Saturday, May 9, 2026 05:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ସୋ’

ନୂଆପଡ଼ାରେ ଉପନିର୍ବାଚନ ପ୍ରଚାର

by Our Correspondent
08 Nov, 2025- 11:41 PM
in Latest News, News, Politics
1 min read
0
ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ସୋ’

ନୂଆପଡ଼ା/ଭୁବନେଶ୍ୱର: ଗୋଟିଏ ଦିନର ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ଥର ପାଇଁ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିଥିଲେ । ଗତ ୬ ତାରିଖରେ ସେ କୋମନା ବ୍ଲକ୍ ରେ ରୋଡ୍ ସୋ’ କରିବା ସହ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟନ୍ତ ରୋଡ୍ ସୋ’ କରି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଆଜିର ରୋଡ୍ ସୋ’ ଗତକାଲିର ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ କୁ ପଛରେ ପକାଇ ଦେଇଥିବା ଆଲୋଚନା ହେଉଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଅପରାହ୍ନରେ ନୂଆପଡ଼ା ଗୋତମାରେ ପହଞ୍ଚି ପ୍ରଥମେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁ ଯାଇଥିଲେ । ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କୁ ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଗାଁର ଆଦିବାସୀ ପରିବାରଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଏକ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଭୁବନେଶ୍ୱରରେ ବସି ରହି ଆଦିବାସୀଙ୍କ ଦୁଃଖ ବୁଝିପାରିଲେ ନାହିଁ । ମୁଁ ଆଦିବାସୀ ପରିବାରରୁ ଆସିଥିବାରୁ ଆପଣଙ୍କ ଦୁଃଖ ବୁଝିପାରୁଛି । ଆପଣ ଜୟ ଢ଼ୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦିଅନ୍ତୁ । ବିଜେପି ସରକାର ଆପଣଙ୍କ ସବୁ ସମସ୍ୟାର ସମାଧାନ କରିବ ।

ସେଠାରୁ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଆସି ରୋଡ୍ ସୋ’ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ ୧୦ କିଲୋମିଟରରୁ ଅଧିକ ଖରିଆର ରୋଡ୍ ପର୍ଯ୍ୟନ୍ତ ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସାଥୀରେ ପ୍ରାର୍ଥୀ ଜୟ ଢ଼ୋଲକିଆ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏହିି ରୋଡ୍ ସୋ’ ରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଶେଷରେ ଖରିଆର ରୋଡ୍ ଠାରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପୂର୍ବ ବିଜେଡି ସରକାର ଏବଂ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ । ପାଣ୍ଡିଆନଙ୍କ ଉଦେ୍ଦଶ୍ୟରେ ତାତ୍ସଲ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ନବୀନ ବାବୁ ନୂଆପଡ଼ାର ବିକାଶ କରିନାହାନ୍ତି । ଲୋକଙ୍କୁ ପ୍ରତାରଣା କରିଛନ୍ତି । ରୋଗଶଯ୍ୟାରେ ପଡ଼ିଥିଲା ବେଳେ ସ୍ୱର୍ଗତଃ ରାଜୁ ଢ଼ୋଲକିଆ ଅବହେଳାର ଶିକାର ହୋଇଥିଲେ । ସେଥିପାଇଁ ପୁଅ ଜୟ ବିଜେପି ପ୍ରତି ଅନୁପ୍ରାଣିତ ହୋଇଛନ୍ତି । ନିର୍ବାଚନ ପରେ ଜୟ ନୂଆପଡ଼ାରେ ରହି ଲୋକଙ୍କ ସେବା କରିବେ ।

ମୁଖ୍ୟମନ୍ତ୍ରୀ ଆଜି ନୂଆପଡ଼ାରେ ରାତ୍ରିଯାପନ କରିଛନ୍ତି । ଆସନ୍ତାକାଲି ଶେଷ ଦିନରେ ସେ ପ୍ରଚାର ସାରି ଭୁବନେଶ୍ୱର ଫେରିବେ ।

କଷ୍ଟ ଭୋଗିଲେ ଜନତା: ବିଜେଡି

ଭୁବନେଶ୍ୱର: ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ ସରକାରୀ କଳକୁ ରାଜନୀତି କାମରେ ବେଶ୍ ଉପଯୋଗ କରୁଛି ବିଜେପି । କ୍ଷମତା ଲୋଭରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ପଛାଇ ନାହିଁ ଶାସକ ଦଳ । ଆଜି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର ପାଇଁ ସରକାରୀ ସମ୍ପଦର ଦୁରୂପଯୋଗରେ ବିଜେପି ସବୁ ସୀମା ଟପି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଟେଣ୍ଟ ବାନ୍ଧି ଜାତୀୟ ରାଜପଥରେ ଲୋକଙ୍କ ଯିବା ଆସିବା ବନ୍ଦ କରିଦେଲେ । ଲୋକଙ୍କୁ ଯନ୍ତ୍ରଣା ଦେବାରେ ସାମାନ୍ୟ ହେଳା କରୁନାହିଁ ଲୋକଙ୍କ ସରକାର ବୋଲି ବିଜେଡି ମୁଖପାତ୍ର ଡ଼ ଲେନିନ୍ ମହାନ୍ତି କହିଛନ୍ତି ।

ଡ଼ ମହାନ୍ତି କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ବିଜେପି ପୁରା ପ୍ରଶାସନକୁ କାମରେ ଲଗାଇ ଦେଇଛି । ଖରିଆର ରୋଡ୍ ଏନଏସି ଓ ନୂଆପଡା ଏନଏସିରେ ଭାରତୀୟ ଜନତା ପାର୍ଟି ରୋଡ୍ ଶୋ’ କାମରେ ସରକାରୀ ବ୍ୟବସ୍ଥା ଦୁରୁପଯୋଗ କରିଛି । ପୁରା ପ୍ରଶାସନ ରାଜନୀତି କାମରେ ବ୍ୟସ୍ତ । କ୍ଷମତା ଲୋଭରେ ଅନ୍ଧ ବିଜେପି ଆଦର୍ଶ ଆଚରଣ ବିଧିକୁ ମାନୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ରାଇପୁର ଜାତୀୟ ରାଜପଥକୁ ବନ୍ଦ କରି ବିଶାଳ ଷ୍ଟେଜ୍ ନିର୍ମାଣ କରାଯାଇଛି । ସେଥିପାଇଁ ଗତ ରାତିରୁ ସେହି ବାଟେ ଗାଡ଼ି, ମୋଟର ଓ ଲୋକଙ୍କ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜନୀତି ପାଇଁ ବିଜେପି ଲୋକଙ୍କୁ ଦୁର୍ଦ୍ଦଶା ମୁହଁକୁ ଠେଲି ଦେଉଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସାଧାରଣ ଲୋକଙ୍କ ପାଇଁ କାଳ ହେଲା । ଜରୁରୀ, ବାଣିଜି୍ୟକ ପରିବହନ ଠପ୍ କରିଦେଲେ । ଲୋକଙ୍କ ସରକାର ବୋଲାଉଛନ୍ତି, ଲୋକଙ୍କୁ ଦହଗଞ୍ଜ କରି ମାରୁଛନ୍ତି ବୋଲି ଡ଼ ମହାନ୍ତି କହିଛନ୍ତି ।

Previous Post

ଓଡିଆଙ୍କ ପାଇଁ କଳିଙ୍ଗସେନା ସମର୍ପିତ: ହେମନ୍ତ ରଥ

Next Post

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Next Post
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA