Monday, August 10, 2026 07:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି’

କିଟ୍‌ରେ ୱାଇ-୨୦ ମିଡିଆ ଅଧିବେଶନ

by Our Correspondent
15 Apr, 2023- 10:33 PM
in Latest News, News
1 min read
0
‘ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି’

ଭୁବନେଶ୍ୱର: ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି ବୋଲି ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୟୁଥ-୨୦ କନ୍‌ସେଲ୍‌ଟେସନ୍‌ର ଉଦଯାପନୀ ଦିବସରେ ଯୁବଶକ୍ତି : ପରିବର୍ତ୍ତନର ନେତୃତ୍ୱ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ବିଷୟବସ୍ତୁ ଉପରେ ଏକ ମିଡିଆ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ମିଡିଆ ଅଧିବେଶନରେ ଦୈନିକ ସମାଜର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥ, ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା, ଓଡ଼ିଶା ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ ମହାନ୍ତି ଏବଂ କୋଲକାତାସ୍ଥିତ ସତ୍ୟଜିତ୍‌ ରାୟ ଫିଲ୍ମ ଏବଂ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଆଲୋଚନଚକ୍ରରେ ବକ୍ତୃତା ପ୍ରଦାନ କରିଥିଲେ । ସାମଗ୍ରିକ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଯୁବଗୋଷ୍ଠୀଙ୍କୁ ଦିଗ୍‌ଦର୍ଶନ ଦିଆଯାଇପାରିଲେ ନିକଟ ଭବିଷ୍ୟତରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ଏକ ଶକ୍ତିଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

ସମାଜ ସମ୍ପାଦକ ଶ୍ରୀ ରଥ କହିଥିଲେ, ଯୁବକମାନଙ୍କ ମଧ୍ୟରେ ଜାତୀୟତାବୋଧ ଜାଗ୍ରତ କରାଯାଇପାରିଲେ ସେମାନେ ଦେଶ ଗଠନରେ ଅଧିକ ଦାୟିତ୍ୱବାନ୍‌ ଓ ଦକ୍ଷତାର ସହ କାର୍ଯ୍ୟକରିପାରିବେ । ବୟସ ସହିତ ଯୁବକତ୍ୱର କୌଣସି ସମ୍ପର୍କ ନାହିଁ ବର୍ତ୍ତମାନର ପିଢି ନିଜେ କିପରି ଜ୍ଞାନ ଆହରଣ ଓ ଅଧିକ ଶିଖି ପାରିବେ ସେଥିପାଇଁ ଅନ୍ୟମାନଙ୍କଠୁ ସେମାନଙ୍କ ଚିନ୍ତାଧାରା ଓ ମତାମତ ଜାଣିବା ଆବଶ୍ୟକ ବୋଲି ଶ୍ରୀ ଶତପଥୀ କହିଥିଲେ । ଏହା ଏକ ସ୍ଥାୟୀ ସାମାଜିକ, ଅର୍ଥନୌତିକ ଭାରତ ଗଠନ କରିବାରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ ମତ ପ୍ରକାଶ କରିଥିଲେ ।

ଶ୍ରୀ ପଟ୍ଟନାୟକ ଯୁବକମାନଙ୍କ କ୍ଷମତା ଉପରେ ଗୁରୁତ୍ୱ ପ୍ରଦାନ କରି କହିଥିଲେ, ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର ପାଇଁ ବର୍ତ୍ତମାନର ଯୁବପିଢୀଙ୍କ ନିକଟରେ ଅମୋଘ ଅସ୍ତ୍ର ବୈଷୟିକ ଜ୍ଞାନକୌଶଳ ରହିଛି । ବର୍ତ୍ତମାନର ଯୁବପିଢୀ ନିକଟରେ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି ଅନେକ କିଛି ନୂଆ କରିପାରିବାର କ୍ଷମତା ରହିଛି । କିନ୍ତୁ ସେମାନେ ଏହାକୁ ସକାରାତ୍ମକ ଦିଗରେ ବ୍ୟବହାର କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଆଲୋଚନାଚକ୍ରରେ ଉପସ୍ଥିତ ସାମ୍ବାଦିକଙ୍କୁ ପରାମର୍ଶ ଦେଇ ଏକ ସୁନ୍ଦର ଭବିଷ୍ୟତ ପାଇଁ ବିଶ୍ୱ ନାଗରିକ ଗଢିତୋଳିବାରେ ଗଣମାଧ୍ୟମ ଗଠନ ମୂଳକ ସାମ୍ବାଦିକତା ଦିଗରେ କାର୍ଯ୍ୟକରିବା ଉଚିତ୍‌ ବୋଲି କହିଥିଲେ ।

ବରିଷ୍ଠ ସାମ୍ବାଦିକ ଶ୍ରୀ ଚାୱାଲା କହିଥିଲେ ଆମର ଯୁବଗୋଷ୍ଠୀ ଆମ ରାଷ୍ଟ୍ରର ଅତୀତ, ସଭ୍ୟତା ଓ ଲୋକମାନଙ୍କ ବିଷୟରେ ଜାଣିବା ଆବଶ୍ୟକ । ଫଳରେ ସେମାନେ ନିଜକୁ ଆମ ଦେଶ ଭାରତର ନାଗରିକ ଭାବେ ଗୌରବ ଅନୁଭବ କରିପାରିବେ । ଯୁବ କୌନ୍ଦ୍ରୀକ କାର୍ଯ୍ୟ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିପାରିବ ବୋଲି ସେ କହିଥିଲେ ।

ସୂଚନା ଆୟୁକ୍ତ ଶ୍ରୀ ମହାନ୍ତି କହିଲେ ନୂତନ ପିଢି ସମୟର ମୂଲ୍ୟ, ସମୟାନୁବର୍ତ୍ତିତା, ଶୃଙ୍ଖଳା, କାର୍ଯ୍ୟକରିବା ପୂର୍ବରୁ ଚିନ୍ତା କରିବା, ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବା ସହ ବିନା ଭୟରେ ନିଜ ଲକ୍ଷ୍ୟପଥରେ ଆଗେଇଯିବା ଆବଶ୍ୟକ । ଯବକମାନେ ସବୁବେଳେ ସ୍ୱପ୍ନ ଦେଖିଥାନ୍ତି । ସେମାନଙ୍କ ନିକଟରେ ଅନେକ ପ୍ରକାର ନୂଆ ନୂଆ ଚିନ୍ତାଧାରା ରହିଛି । ସେମାନେ ଏକ ସୁନ୍ଦର ଓ ସମୃଦ୍ଧ ବିଶ୍ୱ କଳ୍ପନା କରିପାରିବେ ବୋଲି ଶ୍ରୀ ଖଟୁଆ କହିଥିଲେ ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଭାରତରେ ଜି-୨୦ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଯୁବଗୋଷ୍ଠୀଙ୍କ ଭୂମିକା ରହିଛି । ଦେଶ ବିକାଶ କାର୍ଯ୍ୟକ୍ରମର ଯୋଜନା, ସମନ୍ୱୟ, କ୍ରୀଡ଼ାର ବିକାଶ, ସଶକ୍ତିକରଣ, ସମାନତା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଆଦି କ୍ଷେତ୍ରରେ ଯୁବଶକ୍ତିକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିପାଇଁ ଶିକ୍ଷା ଏକ ମୌଳିକ ଆବଶ୍ୟକତା ବୋଲି ସେ କହିଥିଲେ ।

ଏହି ଅବସରରେ ୱାଇ-୨୦ କନସନଲଟେସନ୍‌ରେ ଯୋଗଦେବାକୁ ଆସିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Previous Post

ରଥଯାତ୍ରା ପୂର୍ବରୁ ସରିବ ଶ୍ରୀ ସେତୁ, ଧର୍ମଶାଳା, ସମଙ୍ଗ ପାର୍କିଂ କାମ

Next Post

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

Next Post
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA