Tuesday, April 21, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଗୋବିନ୍ଦ-ମମିତାଙ୍କ ମଧ୍ୟରେ ମନ୍ତ୍ରୀ କରିଥିଲେ ବୁଝାମଣା ବୈଠକ’

ସଙ୍ଗୀନ ଅଭିଯୋଗ ଆଣିଲେ ବିଜୟ ମହାପାତ୍ର

by Our Correspondent
24 Oct, 2021- 11:24 PM
in Latest News, News
1 min read
0
‘ଗୋବିନ୍ଦ-ମମିତାଙ୍କ ମଧ୍ୟରେ ମନ୍ତ୍ରୀ କରିଥିଲେ ବୁଝାମଣା ବୈଠକ’

ଭୁବନେଶ୍ୱର: ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିଲା ବେଳେ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ମମିତା ହତ୍ୟାକାଣ୍ଡ ଘଟଣାର ପୃଷ୍ଠଭୂମିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସେ ସିଧାସଳଖ ଟାଣିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ଏବଂ ଗୋବିନ୍ଦ ସାହୁ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍ୟମ କରିଥିଲେ । ତାଙ୍କର ରାୟପୁରସ୍ଥିତ ବାସଭବନରେ ଦୁହିଁଙ୍କୁ ବସାଇ ବୁଝାମଣା ବୈଠକ କରିଥିଲେ ମନ୍ତ୍ରୀ । ମାତ୍ର ତାହା ସଫଳ ହୋଇ ନ ଥିଲା ।

ପୁଲିସକୁ ମିଳିଥିବା ମନ୍ତ୍ରୀଙ୍କ କିଛି କଲ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ବିଜୟ ମହାପାତ୍ର ଦାବି କରିଛନ୍ତି । ତେବେ ଏହି ରିପୋର୍ଟକୁ ଉପରେ ଚାପି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର, ଗୋବିନ୍ଦ ସାହୁ ଏବଂ ମୃତ ମମିତାଙ୍କର ସମସ୍ତ କଲ୍ ରେକର୍ଡ ପୁଲିସ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି ।

ହତ୍ୟାକାଣ୍ଡ ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ଶ୍ରୀ ମହାପାତ୍ର ସମାଲୋଚନା କରିଛନ୍ତି । ପୁଲିସ ମାମଲାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରି କହିଛନ୍ତି ଯେ ଯେଉଁଭଳି ତଦନ୍ତ ହେଉଛି, ତାହା ନାଟକ ଭଳି ଲାଗୁଛି । ଲାଗୁଛି ବଲାଙ୍ଗୀର ଓ କଳାହାଣ୍ଡିରେ ପୁଲିସ ଯେମିତି ଫିଲ୍ମର ସୁଟିଂ କରୁଛନ୍ତି ।

ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଖସାଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରି ଗୋବିନ୍ଦର ଜୁଡ଼ିସିଆଲ୍ କନଫେସନ୍ ଏବଂ ଟିଆଇ ପରେଡ୍ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଥାଉକି, ମନ୍ତ୍ରୀ ଦିବ୍ୟଶଙ୍କର ଏବଂ ଗୋବିନ୍ଦ ସାହୁ ସମ୍ପର୍କକୁ ନେଇ ଦିନକୁ ଦିନ ଗୁରୁତର ଅଭିଯୋଗମାନ ଆସିବାରେ ଲାଗିଛି । ସମ୍ପର୍କ ଡୋରିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ଯୋଡିହୋଇଛି ।ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଘୋଷଣା କରାଯାଇଛି ।

ସେପଟେ ଜାତୀୟ ମହିଳା କମିଶନ, ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଏହି ମାମଲାକୁ ନେଇ ପୁଲିସ ଓ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିସାରିଲେଣି । ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ନୀତା ଡିସୁଜା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ ଏହାକୁ ବିରୋଧୀ ଦଳର ଶସ୍ତା ରାଜନୀତି ବୋଲି ପାଲଟା ଜବାବ ଦିଆଚାଲିଛି । ପଞ୍ଚାୟତ ନିର୍ବାଚନରୁ ଫାଇଦା ନେବା ପାଇଁ ବିରୋଧୀ ଦଳ ଏଭଳି ହୀନ ରାଜନୀତିର ଆଶ୍ରୟ ନେଇଥିବା ଯୁବ ବିଜେଡ଼ି ସଭାପତି ବିଧାୟକ ବ୍ୟୋମକେଶ ରାୟ ଆଜି କହିଛନ୍ତି ।

Previous Post

କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

Next Post

କରୋନା ମୃତକ କିଟ୍‌ କର୍ମଚାରୀଙ୍କ ପରିବାରକୁ ସହାୟତା

Next Post
କରୋନା ମୃତକ କିଟ୍‌ କର୍ମଚାରୀଙ୍କ ପରିବାରକୁ ସହାୟତା

କରୋନା ମୃତକ କିଟ୍‌ କର୍ମଚାରୀଙ୍କ ପରିବାରକୁ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA