ଭୁବନେଶ୍ୱର : ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗ ସେନା ସର୍ବଦା ଓଡିଶା ଓ ଓଡିଆମାନଙ୍କ ପ୍ରତି ସମର୍ପିତ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଦଳ ତାହାର ନିରନ୍ତର ଉଦ୍ୟମ ଜାରି ରଖିିବ ବୋଲି ଆଜି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । ଶ୍ରୀ ରଥ କହିଛନ୍ତି ଯେ, ଆଞ୍ଚଳିକ ଦଳ ହିସାବରେ ଦୁଇ ଦଶନ୍ଧିର ଅଧିକ ସମୟ ଧରି କଳିଙ୍ଗସେନା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛି । ଓଡିଆ ଯୁବକମାନଙ୍କୁ ନିଯୁକ୍ତି, ଚାଷୀମାନଙ୍କ ଆୟ ବୃଦ୍ଧି ସହିତ ସବୁ କ୍ଷେତ୍ରରେ ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦଳ କାର୍ଯ୍ୟ କରୁଛି ।
ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ ଦଳର ସମ୍ପାଦକ ଅଶୋକ ସାହୁ, ସମୀର ପ୍ରଧାନ, ସମ୍ପାଦକ ମୋନାଲିସା ବିଶ୍ୱାଳ, ମଧୁସୂଦନ ସାହୁ, ସାଧାରଣ ସମ୍ପାଦକ ସର୍ବଶ୍ରୀ ବରଦା କାନ୍ତ ମହାନ୍ତି, ଲକ୍ଷ୍ମୀ ନାରାୟଣ ମହାପାତ୍ର, ଇଂ ମନୋଜ କୁମାର ନାୟକ, ସାଧାରଣ ସମ୍ପାଦକ ତଥା ମୁଖପତ୍ର ଅମୂଲ୍ୟ କୁମାର ନାୟକ, ଉପସଭାପତି ଅବଦୁଲ କୟୁମ ଖାନ. ହିମାଂଶୁ ନାୟକ ଓ ଉମାକାନ୍ତ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଆଗାମୀ ଦିନରେ କଳିଙ୍ଗ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମତ ରଖିଥିଲେ ।
ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କଳିଙ୍ଗ ସେନା ଗଣମାଧ୍ୟମର ସଫଳ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ନନ୍ଦନକାନନର ଜଗନ୍ନାଥ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ନିଳାଦ୍ରୀ ବିହାରର ଈଶାନେଶ୍ୱର ସଙ୍କିର୍ତ୍ତନ ମଣ୍ଡଳୀ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଗଣମାଧ୍ୟମ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ସମ୍ବାଦର ଫଟୋ ସାମ୍ବାଦିକ ବିଭୂତି ସାହୁ, ସକାଳର ସନ୍ତୋଷ କୁମାର ପଣ୍ଡା, ସମାଜର ଫଟୋ ସାମ୍ବାଦିକ ଟିକନ ବିଶ୍ୱରଞ୍ଜନ ମିଶ୍ର, ନ୍ୟୁଜ-୧୮ର ନିରୂପମା ବେହେରା, ପ୍ରିୟ ଖବରର ସମ୍ପାଦକ ରାଜ କିଶୋର ଦାସ, ସମାଜସେବୀ ଦୁର୍ଗା ଶଙ୍କର ମହାପାତ୍ର ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା ।
ପ୍ରଧ୍ୟାପକ ଅଶୋକ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ଦଳର ସାଧାରଣ ସମ୍ପାଦକ ତଥା ମୁଖପତ୍ର ସୁମନ୍ତ କୁମାର ସ୍ୱାଇଁ । ଧନ୍ୟବାଦ ଅର୍ପଣ କରିଥିଲେ ସେନାର ସାଧାରଣ ସମ୍ପାଦକ ବିଜୟ କୁମାର ରାଜ । ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଶତାଧିକ କଳିଙ୍ଗ ସୈନିକଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ସଭାସ୍ଥଳୀରେ ପହଞ୍ଚô ଥିଲେ । ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡା, ଓଡ଼ିଶୀ ଏବଂ ଲୋକ କଳା ସଙ୍କିର୍ତ୍ତନକୁ ପରିଚାଳନା କରିଥିଲେ ସମ୍ପାଦିକା ମୋନାଲିସା ବିଶ୍ୱାଳ ।