ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍ ପଡ଼ି ନ ଥିଲା ଭାରତ ଏବଂ ଓଡ଼ିଶା । ବିଶ୍ୱ ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହର କିଛି କର୍ମଚାରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍ ପକ୍ଷରୁ ୨୦୨୦ରେ ଏହାର କରୋନା ମୃତକ କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା ।








