Wednesday, April 22, 2026 07:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖାଲି ଭାଷଣରେ ପଦ୍ମ ଫୁଟିବନି !

ନଡ୍ଡାଙ୍କ ଓଡ଼ିଶା ଗସ୍ତ

by Our Correspondent
30 Sep, 2022- 06:43 PM
in Latest News, News, Politics
1 min read
0
ଖାଲି ଭାଷଣରେ ପଦ୍ମ ଫୁଟିବନି !

ଭୁବନେଶ୍ୱର: ଓଡ଼ିଶାରେ ଭ୍ରଷ୍ଟାଚାର ବଢ଼ିଛି ନା ନାହିଁ? ହଁ ବଢ଼ିଛି.. । କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ନିଜର ଠାପ୍ପା ମାରୁଛନ୍ତି ନା ନାହିଁ? ହଁ ମାରୁଛନ୍ତି.. । ବିକାଶ ପାଇଁ ଡବଲ ଇଞ୍ଜିନ୍ ସରକାର ଦରକାର ନା ନାହିଁ? ହଁ ଦରକାର.. । ୨୦୨୪ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟିବ ନା ନାହିଁ? ହଁ ଫୁଟିବ.. ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଆଜି ତାଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଦଳର ୭ଟି(ସଂଯୁକ୍ତ) ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଜନତା ମଇଦାନରେ ଏଭଳି ଢ଼ଙ୍ଗରେ ଉଦବୋଧନ ଦେଇଥିଲେ । ଅମିତ ଶାହାଙ୍କ ଷ୍ଟାଇଲ୍ ରେ ଭାଷଣ । ନିଜ ମୁହଁରେ ପ୍ରଶ୍ନ, ନିଜ ମୁହଁରେ ଉତ୍ତର । କର୍ମୀଙ୍କୁ ପାଳି ଧରେଇ ଉତ୍ସାହିତ କରିବା କଥା ।

କାଲି ନବୀନ କି ବିଜେଡ଼ି ନାଁ ଧରି ନ ଥିବା ନଡ୍ଡା ଆଜି ବିଜେଡି ମୁକ୍ତ ଓଡ଼ିଶା ପାଇଁ ଆହ୍ୱାନ ଦେଇଥିଲେ । ଗତକାଲି ଯେଉଁ ଭାଷଣ ଦେଇଥିଲେ ତାହା ପ୍ରାୟ ରିପିଟ୍ କରିଥିଲେ । କିନ୍ତୁ, ଭାବଭଙ୍ଗୀରେ ଅଧିକ ଆକ୍ରମଣାତ୍ମକ ହୋଇଥିଲେ । ନଡ୍ଡାଙ୍କ ଭାଷଣ ଉପସ୍ଥିତ କର୍ମୀମାନଙ୍କ ମନରେ ଜୋସ୍ ଭରିଥିଲା ।

ଦଳୀୟ ଦୃଷ୍ଟିକୋଣରୁ ନଡ୍ଡା ତାଙ୍କ ଭାଷଣରେ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ, ବିକଶିତ ଭାରତ ଦେଖିବାକୁ ହେଲେ ବିକଶିତ ଓଡ଼ିଶା ଦେଖିବାକୁ ହେବ । ବିକଶିତ ଓଡ଼ିଶା ଦେଖିବାକୁ ହେଲେ ବିକଶିତ ବିଜେଡିମୁକ୍ତ ଓଡ଼ିଶା ଦେଖିବାକୁ ହେବ । ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ଆଉ ସେଥିପାଇଁ ଦରକାର ସ୍ୱାଭିମାନ, ପରିଶ୍ରମ ଓ ତାକତ୍ । ଏଥିପାଇଁ କାର୍ଯ୍ୟ କରିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ତେବେ ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କର ଏହି ଆହ୍ୱାନକୁ ଓଡ଼ିଶା ବିଜେପି ସଂଗଠନ ଠିକଣା ଦିଗରେ ନେବାକୁ ସକ୍ଷମ ତ? ବିଜେଡି ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ରୀୟ ନେତୃତ୍ୱର ପୂର୍ଣ୍ଣ ସମର୍ଥନ ରହିବ ତ? ବିଜେପି-ବିଜେଡି ପାଗଯୋଗ ସମୀକରଣ ବଦଳିବ ତ? ରାଜ୍ୟରେ ବିଜେପି ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଏବେଠୁ କାର୍ଯ୍ୟକ୍ରମ ଜାରି ରହିବ ତ? ରାଜ୍ୟ ନେତାମାନେ ଏକଜୁଟ୍ ହୋଇ ଲୋକଙ୍କ ସହିତ ସମ୍ପର୍କ ଯୋଡିବେ ତ?

ଗତଥରର ଅଭିଜ୍ଞତା ଓ ଫଳାଫଳରୁ ବିଜେପି କିଛି ଶିକ୍ଷାଲାଭ କରିନାହିଁ ଏହା ସ୍ପଷ୍ଟ । ବର୍ଷ ତମାମ ବିଜେପି ନେତାମାନେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ଓ ଗାଳି ଦେବାରେ ସେମାନଙ୍କ କାର୍ଯ୍ୟକ୍ରମ ସୀମିତ ରଖିଥିଲେ । ସଂଗଠନ ବଢ଼ାଇ ଲୋକଙ୍କ ସାଙ୍ଗରେ ରହିବା ବଦଳରେ ଭୁବନେଶ୍ୱର ପାର୍ଟି ଅଫିସରେ ପ୍ରେସ୍ ମିଟ୍ କୁ ଅଧିକ ଗୁରୁତ୍ୱ ଦିଆଗଲା । ଖୋଦ୍ ଅମିତ ଶାହାଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନସଫରମର ଏବଂ ବିଜେଡି ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦିଅ ସ୍ଲୋଗାନ୍ କୁ ଲୋକେ ନାପସନ୍ଦ କଲେ । ମୋଟାମୋଟି ଭାବେ, ଶକ୍ତିଶାଳୀ ବିଜେଡି ଏବଂ ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ବିଜେପିର କୌଶଳ କାମ ଦେଲା ନାହିଁ ।

ନିର୍ବାଚନ ସରିଲା ପରେ ବିଜେପି ଆତ୍ମସମୀକ୍ଷା କରି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ କାମ କରିବାର ଥିଲା । ମାତ୍ର ସେଭଳି ଦେଖିବାକୁ ମିଳିନି । ସାଢ଼େ ୩ ବର୍ଷ ଭିତରେ ରାଜ୍ୟ ବିଜେପିର ଶକ୍ତିବୃଦ୍ଧି ହୋଇଥିବା ଜଣାପଡୁନାହିଁ । ବରଂ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ଥିଲା । ଏହାପରେ ମଧ୍ୟ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ କୌଣସି ଠୋସ୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇନାହିଁ ।

ଯାହାର ଉଦାହରଣ ହେଉଛି, ୩୭ ହଜାର ବୁଥ କମିଟିରୁ ୧୫ ହଜାର ବୁଥ କମିଟି ଏ ପର୍ଯ୍ୟନ୍ତ ଗଠନ ହୋଇପାରିନାହିଁ । ସେହିଭଳି, ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ପ୍ରସଙ୍ଗକୁ ପ୍ରଭାବୀ ଢ଼ଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିନାହିଁ । ଦଳର ଅନେକ ବରିଷ୍ଠ ନେତା ଏହାକୁ ସ୍ୱୀକାର କରିଛନ୍ତି ।

ଦଳର ଶକ୍ତିବୃଦ୍ଧିରେ ଆଉ ଏକ ବଡ଼ ବାଧକ ହୋଇଛି ଗୋଷ୍ଠୀ ବିବାଦ । ଦଳକୁ ନ ବଢ଼ାଇ ନିଜେ ନିଜେ ବଢ଼ିବାକୁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମନେ ମନେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଅନେକ ବାହାରିଛନ୍ତି । ରାଜ୍ୟ ସଂଗଠନ ଧର୍ମେନ୍ଦ୍ର ପ୍ରଧାନଙ୍କ ନିୟନ୍ତ୍ରଣରେ ଥିବା କୁହାଯାଉଥିଲେ ମଧ୍ୟ ତାଙ୍କଠାରେ ପୂର୍ବ ଜୋସ୍ ନାହିଁ । ସମୀର ମହାନ୍ତି ନାଁକୁ ମାତ୍ର ସଭାପତି । ଧର୍ମେନ୍ଦ୍ରଙ୍କ ବିନା ଇସାରାରେ କିଛି କରିବାର କ୍ଷମତା ତାଙ୍କର ନାହିଁ ।

ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଥିବା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଆସନରୁ ଦେଢ଼ଲକ୍ଷ ଭୋଟରେ ହାରିବା ପରଠୁ ଦିଲ୍ଲୀ ପଳାଇଛନ୍ତି । ଦିଲ୍ଲୀରେ ବେଶୀ, ଓଡ଼ିଶାରେ କମ ଦେଖାଯାଉଛନ୍ତି । ଏଠାରେ ବିଜେପି କାର୍ଯ୍ୟକ୍ରମ ପ୍ରତି ତାଙ୍କର ଆଗ୍ରହ ନାହିଁ କି ବିଶେଷ ଯୋଗଦାନ ନାହିଁ । ଅନ୍ୟ କେଉଁ ରାଜ୍ୟରୁ ରାଜ୍ୟସଭା ଆସନ ହାତେଇବା ଚିନ୍ତା ତାଙ୍କର ଅଧିକ ।

ଓଡ଼ିଶାରେ ବିଜେପି ଚେହେରା ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜକୁ ଦାବିଦାର ମଣୁଥିଲେ ମଧ୍ୟ କାର୍ଯ୍ୟକ୍ରମରେ ତାହା ପ୍ରତିଫଳିତ ହେଉନାହିଁ । ବିଜେପି ସଂଗଠନରେ କାର୍ଯ୍ୟ ନ କରି ସେ ନିଜସ୍ୱ ସମାନ୍ତରାଳ ସଂଗଠନ ଜରିଆରେ କାର୍ଯ୍ୟକ୍ରମ କରୁଛନ୍ତି । ତାଙ୍କର ମନମାନିକୁ ନେଇ ଅଧିକାଂଶ ନେତା କ୍ଷୁବ୍ଧ । ଖୋଦ୍ ତାଙ୍କ ନିର୍ବାଚନମଣ୍ଡଳୀ ନେତା ଓ କର୍ମୀମାନେ ତାଙ୍କୁ ବିରୋଧ କରୁଛନ୍ତି ।

ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଏକାଠି ହୋଇ ଧର୍ମେନ୍ଦ୍ରଙ୍କ ବିରୋଧରେ ହାତ ମିଳାଇଥିବା ଚର୍ଚ୍ଚା ହେଉଛି । ଉଭୟଙ୍କ ଗୋଟିଚାଳନାର ଅନେକ ରୋଚକ ଖବର ବିଜେପି ମହଲରେ ଆଲୋଚନାର ବିଷୟ ହୋଇଛି ।

ରାଜ୍ୟ ବିଜେପିର ଏଭଳି ସ୍ଥିତିରେ କର୍ମୀଙ୍କୁ କିଏ ଏକଜୁଟ୍ କରି ଆଗକୁ ବଢ଼ିବ ତାହା ଦ୍ୱନ୍ଦ ସୃଷ୍ଟି କରିଛି । ଅମିତ ଶାହା ବହୁ ଡେରିରେ ଏହାକୁ ବୁଝିଥିବା କୁହାଯାଉଛି । ଓଡ଼ିଶା ରଣନୀତିରେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତ କରି ସାଧାରଣ ନିର୍ବାଚନ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ।

ତେବେ ଶକ୍ତିଶାଳୀ ବିଜେଡି ବିରୋଧରେ ଲଢ଼ିବା ପାଇଁ ଦଳର ନୂଆ ରଣନୀତି କ’ଣ ତାହା ସ୍ପଷ୍ଟ ହୋଇନି । କାରଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଜି ବି ଅତୁଟ ଅଛି । ତାଙ୍କର ଦୃଢ଼ ନେତୃତ୍ୱ ଆଗରେ ନେତା ଓ କର୍ମୀମାନେ ସମ୍ପୂର୍ଣ୍ଣ ସମର୍ପିତ । ତୃଣମୂଳସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେଉଛି । ବିଜେଡି ନେତା ଓ କର୍ମୀମାନେ ସଂଗଠନ ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସୁତରାଂ ବିଜେଡିର ମୁକାବିଲା ପାଇଁ ବିଜେପିକୁ ସେମିତି ସଶକ୍ତ ହେବାକୁ ପଡ଼ିବ ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ରାଜନୀତିରେ କିଛି ଅସମ୍ଭବ ନୁହେଁ । ବିଜେପି ହାଇକମାଣ୍ଡ ସତରେ ବିଜେଡି ସହିତ ଲଢ଼ିବାକୁ ଚାହୁଁଥିଲେ ତୃଣମୂଳସ୍ତରରେ ସଂଗଠନକୁ ଆଗ ଦୃଢ଼ ମଜବୁତ କରିବା ଦରକାର । ନେତାମାନେ ଭୁବନେଶ୍ୱରରେ ଭାଷଣ କି ପ୍ରେସ୍ ମିଟ୍ ରେ ସୀମିତ ନ ରହି ଲୋକଙ୍କ ପାଖକୁ ଯିବାକୁ ହେବ । କଠିନ ପରିଶ୍ରମ କଲେ ୬ ମାସରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଯିବା ଅସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଏହା ଠିକ୍ ବୁଝିଛନ୍ତି ଏବଂ ଏହି ବାର୍ତ୍ତା ଦେଇ ଓଡ଼ିଶାରୁ ବିଦାୟ ନେଇଛନ୍ତି ।

Previous Post

ବିଧାୟକ ମୋକିମ୍ ଙ୍କୁ ୩ ବର୍ଷ ଜେଲ୍

Next Post

ଓଏଏସ୍ ପରୀକ୍ଷା ଢ଼ାଞ୍ଚା ବଦଳିଲା

Next Post
ଓଏଏସ୍ ପରୀକ୍ଷା ଢ଼ାଞ୍ଚା ବଦଳିଲା

ଓଏଏସ୍ ପରୀକ୍ଷା ଢ଼ାଞ୍ଚା ବଦଳିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA