଟରେ ଏନକାଉଣ୍ଟର କରି ମାରିଦେଲା । ଏହାର ଦୁଇଦିନ ଆଗରୁ ଏପ୍ରିଲ ୧୧ ରେ ଅତିକ୍ କୁ ଗୁଜୁରାଟର ସାବରମତୀ ଜେଲ୍ ରୁ ୟୁପିର ପ୍ରୟାଗରାଜ ଜେଲ୍ କୁ ସ୍ଥାନାନ୍ତର କରାଯାଇଥିଲା ।
ତାକୁ ହତ୍ୟା କରିବାକୁ ଯୋଜନା ହୋଇଥିବା ଅତିକ୍ ଆଶଙ୍କା କରୁଥିଲା ଏବଂ ସୁପ୍ରିମକୋର୍ଟର ଶରଣ ପଶିଥିଲା । ମାତ୍ର ସୁପ୍ରିମକୋର୍ଟ ତା’ର ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ।

ଏପ୍ରିଲ୍ ୧୩ ତାରିଖରେ ପ୍ରୟାଗରାଜର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅନୁମତିକ୍ରମେ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ଅତିକ୍ ଏବଂ ଅସରଫକୁ ପୁଲିସ ରିମାଣ୍ଡରେ ଆଣିଥିଲା । ପୁଅ ଅସଦର ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାକୁ କୋର୍ଟକୁ ଅନୁମତି ମାଗିଥିଲେ ମଧ୍ୟ ତାକୁ ଅନୁମତି ମିଳି ନ ଥିଲା ।

ଏହି ପରିପ୍ରେକ୍ଷୀରେ ଅତିକ୍ ଏବଂ ଅସରଫକୁ ୧୫ ତାରିଖ ରାତିରେ ଡାକ୍ତରୀ ପରୀକ୍ଷା ନିଆଯିବାର କାରଣ ବୁଝାପଡୁନାହିଁ । ନିୟମ କହୁଛି, ଆସାମୀ ଜେଲ୍ କିମ୍ବା ରିମାଣ୍ଡ ଯିବାର ଆରମ୍ଭ ଓ ଶେଷ ଦିନ ତାକୁ ଡାକ୍ତରୀ ପରୀକ୍ଷା କରାଯାଇଥାଏ । ସେମିତି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିଲେ, ମଝିରେ ଡାକ୍ତରୀ ପରୀକ୍ଷା କରିବାର ଆବଶ୍ୟକତା ନାହିଁ । ମାତ୍ର ଗତକାଲି ଅତିକ୍ ଏବଂ ଅସରଫକୁ ଡାକ୍ତରୀ ପରୀକ୍ଷା ପାଇଁ ଅଣାଯାଇଥିଲା । ତାହା ପୁଣି ରାତିରେ । ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସେହିଭଳି ଡାକ୍ତରୀ ପରୀକ୍ଷା ସରିଲା ପରେ ଅତିକ୍ ଏବଂ ଅସରଫକୁ ପୁଲିସ ଚଲାଇ ଚଲାଇ ଆଣୁଥିଲା ଏବଂ ଦୁହଁଙ୍କ ହାତରେ ଗୋଟିଏ ହ୍ୟାଣ୍ଡକପ୍ ପଡ଼ିଥିଲା । ଦୁଇ ଆସାମୀଙ୍କ କ୍ଷେତ୍ରରେ ଗୋଟିଏ ହ୍ୟାଣ୍ଡକପ୍ ପକାଇବା ସୁପ୍ରିମକୋର୍ଟ ଆଦେଶର ବିରୁଦ୍ଧାଚରଣ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି କରିବା ପଛର ଉଦ୍ଦେଶ୍ୟକୁ ସେମାନେ ପ୍ରଶ୍ନ କରିଛନ୍ତି ।

ପ୍ରୟାଗରାଜ ମେଡିକାଲ ପରିସରରେ ସାମ୍ବାଦିକମାନେ ଅତିକ୍ କୁ ପ୍ରଶ୍ନ କରୁଥିବା ବେଳେ ସାମ୍ବାଦିକବେଶରେ ତିନି ଜଣ ଆସି ପୂରା ପାଖରୁ ଗୁଳି କରିଥିଲେ । ଅତିକ୍ ଓ ଅସରଫ ଉପରେ ୧୮ ରାଉଣ୍ଡ ଗୁଳି ବାଜିଥିଲା । ଦୁଇ ରାଉଣ୍ଡ ଗୁଳିରେ ଦୁଇଜଣ ଯାକ ସେଠି ଟଳିପଡ଼ିଥିଲେ । ଦୁହେଁ ପୁଲିସ କର୍ଡନରେ ଥିବା ବେଳେ ଏସବୁ ଘଟଣା ଘଟିଗଲା ।

ଏଭଳି ଗ୍ୟାଙ୍ଗଷ୍ଟର ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତା ଥିଲେ ଏହା ସମ୍ଭବ ହୋଇ ନ ଥାନ୍ତା । ସୁତରାଂ ଅତିକ୍ କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯିବା ପୂର୍ବ ପ୍ରସ୍ତୁତ ଏବଂ ୩ ହତ୍ୟାକାରୀ ଏହା ପୂର୍ବରୁ ଜାଣି ନିଜକୁ ପ୍ରସ୍ତୁତ ରଖିଥିବା ଅନେକ ସନ୍ଦେହ କରୁଛନ୍ତି ।

ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଜଣ ଦୃବୃର୍ତ୍ତ ହତ୍ୟା କରିବାର ଲାଇଭ୍ ଦୃଶ୍ୟ ଦେଶବାସୀ ଟିଭିରେ ଦେଖିଲେ । ଅତିକ୍ ଭଳି ଗ୍ୟାଙ୍ଗଷ୍ଟରକୁ ଏଭଳି ଦଣ୍ଡ ଠିକ୍ ହୋଇଛି ବୋଲି ଅନେକ ଲୋକ ଖୁସିରେ କୁରୁଳିଛନ୍ତି । ଯୋଗୀ ସରକାରଙ୍କୁ ଏଥିପାଇଁ ସେମାନେ ସାବାସୀ ଦେଇଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ଏବଂ ଦେଶର ଆଇନକାନୁନ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ସମ୍ଭାବ୍ୟ ପ୍ରାୟୋଜିତ ତତ୍ତ୍ୱକୁ ଗ୍ରହଣ କରିନାହାନ୍ତି । ଏହାଦ୍ୱାରା କୋର୍ଟ ଓ ଆଇନବ୍ୟବସ୍ଥା ଉପରୁ ଲୋକଙ୍କର ବିଶ୍ୱାସ ତୁଟିଯିବ । ଆଗାମୀ ଦିନରେ ଦେଶବାସୀଙ୍କୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେମାନଙ୍କର ମତ ।

ତେବେ ପ୍ରକୃତ ସତ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କର ଉତ୍କଣ୍ଠା ରହିଛି ।

Previous Post

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

Next Post

ଝାରସୁଗୁଡ଼ା ପାଇଁ ବିଜେପିର ଦୁଇ କମିଟି

Next Post
ଝାରସୁଗୁଡ଼ା ପାଇଁ ବିଜେପିର ଦୁଇ କମିଟି

ଝାରସୁଗୁଡ଼ା ପାଇଁ ବିଜେପିର ଦୁଇ କମିଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA