Friday, June 26, 2026 06:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

ସୋଆରେ ୮ଦେଶର ପ୍ରତିନିଧିଙ୍କ ସମ୍ମିଳନୀ

by Our Correspondent
15 Apr, 2023- 10:43 PM
in Latest News, News
1 min read
0
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ ଗଣନ୍ତ୍ରାତିକ ଦେଶ ଏବଂ ଏହାର ସ୍ୱାଧିନତା, ସହନଶୀଳତା ଓ ନାରୀ ପୁରୁଷଙ୍କ ସମାନତା ପ୍ରସଙ୍ଗ ଉଚ୍ଚକୋଟୀର ବୋଲି ପର୍ତୁଗାଲର ସାଂସଦ ଶ୍ରୀ ମିଗୁଏଲ୍ କଷ୍ଟା ମାଟୋସ୍ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ରେ ‘ଗଣତନ୍ତ୍ର ଓ ଶାସନ’ ବ୍ୟବସ୍ଥା ସଂପକର୍ତି କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଶ୍ରୀ ମାଟୋସ୍ ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ (ଆଇସିସିଆର୍) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି ।

ଶ୍ରୀ ମାଟୋସ୍ ଭାରତ ଗୁରୁତ୍ୱାରୋପ କରୁଥିବା ପ୍ରସଙ୍ଗ ‘ବସ୍ୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ କୁ ଉଚ୍ଚ ପ୍ରଶଂସା କରିଥିଲେ । ବର୍ତମାନ ଜଳବାୟୁ ପରିବର୍ତନ ବିପକ୍ଷରେ ଲଢେଇ, ଗୋଟିଏ ପରିବାର ଭଳି ଏକାଠି ହେବା ସହ ଭବିଷ୍ୟତକୁ ଏକତି୍ରତ ସାମ୍ନା କରିବାର ସମୟ ଆସିଛି ବୋଲି କହିବା ସହ କରୋନା ମହାମାରୀ ବିଶ୍ୱର ଦେଶ ଗୁଡିକୁ ନିକଟତର କରିଦେଇଛି ବୋଲି କହିଥିଲେ ।

ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅନିଲ୍ କୁମାର ଚୌଧୁରୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଶ୍ୱର ସର୍ବପୁରାତନ ଓ ସବୁଠାରୁ ବଡ ଗଣତନ୍ତ୍ର ବୋଲି କହିବା ସହ ମଧ୍ୟଯୁଗୀୟ ସମୟରୁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି ବୋଲି କହିଥିଲେ । ଗଣତନ୍ତ୍ର ଓ ଲୋକହିତକାରୀ ବ୍ୟବସ୍ଥା ସିନ୍ଧୁ ସଭ୍ୟତା ସମୟରୁ ପ୍ରଚଳିତ ହୋଇ ଆସୁଛି । ପୁରାତନ ହରପ୍ପା ସଭ୍ୟତା ଖନନ ରୁ ଭାରତରେ ପଂଚାୟତ ବ୍ୟବସ୍ଥା ୫୦୦୦ ହଜାର ବର୍ଷ ପୁରୁଣା ହୋଇଥିବା ଜଣାପଡିଛି ବୋଲି କହିବା ସହ ତାମିଲ୍ନାଡୁ ର ତାନ୍ଜାଭୁର୍ ପଥର ଉପରେ କାରୁକାର୍ଯ୍ୟ ରୁ ପୁରାତନ ସମୟରେ ପଂଚାୟତ ବ୍ୟବସ୍ଥା ପ୍ରଚଳିତ ଥିବା ବୋଲି ସେ କହିଛନ୍ତି ।

ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧ ଯାହାକି ଭୁବନେଶ୍ୱର ସହର ନିକଟରେ ଘଟିଥିବା କୁହାଯାଏ ତାହାକୁ ଉଦ୍ଧୃତ କରି ଜଷ୍ଟିସ୍ ଚୌଧୁରୀ କହିଥିଲେ ଯେ କଳିଙ୍ଗ ସାମ୍ରାଜ୍ୟକୁ ମୌର୍ଯ୍ୟ ସାମ୍ରାଟ ଅଶୋକ ଆକ୍ରମଣ କରିବା ସମୟରେ ଏଠାରେ ମିଳିତ ନେତୃତ୍ୱ ଶାସନ କାର୍ଯ୍ୟ ଚାଲିଥିଲା ବୋଲି ଇତିହାସ କହେ । ଭୋଟ୍ ଦେବାର ଅଧିକାର ଭାରତରେ ଉଭୟ ପୁରୁଷ ଓ ନାରୀ କୁ ସମାନ ଭାବେ ଦିଆଯାଇଥିବାବେଳେ ଇଉରୋପ ରେ ମହିଳା ମାନଙ୍କୁ ଏହି ଲାଭ କରିବା ପାଇଁ ଅଧିକାର ସାବ୍ୟସ୍ତ କରିବା ପାଇଁ ସଂଘର୍ଷ କରିବାକୁ ପଡିଥିଲା ବୋଲି ଜଷ୍ଟିସ୍ ଚୌଧୁରୀ କହିଥିଲେ ।

ଶ୍ରୀ ମାଟୋସ୍ ଙ୍କ ବ୍ୟତୀତ କ୍ରୋଏସିଆର ଶ୍ରୀ ଡୋମାଗୋଜ୍ ହାଜ୍ଟୁକୋଭିଚ, ବେଲ୍ଜିୟମ୍ର ଶ୍ରୀ ଟୋମାସ୍ ରୋଗେମାନ୍, ବ୍ରାଜିଲ ର ଶ୍ରୀ ଗିୟୁୁସେପେ ରିକାରଡୋ ମେନେଘେଟି, ବୁଲଗେରିଆର ଆଲେକ୍ସଆଣ୍ଡର ଭାଲେନ୍ଟିନୋଭା କୋରସେଭା, ଗାୟେନ ର ଶ୍ରୀ ସୁରେଶ ସିଂ ଓ ଶ୍ରୀ ଗଣେଶ ଆଡ୍ତ୍ୟା ମହିପଲ୍ ଓ ଦକ୍ଷିଣ ଆଫ୍ରିକା ର ଶ୍ରୀ ପରଭିନ୍ ଭେଡାନ୍ ଏହି ସମ୍ମିଳନୀ ରେ ବକ୍ତବ୍ୟ ରହିଥିଲେ । ଏମାନଙ୍କ ମଧ୍ୟରୁ କେତେକ ପ୍ରତିନିଧି ଗଣତନ୍ତ୍ର କୁ ଶାସନ ବ୍ୟବସ୍ଥାର ସର୍ବୋକୃଷ୍ଟ ମାଧ୍ୟମ ବୋଲି ବକ୍ତବ୍ୟ ରଖି ବିଭିନ୍ନ ଏକଛତ୍ରବାଦ ମୁଣ୍ଡ ଟେକୁଛି ବୋଲି ଚିନ୍ତା ପ୍ରକଟ କରିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀ ରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ- ଚାନସେଲର ପ୍ରଫେସର ଅମିତ ବାନାର୍ଜୀ ଉପସ୍ଥିତ ଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ୍ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆର ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ବିଭିନ୍ନ ଅନୁଷ୍ଠାନର ଡିନ୍, ଆଡିସ୍ନାଲ୍ ଡିନ୍ ( ଷ୍ଟୁଡେଂଟସ୍ ଅଫେୟାର୍ସ) ଆଇଟିଆଇଆର୍, ପ୍ରଫେସର ରେଣୁ ଶର୍ମା, କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତାା ସଭାପତି ଙ୍କ ଓଏସଡି ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପ୍ରତିନିଧି ଦଳ ଶନିବାର ସକାଳେ ଓଡିଶା ବିଧାନସଭା ପରିଦର୍ଶନ କରିବା ସହ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲି ଙ୍କ ସହ ଓଡିଶା ଗଣତାନ୍ତ୍ରିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ।

ଶନିବାର ସନ୍ଧ୍ୟାରେ ଏହି ବିଦେଶୀ ପ୍ରତିନିଧିମାନେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧିତ କରିଥିଲେ ।

ପର୍ତୁଗାଲ୍ , ଦକ୍ଷିଣ ଆଫ୍ରିକା , ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍ଜିୟମ୍ ଏବଂ ବୁଲଗେରିଆର ରାଜନେତା , ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି ।

Previous Post

‘ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି’

Next Post

ଗ୍ୟାଙ୍ଗଷ୍ଟର ଅତିକ୍ ହତ୍ୟାକାଣ୍ଡ ହୁଲସ୍ତୁଲ୍

Next Post
ଗ୍ୟାଙ୍ଗଷ୍ଟର ଅତିକ୍ ହତ୍ୟାକାଣ୍ଡ ହୁଲସ୍ତୁଲ୍

ଗ୍ୟାଙ୍ଗଷ୍ଟର ଅତିକ୍ ହତ୍ୟାକାଣ୍ଡ ହୁଲସ୍ତୁଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA