Saturday, July 4, 2026 04:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମପୁରରେ ବିଜେପିର ନାମାଙ୍କନ ଡ୍ରାମା

by Our Correspondent
14 Nov, 2022- 07:30 PM
in Latest News, News, Politics
1 min read
0
ପଦ୍ମପୁରରେ ବିଜେପିର ନାମାଙ୍କନ ଡ୍ରାମା
ଭୁବନେଶ୍ୱର: ପଦ୍ମପୁରରେ ଉପନିର୍ବାଚନ ମାହୋଲ ଜମି ଆସୁଥିଲା ବେଳେ ଆଜି ବିଜେପିର ହାଇଡ୍ରାମା ଦେଖିବାକୁ ମିଳିଛି । ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିବା ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରୁ ଫେରି ଆସିଛନ୍ତି । କାରଣ ଦର୍ଶାଯାଇଛି ଯେ ଏଠି ପହଞ୍ଚି ଚାଷୀଙ୍କଠାରୁ ସେମାନଙ୍କର ସମସ୍ୟା ଜାଣିବା ପରେ ତାଙ୍କ ଦଳର ବିବେକକୁ ଭୀଷଣ କଷ୍ଟ ହୋଇଛି । ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇ ନାମାଙ୍କନପତ୍ର ଭରିନାହାନ୍ତି ।
ଏହାପୂର୍ବରୁ ବିଜେପିର ନାମାଙ୍କନ ଦାଖଲ ପର୍ବ ଆଜି ବେଶ୍ ଆକର୍ଷଣୀୟ ଥିଲା । ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସାଙ୍ଗରେ ଧରି ଏକ ବିରାଟ ପଟୁଆରରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ପ୍ରମୁଖ । ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲରେ ଏଭଳି ଜାକଜମକ ପଟୁଆର କ୍ୱଚିତ ଦେଖିବାକୁ ମିଳେ । ତେବେ ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର କେଇ ମିନିଟ୍ ଥିବା ବେଳେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲା ପଟୁଆର । ନାମାଙ୍କନ ଦାଖଲ ସମୟ ଗଡ଼ିଯିବ ବୋଲି ଅନ୍ୟମାନେ ତରବର ହେଉଥିଲେ ମଧ୍ୟ ପ୍ରାର୍ଥୀ ଶ୍ରୀ ପୁରୋହିତ ଏବଂ ତାଙ୍କର ନେତାମାନଙ୍କର ପରୱା ନ ଥିଲା ।
ନାମାଙ୍କନପତ୍ର ଭରିବାକୁ ପ୍ରାର୍ଥୀ ଆଗକୁ ପାଦ ବଢ଼ାଇଥିଲେ । ମାତ୍ର ପୂର୍ବ ପ୍ରସ୍ତୁତିମତେ ସେଠାରେ ସତ୍ୟାଗ୍ରହ କରୁଥିବା ଚାଷୀନେତାଙ୍କ ସହ ଭେଟଘାଟ ହୋଇ ପଛକୁ ଫେରିଥିଲେ । ନାମାଙ୍କନପତ୍ର ଭରିଲେ ନାହିଁ ।
ଯେ ପର୍ଯ୍ୟନ୍ତ ଚାଷୀଙ୍କର ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନାମାଙ୍କନ ନ ଭରନ୍ତୁ । ଚାଷୀଙ୍କର କୁଆଡ଼େ ଏହି ଭାବାବେଗ ବୁଝିଥିଲେ ବିଜେପି ନେତା । ସେମାନଙ୍କର ଦାବିକୁ ସମର୍ଥନ କରି ନାମାଙ୍କନ ପତ୍ର ଭରିଲୁ ନାହିଁ ବୋଲି ସେଠାରେ ଅପେକ୍ଷାରତ ଗଣମାଧ୍ୟମକୁ ଜଣାଇଥିଲେ ପ୍ରାର୍ଥୀ ଶ୍ରୀ ପୁରୋହିତ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ।
ସୂଚନାଥାଉକି, ଆସନ୍ତା ୧୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ଆଦୌ ନାମାଙ୍କନ ଭରିବେ ନାହିଁ ବୋଲି ବିଜେପି ନେତା କହିନାହାନ୍ତି । କେବେ ପ୍ରାର୍ଥୀପତ୍ର ଦାଖଲ କରିବେ ତାହା ବି ଜଣାଇ ନାହାନ୍ତି । ଚାଷୀଙ୍କ ଭୋଟ ହାତେଇବା ପାଇଁ ବିଜେପି ଏଭଳି ଡ୍ରାମା କରିଛି ବୋଲି ରାଜନୈତିକ ମହଲରେ ଜୋର୍ ଚର୍ଚ୍ଚା ହେଉଛି ।
ବିଜେପିର ଆଜିର ଏହି ନାମାଙ୍କନ ନାଟକକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଚାଷୀଙ୍କ ସତ୍ୟାଗ୍ରହ ସମ୍ପର୍କରେ ବିଜେପି କ’ଣ ଉପଜିଲ୍ଲାପାଳଙ୍କ ଅଫିସ୍ ଯାଇ ଜାଣିଲା କି? ଯଦି ଚାଷୀଙ୍କ ପାଇଁ ଏଭଳି କରିବାର ଥିଲା, ତେବେ ନାମାଙ୍କନ ପତ୍ର ଭରିବାକୁ ଆଜି ଯାଉଥିଲେ କାହିଁକି? ବିଜେପିକୁ ଭାରତୀୟ ଯାତ୍ରା ପାର୍ଟି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି ।
ସେହିଭଳି ବିଜେଡି ପକ୍ଷରୁ ମଧ୍ୟ କଟାକ୍ଷ କରାଯାଇଛି । ଫୁଲ ଦଳ ଏପ୍ରିଲ୍ ଫୁଲ୍ କରୁଛି ବୋଲି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏକ ପ୍ରେସମିଟ୍ ରେ କହିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କୁ କ୍ଷତିପୂରଣ ଏ ପର୍ଯ୍ୟନ୍ତ ମିଳିଲା ନାହିଁ । ଏହା କେନ୍ଦ୍ରର ଯୋଜନା । କେନ୍ଦ୍ରରେ ବିଜେପି ସରକାର ଅଛି । ଚାଷୀ ସମସ୍ୟା ନେଇ ଆମେ ନାଟକବାଜି କରୁନୁ । ଚାଷୀ ସମସ୍ୟା ନେଇ କିଛି ଦଳ ନାଟକବାଜି କରୁଛନ୍ତି । ଚାଷୀଙ୍କ ପକେଟରୁ ଚୋରି କରି ଅନ୍ୟକୁ ଚୋର କହୁଛନ୍ତି । ଏହା କଟା ଘାରେ ଚୂନ ଦେଲା ଭଳି । କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ । ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବେ ବି କେନ୍ଦ୍ର ସମ୍ପର୍କରେ ଅଛନ୍ତି । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
Previous Post

ପଦ୍ମପୁର ଭୋଟିଂ ସମୟ କମିଲା

Next Post

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା

Next Post
ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA