Saturday, October 24, 2026 06:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

ବିିଧାୟକଙ୍କ ଛତ୍ରଛାୟାରେ ଦୁର୍ନୀତି, ଅପରାଧ!!

by Our Correspondent
23 Aug, 2021- 03:33 PM
in Latest News, News
1 min read
0
ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

ଭୁବନେଶ୍ୱର: ଶାନ୍ତିଲତା ବେହେରା ନୟାଗଡ଼ ଜିଲ୍ଲାର ଜଣେ ଦଳିତ ମହିଳା । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଉପାଧ୍ୟକ୍ଷ ହୋଇଥିଲେ ବିଜେଡ଼ିର ବାହୁବଳୀ ନେତା କୁହାଯାଉଥିବା ଗୟାଧର ପରିଡ଼ା ।

ଗତ ଜୁଲାଇ ୧୧ ତାରିଖରେ ଭାପୁର ଥାନାରେ ଏକ ଏତଲା ଦେଇଥିଲେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା । ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଅଭିଯୋଗଟି ହେଉଛି, ତାଙ୍କ(ଅଧ୍ୟକ୍ଷା) ସରକାରୀ କାର୍ଯ୍ୟାଳୟକୁ ଉପାଧ୍ୟକ୍ଷ ନିଜ ଦଖଲରେ ରଖିଛନ୍ତି । ତାଙ୍କୁ ଅଫିସ୍ ନ ଆସିବାକୁ ଧମକ ଦେଇଛନ୍ତି । ଅଧ୍ୟକ୍ଷାଙ୍କ ଦସ୍ତଖତ ଓ ଲେଟର୍ ପ୍ୟାଡ୍ କୁ ଜାଲ୍ କରି ପ୍ରାୟ ୮୦ କୋଟି ଟଙ୍କାର ଫଲସ୍ ବିଲ୍ କରାଇ ନେଇଛନ୍ତି । ଏହାର ପ୍ରତିବାଦ କରିବାରୁ ଉପାଧ୍ୟକ୍ଷ ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ହତ୍ୟା ଧମକ ଦେଉଛନ୍ତି ।

ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନୀତ ଅନୁରୋଧ କରିଥିଲେ ଅଧ୍ୟକ୍ଷା ଶାନ୍ତିଲତା । ଏତଲାର କପି ସ୍ଥାନୀୟ ବିଧାୟକ(ଖଣ୍ଡପଡ଼ା), ସାଂସଦ(କଟକ), ଜିଲ୍ଲାପାଳ, ଏସପି, ଏଡ଼ିଏମ୍, ପିଡ଼ି ଡିଆରଡିଏ, ଉପଜିଲ୍ଲାପାଳ, ଭିଜିଲାନସ୍ ଡିଏସପି, ଭିଜିଲାନସ୍ ଏସପି ଏବଂ ଭିଜିଲାନସ୍ ଡିଜିଙ୍କୁ ଦେଇ ନ୍ୟାୟ ଭିକ୍ଷା କରିଥିଲେ ।

ଅଭିଯୋଗରେ ଦର୍ଶାଯାଇଥିବା ଜାଲିଆତି ଓ ସରକାରୀ ଅର୍ଥ ତୋଷରପାତ ଦିଗ ଉପରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ତଦନ୍ତ ଆରମ୍ଭ କରିଥିଲେ । ମାତ୍ର ଫତେଗଡ଼ ଥାନା ପୁଲିସ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ହାତବାନ୍ଧି ବସିଗଲା । ଏପଟେ ଶ୍ରୀମତୀ ବେହେରାଙ୍କୁ ପଦରୁ ହଟାଇବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର ରଚାଗଲା । ଫଳ ହେଲା, ମାସକ ଭିତରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ପଦଚ୍ୟୁତ କରି ଦିଆଗଲା । ବିଡ଼ମ୍ବନା ଯେ, ଯେଉଁ ଗୟାଧରଙ୍କ ବିରୋଧରେ ଏସବୁ ସଙ୍ଗୀନ ଅଭିଯୋଗ, ସେ ଏବେ ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ୱରେ ।

ଆହୁରି ମାରାତ୍ମକ କଥାଟି ହେଉଛି, ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଗାଦିଚ୍ୟୁତ କରିବା ଷଡ଼ଯନ୍ତ୍ରରେ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚ୍ଛନ୍ନ ସହଯୋଗ । ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଏହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ସୂଚନାଥାଉକି, ବିଜେଡ଼ିର ବାହୁବଳୀ ନେତା ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଗୟାଧର ପରିଡ଼ା ହେଉଛନ୍ତି ବିଧାୟକଙ୍କ ଡାହାଣ ହାତ । ବିଧାୟକ ଅଞ୍ଚଳକୁ କ୍ୱଚିତ ଯାଉଥିବାରୁ ଗୟାଧରଙ୍କୁ ନିଜର ଅଘୋଷିତ ପ୍ରତିନିଧି କରିଛନ୍ତି । ଆଉ ଗୟାଧରଙ୍କ କାର୍ଯ୍ୟକଳାପ ଖଣ୍ଡପଡ଼ା ଅଞ୍ଚଳରେ କାହାରିକୁ ଅଛପା ନାହିଁ ।

ନିଜ ଖବରକାଗଜରେ ନାରୀ ନିର୍ଯ୍ୟାତନା, ଦୁର୍ନୀତି ବିରୋଧରେ ବହୁତ ନୀତିବାଣୀ ଦେଉଛନ୍ତି ଖଣ୍ଡପଡ଼ା ବିଧାୟକ । ମାତ୍ର ଭାପୁର ଘଟଣାରେ ତାଙ୍କର ଏହି ମୁଖ୍ୟ ସହଯୋଗୀଙ୍କ କୁକାର୍ଯ୍ୟକୁ ସେ ଖାଲି ଆଖି ବୁଜିନାହାନ୍ତି, ବରଂ ମୂଳୁ ମାଇଲେ ଯିବ ସରି ନ୍ୟାୟରେ ଅଭିଯୋଗକାରିଣୀ ବ୍ଲକ୍ ଅଧ୍ୟକ୍ଷାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଭରପୂର ସମର୍ଥନ ଦେଇଛନ୍ତି । ବିଧାୟକଙ୍କର ଏହି ଦୋମୁହାଁ ନୀତି ଏବଂ ଭୟଙ୍କର ମାନସିକତା ଏବେ ଖଣ୍ଡପଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି ।

ପଦଚ୍ୟୁତ ହୋଇଥିବା ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କ ଅଭିଯୋଗ ଯେ ସତ ତାହା ଇତିମଧ୍ୟରେ ସରକାରୀ ତଦନ୍ତରୁ ସ୍ପଷ୍ଟ ହୋଇଗଲାଣି । ଜିଲ୍ଲାପାଳଙ୍କୁ ଦେଇଥିବା ତଦନ୍ତ ରିପୋର୍ଟରେ ଉପଜିଲ୍ଲାପାଳ ଏହାର ଖୁଲାସା କରିଛନ୍ତି । ଭାପୁର ବ୍ଲକ୍ ରେ ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୩୦ଟି କେସ୍ ରେକର୍ଡ ନମୁନା ଯାଞ୍ଚ କରାଯାଇଥିଲା । ସେସବୁରେ ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲିଆତି କରାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ରାଉତ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସେ ସୂଚନା ବି ଦେଇଛନ୍ତି । ଜିଲ୍ଲାପାଳଙ୍କ ଟେବୁଲ୍ ରେ ରିପୋର୍ଟ ପହଞ୍ଚିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ।

ସେପଟେ ଏତଲା ହେବାର ପ୍ରାୟ ଦେଢ଼ମାସ ବିତିଯାଇଥିଲେ ମଧ୍ୟ ଫତେଗଡ଼ ପୁଲିସ କାର୍ଯାନୁଷ୍ଠାନ ନେଉନାହିଁ । ଜାଲ୍ ଦସ୍ତଖତ ଜରିଆରେ ସାଧାରଣ ଲୋକଟିଏ ସରକାରୀ ତହବିଲ୍ ରୁ ଅର୍ଥ ତୋଷରପାତ କରିଥିଲେ ଜିଲ୍ଲାପାଳ କି ପୁଲିସ ଚୁପ୍ ବସିଥାଆନ୍ତେ କି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି?

ଜଣେ ଦଳିତ ମହିଳାଙ୍କୁ ଧମକ ଦେଇ ତାଙ୍କ ଜାଲ୍ ଦସ୍ତଖତରେ ସରକାରୀ ଅର୍ଥ ତୋଷରପାତ ଭଳି ସଙ୍ଗୀନ ମାମଲା ଉପରେ ସରକାରୀ କଳ ହାତ ବାନ୍ଧି ବସିଯାଇଛି କେମିତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଜିରୋ ଟଲେରାନ୍ସ, ନାରୀକୁ ସମ୍ମାନ ଓ ମହିଳା ସଶକ୍ତିକରଣର ନାରା ଦେଉଥିବା ବେଳେ ଭାପୁରରେ ଏତେ ବଡ଼ ଘଟଣା ଉପରେ ଚୁପ୍ କାହିଁକି? ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ତାଙ୍କୁ ପୁରସ୍କୃତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲାଣି ନା ନାହିଁ?

ଇତିମଧ୍ୟରେ ଅଧ୍ୟକ୍ଷ ପଦରୁ ବିତାଡ଼ିତା ଶ୍ରୀମତୀ ବେହେରାଙ୍କ ଦୁର୍ଦ୍ଦଶା ସେତିକିରେ ସରିଯାଇନାହିଁ । ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆସିଲା ଉପରେ ତାଙ୍କ ଜୀବନ ପ୍ରତି ବିପଦ ଆହୁରି ବଢ଼ିଯାଇଛି । କୌଣସି ମୁହୁର୍ତ୍ତରେ କିଛି ବି ଅଘଟଣ ଘଟିପାରେ ବୋଲି ବୁଦ୍ଧୀଜୀବୀ ମହଲ ଆଶଙ୍କା କରୁଛନ୍ତି ।

Previous Post

ନୂଆ ରୂପରେ ଧର୍ମେନ୍ଦ୍ର, ପ୍ରଥମ ପଦାର୍ପଣରେ ବୈଷ୍ଣବଙ୍କ ବାଜିମାତ୍

Next Post

ସ୍କୁଲ ରୂପାନ୍ତରଣ: ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Next Post
ସ୍କୁଲ ରୂପାନ୍ତରଣ: ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣ: ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA