Sunday, August 30, 2026 04:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆ ରୂପରେ ଧର୍ମେନ୍ଦ୍ର, ପ୍ରଥମ ପଦାର୍ପଣରେ ବୈଷ୍ଣବଙ୍କ ବାଜିମାତ୍

ବିଜେପିର ଜନ ଆଶୀର୍ବାଦ ଯାତ୍ରା ଶେଷ

by Our Correspondent
23 Aug, 2021- 03:21 PM
in Latest News, News, Politics
1 min read
0
ନୂଆ ରୂପରେ ଧର୍ମେନ୍ଦ୍ର, ପ୍ରଥମ ପଦାର୍ପଣରେ ବୈଷ୍ଣବଙ୍କ ବାଜିମାତ୍

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ୪ ଦିନିଆ ଜନ ଆଶୀର୍ବାଦ ଯାତ୍ରା ଶେଷ ହୋଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏହି ଯାତ୍ରା ଆରମ୍ଭ କରିଥିଲେ । ଧର୍ମେନ୍ଦ୍ର ତିନୋଟି ଜିଲ୍ଲା ବୁଲିଥିବା ବେଳେ ବୈଷ୍ଣବ ୬ ଟି ଜିଲ୍ଲା ବୁଲି ଲୋକଙ୍କ ପାଖରେ ପହଞ୍ଚିଥିଲେ । ବିଜେପିର ଏହି ଜନ ଆଶୀର୍ବାଦ ଯାତ୍ରା କର୍ମୀ ମହଲକୁ ଉତ୍ସାହିତ କରିଛି । ତେବେ ପ୍ରଥମ ପଦାର୍ପଣରେ ଅଶ୍ୱିନୀ ବୈଷ୍ଣବଙ୍କ କରିସ୍ମା ଏବଂ ବିଭାଗ ବଦଳିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିନ୍ନ ରୂପ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।

କହିବା ଅନାବଶ୍ୟକ ଯେ ବିଗତ କିଛି ବର୍ଷ ଧରି ଓଡ଼ିଶାରେ ବିଜେପିର ଚେହେରା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦଳରେ ତାଙ୍କର ଯଥେଷ୍ଟ ପ୍ରଭାବ ଓ ପତିଆରା ଅଛି । ହେଲେ ଓଡ଼ିଶାରେ କ୍ଷମତାଦଖଲ ପାଇଁ ଅନୁକୂଳ ପରିବେଶର ଫାଇଦା ନେବାରେ ସମର୍ଥ ହୋଇନାହାନ୍ତି । ସବୁ ନେତାଙ୍କୁ ଏକାଠି ନେଇ ଚାଲିବା ଏବଂ ଲୋକଙ୍କ ଭିତରେ ନିଜକୁ ଆଦୃତ କରିବାରେ ସେ ବିଫଳ ହୋଇଛନ୍ତି । ତେବେ ସମୟ ବଦଳିବା ସହ ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିଛି । ଆଉ ବାସ୍ତବତାକୁ ଧରି ଆଗକୁ ବଢ଼ିବା ପାଇଁ ଧର୍ମେନ୍ଦ୍ର ନିଜର ଷ୍ଟାଇଲ୍ ବଦଳେଇବାକୁ ଉଦ୍ୟମ କରିଛନ୍ତି । ସାମାଜିକ ଜୀବନ ଓ ରାଜନୀତିରେ ‘ନମ୍ରତା’ ବଡ଼ ପୁଞ୍ଜି ବୋଲି ସମ୍ଭବତଃ ଧର୍ମେନ୍ଦ୍ର ପ୍ରଧାନ ଡେରିରେ ଅନୁଭବ କରିଛନ୍ତି ।

ଜନ ଆଶୀର୍ବାଦ ଅଭିଯାନରେ ଅଶ୍ୱିନୀ ବୈଷ୍ଣବଙ୍କ ଲୋକସମ୍ପର୍କ କାର୍ଯ୍ୟକ୍ରମ ଅଧିକ ଥିଲା ବେଳେ ଧର୍ମେନ୍ଦ୍ରଙ୍କ ଫୋକସ୍ ସରକାରୀ କାର୍ଯ୍ୟକ୍ରମ ଉପରେ ଥିଲା । ତେବେ ଦୁଇ କେନ୍ଦ୍ରମନ୍ତ୍ରୀ ସାଙ୍ଗ ହୋଇ ଭୁବନେଶ୍ୱରରୁ ପୁରୀ ଯାତ୍ରା ବେଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପରିଦର୍ଶନ, ସତ୍ୟବାଦୀରେ ପଞ୍ଚସଖାଙ୍କୁ ପ୍ରାର୍ଥନା, ସମାଧିସ୍ଥଳ ପରିଦର୍ଶନ, ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତଳେ ପଡ଼ି ମୁଣ୍ଡିଆ ମାରିବା ଚର୍ଚ୍ଚାର ବିଷୟ ହୋଇଥିଲା ।

ଧର୍ମେନ୍ଦ୍ର ଯୋଗଦେଇଥିବା ଏକାଧିକ ସରକାରୀ କାର୍ଯ୍ୟକ୍ରମ ଓ ବୈଠକରେ ଅଫିସରମାନଙ୍କ ସହ ତାଙ୍କର ଆଲୋଚନା ଏବଂ ପରାମର୍ଶ ଭିନ୍ନ ଥିଲା ବୋଲି କୁହାଯାଉଛି । ଅଫିସରମାନଙ୍କୁ ସାଧାରଣତଃ ରୁକ୍ଷ ବ୍ୟବହାର କରୁଥିବା ଧର୍ମେନ୍ଦ୍ର ଏଥର ବଦଳିଯାଇଛନ୍ତି ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟ ସରକାରଙ୍କୁ ବିରୋଧ ନୁହେଁ, ବରଂ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

ଖାଲି ସେତିକି ନୁହେଁ, ସବୁ ନେତାଙ୍କୁ ଏକାଠି କରିବାକୁ ଧର୍ମେନ୍ଦ୍ର ଯୋଜନା କରିଥିବା ତାଙ୍କ କାର୍ଯ୍ୟକ୍ରମରୁ ଜଣାପଡ଼ିଛି । ୪ ଦିନର ରହଣୀ ଭିତରେ ସେ ବହୁ ଆଗଧାଡ଼ିର ନେତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିଥିଲେ । ଅହି ନକୂଳ ସମ୍ପର୍କ ଥିବା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନ ଯାଇ ଭେଟିଥିଲେ । ଦୀର୍ଘ ଦୁଇବର୍ଷ ପରେ ବିଜୟଙ୍କୁ ଧର୍ମେନ୍ଦ୍ର ଭେଟିବା ଏବଂ ତାଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିବାକୁ ରାଜନୈତିକ ମହଲ ଗୁରୁତ୍ୱ ଦେଇଛନ୍ତି । ଏମସରେ ଚିକିତ୍ସିତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ବି ଭୁଲି ନ ଥିଲେ ଧର୍ମେନ୍ଦ୍ର ।

ସେପଟେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୪ ଦିନ ଧରି ଯାତ୍ରା କରିଥିବା ଅଶ୍ୱିନୀ ବୈଷ୍ଣବ କର୍ମୀ ଓ ସାଧାରଣ ଜନତାଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ । ସାଧାରଣ ଯାତ୍ରୀଙ୍କ ସହ ରେଳଯାତ୍ରା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା, ଦଳୀୟ ଯାତ୍ରା ବେଳେ ଗାଡ଼ିରୁ ଓହ୍ଲାଇ ଚା ଦୋକାନରେ ଚା ସାଙ୍ଗରେ ବିସ୍କୁଟ୍ ବୁଡ଼େଇ ଖାଇବା, ଲୋକଙ୍କ ସାଙ୍ଗରେ ମକ୍କା ପୋଡ଼ି ଖାଇବା, ଆଦିବାସୀଙ୍କ ସହ ନାଚିବା, ବିଭିନ୍ନ ମନ୍ଦିର ଯିବା, ସ୍ଥାନୀୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରିଥିଲେ ଶ୍ରୀ ବୈଷ୍ଣବ ।

ମୋଟାମୋଟି ଭାବେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କ ଭାବାବେଗ ସହ ନିଜକୁ ଯୋଡିଥିଲେ । ତାଙ୍କ ଚାଲିଚଳଣ, କଥାବାର୍ତ୍ତାରେ ନମ୍ରତା ଓ ଶାଳୀନତା ଭରପୁର ଥିଲା । ଖୁବ୍ କମ ସମୟରେ ଲୋକଙ୍କୁ ଆପଣେଇବାର କଳା ତାଙ୍କଠାରେ ଦେଖିବାକୁ ମିଳିଥିଲା । ଜଣେ ପୂର୍ବତନ ବ୍ୟୁରେକ୍ରାଟ୍ ଙ୍କର ଏଭଳି ଅହଂକାରଶୂନ୍ୟ ଆଚରଣ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଥାଉକି, ଅଶ୍ୱିନୀ ବୈଷ୍ଣବ ଓଡ଼ିଆ ନୁହଁନ୍ତି । ମାତ୍ର ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ । ଓଡ଼ିଶା ସରକାରରେ ଦୀର୍ଘ ୧୪ ବର୍ଷ ଧରି କାମ କରିଥିଲେ । କଟକ, ବାଲେଶ୍ୱର ଭଳି ଜିଲ୍ଲାର ଜିଲ୍ଲାପାଳ ଥିଲେ । ଓଡ଼ିଆ ଲୋକଙ୍କ ଭାବାବେଗ ତଥା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ସହ ସେ ପୂର୍ବରୁ ପରିଚିତ । ଓଡ଼ିଆ ପ୍ରାଞ୍ଜଳ ଭାବରେ କହୁଛନ୍ତି । ଉଭୟ ସରକାରୀ ଓ କର୍ପୋରେଟ୍ ଜଗତରେ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା ଶ୍ରୀ ବୈଷ୍ଣବ ଦୁଇବର୍ଷ ତଳେ ବିଜେପିରେ ମିଶି ରାଜ୍ୟସଭା ଯାଇଥିଲେ । କେନ୍ଦ୍ରରେ ରେଳମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସାଧାରଣ ଜନତାଙ୍କ ପାଖକୁ ଆସିଥିଲେ । ସାଧାରଣ ଜନତାଙ୍କ ସାଙ୍ଗରେ କେମିତି ମିଶିବାକୁ ହୁଏ, ତାହା ପୋଖତ ନେତା ଭଳି କରିକି ଦେଖାଇଛନ୍ତି ନବାଗତ ବୈଷ୍ଣବ ।

ଉଭୟ ଧର୍ମେନ୍ଦ୍ର ଓ ବୈଷ୍ଣବ ତାଙ୍କ ଗସ୍ତକାଳରେ ରାଜ୍ୟ ସରକାରଙ୍କ ବିରୋଧରେ କିନ୍ତୁ ପଦୁଟିଏ କହିନାହାନ୍ତି । ମୋଦିଙ୍କ ବିକାଶ ଏଜେଣ୍ଡା ଲୋକଙ୍କ ପାଖରେ ପହଞ୍ଚାଇବାକୁ ୠୁରୁତ୍ୱ ଦେଇଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାର ରେଳପ୍ରକଳ୍ପ ଉପରେ ସକାରାତ୍ମକ ବାର୍ତ୍ତା ଦେବା ସହ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ ।

ତେବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜ୍ୟ ବିଜେପିକୁ ଏହା କିଭଳି ଫାଇଦା ଦେବ ତାହା ଜଣାପଡୁନାହିଁ । ଓଡ଼ିଶାରେ ବିଜେଡ଼ି ସହ ଲଢ଼ୁଛି ବିଜେପି । ମାତ୍ର ବିଜେଡ଼ି ଏବଂ ନବୀନ ସରକାର ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁ ବନ୍ଦ ହେବା ଅଧିକାଂଶ କର୍ମୀଙ୍କୁ କିଛିଟା ନିରୁତ୍ସାହିତ କରିଛି । କେବଳ ମୋଦିଙ୍କ ବିକାଶ ଏଜେଣ୍ଡାରେ କିଭଳି ପଞ୍ଚାୟତ ନିର୍ବାଚନ ଲଢ଼ିବେ ତାହା ସେମାନେ ବୁଝିପାରୁନାହାନ୍ତି ।

ତେବେ ସେ ଯାହା ହେଉ, ଧର୍ମେନ୍ଦ୍ର ପ୍ରଧାନ ଓ ଏବେ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ବିଜେପିର ସର୍ବେସର୍ବା ବୋଲି ହାଇକମାଣ୍ଡଙ୍କ ଇସାରା କହିଦେଉଛି । ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କ ବିନା ଏଠି ପତ୍ର ହଲିବ ନାହିଁ ବୋଲି କର୍ମାମାନେ ବୁଝିଯାଇଛନ୍ତି ।

Previous Post

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ

Next Post

ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

Next Post
ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA