Monday, August 10, 2026 04:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ତେଜିଲା

ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ହଙ୍ଗାମା, ଦିଲ୍ଲୀରେ ବିଜେପିର ପ୍ରେସମିଟ୍

by Our Correspondent
26 Oct, 2021- 05:30 PM
in Latest News
1 min read
0
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ତେଜିଲା

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି, ପଡୁଛି । ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜଆଡୁ ଇସ୍ତଫା ଦେଉନାହାନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସର ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଲାଣି । ଆଜି ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପ୍ରବଳ ହଙ୍ଗାମା ହୋଇଛି । ସେପଟେ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ମମିତାଙ୍କ ପରିବାରକୁ ଭେଟିଥିବା ବେଳେ ଦିଲ୍ଲୀରେ ପ୍ରେସମିଟ୍ କରିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ମାମଲାର ଅନୁଧ୍ୟାନ ପାଇଁ ଏକ ତିନି ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆଜି ନବୀନ ନିବାସ ଘେରାଉ କରିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ସଜବାଜ ହୋଇଥିଲା । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଫରେଷ୍ଟ ପାର୍କଠାରୁ ଏକ ରାଲିରେ ନବୀନ ନିବାସ ବାହାରିଥିଲେ । ତେବେ ଶିଶୁଭବନ ଛକଠାରେ ପୁଲିସ ସେମାନଙ୍କୁ ଅଟକାଇବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି କର୍ମୀ କର୍ଡନ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଉତ୍ତେଜିତ ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଟମାଟୋ ଓ ଅଣ୍ଡାମାଡ଼ କରିବା ସହ ପୁଲିସ ଗାଡ଼ିକୁ ଟେକା ଫିଙ୍ଗିଥିଲେ । ଫଳରେ ଦୀର୍ଘ ସମୟ ଧରି ସେଠାରେ ଛାତ୍ର କଂଗ୍ରେସ କର୍ମୀ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ଲାଗି ରହିଥିଲା । ପରେ ଶତାଧିକ କର୍ମୀଙ୍କୁ ପୁଲିସ ଭ୍ୟାନ୍ ରେ ପୂରାଇ ସେଠାରୁ ନେଇ ଯାଇଥିଲା । ଡିସିପି ଉମାଶଙ୍କର ଦାଶଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ ।

କଟକରେ ମଧ୍ୟ କଂଗ୍ରେସ ପକ୍ଷରୁ ଡିଜିପିଙ୍କ ଅଫିସ ଘେରାଉ ଉଦ୍ୟମ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ସେହିଭଳି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ତାର ଅଭିଯାନକୁ ତୀବ୍ର କରିଚାଲିଛି । ଦଳ ପକ୍ଷରୁ ଗତକାଲି ମୟୁରଭଞ୍ଜ ବନ୍ଦ ପାଳନ ହୋଇଥିଲା ବେଳେ ଆଜି ସମ୍ବଲପୁର ବନ୍ଦ ପାଳନ କରାଯାଇଥିଲା । ପୁରୀ ବଡ଼ଦାଣ୍ଡରେ ମହିଳା ମୋର୍ଚ୍ଚା କର୍ମୀମାନେ ପ୍ରତିବାଦ ରାଲି କରି ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବି କରିଥିଲେ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ମୃତ ମମିତାଙ୍କ ଗାଁକୁ ଯାଇ ତାଙ୍କ ବାପା ମାଆଙ୍କୁ ଭେଟିଥିଲେ । ଏହାପରେ ସେମାନେ ମହାଲିଙ୍ଗ କଲେଜ ଏବଂ ମମିତା ମର୍ଡର ପ୍ଲଟ୍ ବୁଲି ଦେଖିଥିଲେ । ଏହି ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏକା ସଂପୃକ୍ତ ନାହାନ୍ତି, ଏକାଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତି । ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ସାମନାକୁ ଆଣିବାକୁ ସେମାନେ ଦାବି କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବାରୁ ତୀବ୍ର ସମାଲୋଚନା କରିଛନ୍ତି ।

ଖାଲି ରାଜ୍ୟରେ ନୁହେଁ, ମାମଲାକୁ ଦିଲ୍ଲୀ ପହଞ୍ଚାଇବାରେ ବିଜେପି ସକ୍ଷମ ହୋଇଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଆଜି ଏକ ପ୍ରେସ୍ ମିଟ୍ କରି ମମିତା ମେହେର ହତ୍ୟା ମାମଲା ଉପରକୁ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍କୁଲ ଅଧ୍ୟକ୍ଷା ମମିତାଙ୍କୁ ଗୋବିନ୍ଦ ସାହୁର ନୃଶଂସ ହତ୍ୟା ଏବଂ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କର ଅବତାରଣା କରିଥିଲେ । ବିଜେଡ଼ି ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ ଆଣି ଜାତୀୟ ଗଣମାଧ୍ୟମ ଏହି ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଥିଲେ ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏକ ତିନି ଜଣିଆ ଟିମ୍ ଓଡ଼ିଶା ଯାଇ ମାମଲାର ଅନୁଧ୍ୟାନ କରିବେ । ସାଂସଦ ସୁନୀତା ଦୁଗଲ, ମହିଳା ବିଜେପି ସଭାପତି ବନଥି ଶ୍ରୀନିବାସନ୍ ଏବଂ ବିଧାୟିକା ରୂପା ମିତ୍ର ଚୌଧୁରୀ ଏହି ଟିମ୍ ରେ ଓଡ଼ିଶା ଆସିବେ ବୋଲି ସମ୍ବିତ୍ ପାତ୍ର କହିଛନ୍ତି ।

କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲାକୁମାର ମଧ୍ୟ ୨୮ ତାରିଖରେ ଓଡ଼ିଶାକୁ ଚାରି ଦିନିଆ ଗସ୍ତରେ ଆସୁଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାଙ୍ଗରେ ନେଇ ସେ ମମିତା ମେହେରାଙ୍କ ପରିବାରକୁ ଭେଟିବାକୁ ଯିବେ । ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚାଇବା ଲାଗି ଦଳ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ।

Previous Post

କରୋନା ମୃତକ କିଟ୍‌ କର୍ମଚାରୀଙ୍କ ପରିବାରକୁ ସହାୟତା

Next Post

ସବୁ ଜିଲ୍ଲାରେ ଶିଶୁଙ୍କ ପାଇଁ ଥାନା

Next Post
ସବୁ ଜିଲ୍ଲାରେ ଶିଶୁଙ୍କ ପାଇଁ ଥାନା

ସବୁ ଜିଲ୍ଲାରେ ଶିଶୁଙ୍କ ପାଇଁ ଥାନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA