Wednesday, April 22, 2026 02:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ନାଁ ନେଲେନି ନଡ୍ଡା

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି

by Our Correspondent
29 Sep, 2022- 04:24 PM
in Latest News, News, Politics
1 min read
0
ନବୀନଙ୍କ ନାଁ ନେଲେନି ନଡ୍ଡା

ଭୁୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଓଡ଼ିଶା ଆସିଛନ୍ତି । ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ଉଦବୋଧନ ଦେଇ ଓଡ଼ିଶା ବିଜେପିକୁ ବଳ ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ତାଙ୍କର ଭାଷଣ ହୋଇଛି । ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ଭାଷଣରେ ପ୍ରାଧାନ୍ୟ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ସେଭଳି ଦମଦାର ଭାଷଣ ଦେଇନାହାନ୍ତି । ଏପରିକି ଥରୁଟିଏ ବି ବିଜେଡି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନ ଥିଲେ ନଡ୍ଡା । ନବୀନଙ୍କ ପ୍ରତି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କର ଏହା ସମ୍ମାନ ନା ଡ଼ର ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ବିଜେପିର ବିଚାରଧାରାଠାରୁ ଆରମ୍ଭ କରି ମୋଦି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ନଡ୍ଡା ଲମ୍ବା ଭାଷଣ ରଖିଥିଲେ । ତାଙ୍କ ରାଷ୍ଟ୍ରୀୟ ଦଳର ଶକ୍ତି କେତେ ତାହାର ହିସାବ ଦେଇ କଂଗ୍ରେସକୁ ଆଗ ଟାର୍ଗେଟ୍ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏବେ ଆଉ ଭାରତୀୟ, ଜାତୀୟ କି କଂଗ୍ରେସ ହୋଇ ରହିନାହିଁ । ବରଂ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି ବୋଲି କଟାକ୍ଷ କରିଥିଲେ । ସେହିଭଳି ଓଡ଼ିଶାରେ ବିଜେଡି ସମେତ ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକରେ ପରିବାର ରାଜନୀତି ଚାଲିଛି ବୋଲି ଆକ୍ଷେପ କରିଥିଲେ ।

ଭାଷଣ ଶେଷ ଆଡକୁ ସେ ଓଡ଼ିଶା ସରକାରଙ୍କ କଥା କହିଥିଲେ । ରାଜ୍ୟ ସରକାର ଆକଣ୍ଠ ଭ୍ରଷ୍ଟାଚାର, ଦୁର୍ନୀତିରେ ବୁଡିଛି । ସ୍ୱାସ୍ଥ୍ୟସେବାରେ ପଛରେ ପଡ଼ିଛି । ଆୟୁଷ୍ମାନ ଯୋଜନା ଲାଗୁ କରୁ ନ ଥିବାରୁ ୫୦ ଲକ୍ଷ ଲୋକଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି । ମନରେଗାରେ ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ କରାଯାଉଛି । ପିଏମ ଆବାସ ଯୋଜନାରେ ବିଜୁ ପକ୍କା ଘର ପୋଷ୍ଟର ଲାଗୁଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରକ୍ଷକ ଏଠି ଭକ୍ଷକ ସାଜିଛି । ୩ ମନ୍ତ୍ରୀ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି । ଏଭଳି ସରକାରକୁ ଫିଙ୍ଗି ଦେଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ନଡ୍ଡା ଆହ୍ୱାନ ଦେଇଥିଲେ ।

ବିଜେଡି ସରକାରକୁ ସମୁଦ୍ରରେ ଫିଙ୍ଗି ଦିଅ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପିର ପୁରୁଣା ସ୍ଲୋଗାନ୍ । ଗତ ନିର୍ବାଚନରେ ଖୋଦ୍ ଅମିତ୍ ଶାହା ଅତ୍ୟନ୍ତ କଟୁ ଭାଷାରେ ବିଜେଡିକୁ ସମାଲୋଚନା କରି ଏହି ଆହ୍ୱାନ ଦେଉଥିଲେ । ମାତ୍ର ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ନାହିଁ । ଆଜି ଆଗାମୀ ନିର୍ବାଚନର ପ୍ରସ୍ତୁତିପର୍ବରେ ନଡ୍ଡାଙ୍କର ଅନୁରୂପ ଆହ୍ୱାନରୁ କେବଳ ଔପଚାରିକତାର ଗନ୍ଧ ବାରିଛନ୍ତି ରାଜନୈତିକ ସମୀକ୍ଷକ । ତାଙ୍କ ଭାଷଣରେ ରାଜ୍ୟ ସରକାରଙ୍କୁ ସମାଲୋଚନାର ଦାଢ଼ ନ ଥିଲା କି ସ୍ୱରରେ ଦମ୍ଭ ନ ଥିଲା ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଠି କଂଗ୍ରେସ ବିରୋଧରେ ନୁହେଁ, ବିଜେଡି ବିରୋଧରେ ଲଢ଼େଇ କରିବ ବିଜେପି । ମାତ୍ର ନଡ୍ଡା ତାଙ୍କ ଭାଷଣରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଥିଲା ବେଳେ ବିଜେଡି ସରକାରଙ୍କୁ ଲୋକଦେଖାଣିଆ ଆକ୍ରମଣ କରିଥିବା କୁହାଯାଉଛି ।

ଏହି ସଭାରେ ଭାଷଣ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନ ଥିଲେ । ସେ କହିଥିଲେ, ରାଜ୍ୟ ସରକାର ଧ୍ରୁତରାଷ୍ଟ ସାଜିଛି । ରାଜ୍ୟ ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବେଳେ ଗତ ଦୁଇବର୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମିଛି । ମୁଣ୍ଡପିଛା ଆୟ ଅଧିକ ଦର୍ଶଉଥିବା ବେଳେ ବାହାର ରାଜ୍ୟକୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ଆତ୍ମପ୍ରଚାରରେ ବ୍ୟସ୍ତ । ନିଜର ସ୍ୱାର୍ଥ ପାଇଁ ଜନକଲ୍ୟାଣ ଭୁଲି ଯାଇଛନ୍ତି । ଓଡ଼ିଶାରେ ବିଜେପିକୁ ମଜବୁତ କରିବାକୁ ଆମକୁ ଦୃଢ଼ ପରିଶ୍ରମ କରିବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଥିଲେ ।

ଉଲ୍ଲେଖଥାଉକି, ପାଖାପାଖି ସାଢ଼େ ତିନିବର୍ଷର ନିଷ୍କ୍ରିୟତା ପରେ ରାଜ୍ୟ ବିଜେପି ଏବେ ଏବେ ସକ୍ରିୟ ହୋଇଛି । ଅମିତ ଶାହାଙ୍କ ଗସ୍ତ ଏବଂ ସୁନିଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । କର୍ମକର୍ତ୍ତାଙ୍କୁ ଜୋସ୍ ଦେବା ପାଇଁ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଓଡ଼ିଶା ଆସିଛନ୍ତି । ବିଜେପିର ତୃଣମୂଳସ୍ତରୀୟ ବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତାଙ୍କ ସମ୍ମଳିନୀରେ ସେ ଉଦବୋଧନ ଦେଇଥିଲେ ମଧ୍ୟ ଦଳର ସାଂଗଠନିକ ଶକ୍ତିବୃଦ୍ଧି ଏବଂ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ସେଭଳି ଠୋସ୍ ମନ୍ତ୍ର ଦେଇ ନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ରାଜ୍ୟ ବିଜେପି ପୁଣି ବଳ ଗୋଟାଉଥିବା ବେଳେ ରାଷ୍ଟ୍ରୀୟ ସଭାପତି ନବୀନଙ୍କ ନାଁ ନ ଧରିବା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦେଢ଼ବର୍ଷ ବାକିଥିଲା ବେଳେ ରାଜ୍ୟ ବିଜେପି ସାଂଗଠନିକସ୍ତରରେ ସେଭଳି କାର୍ଯ୍ୟକ୍ରମ ଆରମ୍ଭ କରିନାହିଁ । ୩୭ ହଜାର ବୁଥ୍ କମିଟିରୁ ୨୨ ହଜାର ବୁଥ୍ କମିଟି ଗଠନ ହୋଇଛି । ଅର୍ଥାତ ୪୦ ପ୍ରତିଶତ ଜାଗାରେ ବୁଥ୍ କମିଟି ହୋଇପାରିନାହିଁ । ନେତା ଓ ସଂଗଠନରେ ସମନ୍ୱୟର ଘୋର ଅଭାବ ରହିଛି । ଲୋକଙ୍କ ସାମନାରେ ନବୀନଙ୍କ ବିକଳ୍ପ ବିଜେପି ଚେହେରା ଆସିପାରିନାହିଁ ।

ସଂଗଠନ ସଜାଡ଼ିବା ଉପରେ ଗୁରୁତ୍ୱ ନ ଦେଇ ଓଲଟି କିଛି ନେତା ମୁଖ୍ୟମନ୍ତ୍ରୀ ଦାବିଦାର ମଣୁଥିବାରୁ ଦଳରେ ଅସନ୍ତୋଷ ଓ ବିଦ୍ରୋହ ଦେଖିବାକୁ ମିଳୁଛି । ସର୍ବୋପରି ଉପରସ୍ତରରେ ବିଜେପି-ବିଜେଡି ସମ୍ପର୍କର ଚର୍ଚ୍ଚା କର୍ମୀଙ୍କ ମନୋବଳକୁ ଦୁର୍ବଳ ରଖିଛି । ଆଜି ନଡ୍ଡାଙ୍କ ଭାଷଣ ଶୁଣିଲା ପରେ ବିଜେଡି ବିରୋଧରେ ଲଢ଼େଇ ପାଇଁ ସେମାନେ କେତେ ବଳ ପାଇଲେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Previous Post

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

Next Post

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

Next Post
ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA