Tuesday, June 23, 2026 04:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ନଡ୍ଡା

ବିଜେପିର “ସଦସ୍ୟତା ଅଭିଯାନ-୨୦୨୪”

by Our Correspondent
26 Sep, 2024- 09:18 PM
in Latest News, News
1 min read
0
ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ନଡ୍ଡା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ.ଜଗତ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ଅନୁଷ୍ଠିତ “ସଦସ୍ୟତା ଅଭିଯାନ-୨୦୨୪” ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟରେ ବିଜେପିର ଡବଲ୍ ଇଂଜିନ ସରକାରଙ୍କ ବିଭିନ୍ନ ବିକାଶମୁଳକ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି । ଏଥି ସହ ଜାରୀ ରହିଥିବା ସଦସ୍ୟତା ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ଦୁଷ୍ୟନ୍ତ ଗୌତମ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସାଂସଦ ସମ୍ବିତ ପାତ୍ର ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ଅଜିର ସଦସ୍ୟତା ଅଭିଯାନରେ ପୂର୍ବତନ ସୈନିକ, ଅବସରପ୍ରାପ୍ତ ପ୍ରଶାସକ, ଡାକ୍ତର, ଇଜିନିୟର, ଓକିଲ, ଚାଟାର୍ଡ ଆକାଉଟାଂଟ ଏବଂ କଳା ଜଗତ ସହ ସଂପୃକ୍ତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିଜେପି ଏବଂ ଏନ୍‌ଡିଏ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଥିବାବେଳେ ବିରୋଧୀ ଇଣ୍ଡି ମେଂଟରେ ସାମିଲ ଦଳଗୁଡ଼ିକ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହିତ ରାଷ୍ଟ୍ର ବିରୋଧୀ ତତ୍ୱକୁ ପ୍ରୋତ୍ସାହିତ କରୁଛନ୍ତି । ଦେଶରେ ପାଖାପାଖି ୫୦୦୦ ଛୋଟବଡ଼ ରାଜନୈତିକ ଦଳ ଥିଲାବେଳେ ସେଥିରୁ ମାତ୍ର ୫୦ଟି ଦଳ ସକ୍ରିୟ ଅଛନ୍ତି । ମାତ୍ର ଭାରତୀୟ ଜନତା ପାର୍ଟି ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଏବଂ ଏହା ଏକ ମାତ୍ର ରାଜନୈତିକ ଦଳ ଯାହା ସଂପୂର୍ଣ୍ଣ ଗଣତାନ୍ତ୍ରୀକ ଏବଂ ନୀତି ଆଦର୍ଶ ଦ୍ୱାରା ପରିଚାଳିତ ରାଜନୈତିକ ଦଳ । ବିଶ୍ୱର ଅନ୍ୟ କୌଣସି ଦଳରେ ଏଭଳି ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ । ବିଜେପି ସବୁବେଳେ ସଦସ୍ୟତା ଅଭିଯାନକୁ ଗୁରୁତ୍ୱ ଦେଇଆସିଛି । ଏହି ଅଭିଯାନ ପାଇଁ ଗୋଟିଏ ମଂଚରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ପ୍ରଦେଶର ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇଛନ୍ତି । ଅନ୍ୟ କୌଣସି ଦଳରେ ସଦସ୍ୟତା କାର୍ଯ୍ୟକ୍ରମକୁ ଏଭଳି ଗୁରୁତ୍ୱ ଦିଆଯାଏନାହିଁ ।

ବିଜେପିର ସଦସ୍ୟ ସଂଖ୍ୟା ଏବେ ୧୮ କୋଟିରୁ ଊର୍ଦ୍ଧ୍ୱ ରହିଛି । ଏହା କେବଳ କଥା କୁହାଯାଉନାହିଁ । ଏହା ରେକର୍ଡ ହୋଇ ରହିଛି । ପ୍ରତି ୬ବର୍ଷରେ ଥରେ ଏହି ସଦସ୍ୟତା ଅଭିଯାନ ହୋଇଥାଏ । ସବୁ ପୁରାତନ ସଦସ୍ୟତାମାନଙ୍କୁ ପୁଣି ଥରେ ସଦସ୍ୟ ହେବାକୁ ପଡ଼େ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ କାର୍ଯ୍ୟକର୍ତାମାନେ ସକ୍ରିୟ ସଦସ୍ୟ ହୁଅନ୍ତି । ଏହାପରେ ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ । ଚଳିତ ଥର ସଦସ୍ୟତା ଅଭିଯାନ – ୨୦୨୪ ଗତ ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଏବଂ ପ୍ରଥମେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟ ହେବାପରେ ଅନ୍ୟମାନେ ସଦସ୍ୟ ହୋଇଥିଲେ । ନୂତନ ସଦସ୍ୟତା ଅଭିଯାନ ଏବେ ୬ କୋଟି ଅତିକ୍ରମ କରିସାରିଲାଣି । ଏହି ଗଣତାନ୍ତ୍ରିକ ପ୍ରକ୍ରିୟା କେବଳ ବିଜେପିରେ ରହିଛି । ଏହି କାରଣରୁ ଦଳ ମଧ୍ୟରେ କୌଣସି ବଂଶବାଦ ରାଜନୀତି ନାହିଁ । ବିଜେପି ଦଳ କୌଣସି ନେତା ପୁଅକୁ ନୁହେଁ ବରଂ ସାଧାରଣ ବର୍ଗରୁ ଆସି ତୃଣମୂଳସ୍ତରରେ କାର୍ଯ୍ୟକରିଥିବା କାର୍ଯ୍ୟକର୍ତାକୁ ହିଁ ନେତା ବନିବାକୁ ସୁଯୋଗ ଦିଆଯାଏ ।

୧୯୪୭ରେ ଦେଶକୁ ସ୍ୱାଧୀନତା ମିଳିବା ମହାତ୍ମଗାନ୍ଧୀ କଂଗ୍ରେସକୁ ଭାଙ୍ଗିଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ତାଙ୍କ କଥା ଉପରେ କଂଗ୍ରେସର ନେତୃମଣ୍ଡଳୀ ଗୁରୁତ୍ୱ ଦେଇ ନ ଥିଲେ । ଫଳସ୍ୱରୂପ ଦଳ ଆଜି ମୂଳ ଆଦର୍ଶରୁ ଦୂରେଇଯାଇଛି । ବାମପନ୍ଥୀ ଦଳ ନିଜର ବିଚାରାଧାରା ଓ ଆଦର୍ଶରୁ ଦୂରେଇ ଯାଇଛି । କେରଳ ଓ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀ ଦଳ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବାବେଳେ ଦିଲ୍ଲୀରେ ମିତ୍ରତା କରୁଛନ୍ତି । ଦେଶରେ ବିଭେଦ ଓ ଅସନ୍ତୋଷ ସୃଷ୍ଟି କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କୁ ଆଗକୁ ବଢ଼ାଇବା କାମ ଆଜି କଂଗ୍ରେସ ଦଳ କରୁଛି । ସେମାନଙ୍କ ସହ ମିଶି ଧାରା ୩୭୦ ହଟାଇବାକୁ ବିରୋଧ କରିଛି । ୧୯୫୨ରେ ବିଜେପି ଯେତେବେଳେ ଭାରତୀୟ ଜନସଂଘ ଥିଲା ସେତେବେଳେ କହିଥିଲା, ଗୋଟିଏ ଦେଶରେ ଦୁଇଟି ପତକା, ଦୁଇଟି ନିୟମ ଚଳିବ ନାହିଁ । ଏହି ଲକ୍ଷ୍ୟକୁ ପୂରଣ କରିବା ବିଜେପିକୁ ଏକ ଲମ୍ବା ସଂଘର୍ଷ କରିବାକୁ ପଡିଥିଲା ଏବଂ ଆମ ଦଳର ପ୍ରତିଷ୍ଠାଚା ଡ. ଶ୍ୟାମପ୍ରସାଦ ମୁଖାର୍ଜୀକୁ ବଳିଦାନ ଦେବାକୁ ପଡିଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ନେତୃତ୍ୱରେ ଏହି ଆଶା ପୂରଣ ହୋଇଥିଲା ଏବଂ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବା ସହିତ ବର୍ତମାନ ନିର୍ବାଚନ ହେଉଛି । ବିଜେପିର ନିରନ୍ତର ପ୍ରଚେଷ୍ଠା ଓ ନୀତି ଆଦର୍ଶ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ସବୁବେଳେ ଏକାତ୍ମ ମାନବଦର୍ଶନ ଉପରେ କହୁଥିବାବେଳେ ବିଜେପି ସରକାର ଆସିବା ପରେ ଅନ୍ତ୍ୟୋଦୟ ନାମରେ ଏହାକୁ କାର୍ଯ୍ୟକାରୀ କରିିଛି । ଏବେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ “ସବକା ସାଥ, ସବକା ବିକାଶ, ସବକା ପ୍ର୍ରୟାସ ଓ ସବକା ବିଶ୍ୱାସ” ମନ୍ତ୍ରରେ ବିଜେପି ଆଗକୁ ବଢ଼ିଚାଲିଛି । ସମାଜର ସବୁଠାରୁ ଅନ୍ତିମ ସୋପନରେ ଥିବା ବ୍ୟକ୍ତିଙ୍କ ପାଖରେ କିପରି ସବୁ ଯୋଜନାର ସୁଫଳ ପହଂଚିପାରିବ ସେଥିପାଇଁ ବିଜେପି ସରକାର ନିରନ୍ତର ପ୍ରୟାସ କରିଚାଲିଛି । ବଙ୍ଗଳାଦେଶଠାରୁ ଆରମ୍ଭ କରି ପାକିସ୍ତାନ, ସିରିଆ, ଆଫଗାନିସ୍ଥାନ, ଇରାନ୍ ଓ ଇଣ୍ଡୋନେସିଆ ଆଦି ଇସଲାମିକ ଦେଶରେ ତିନି ତଲାକ୍ ପ୍ରଥା ନଥିôବାବେଳେ ଭାରତରେ ତିନି ତଲାକ୍ ଲାଗୁ କରାଯାଇଥିଲା । ଏହି ପ୍ରଥାକୁ ଉଚ୍ଛେଦ କରି ମୁସଲିମ୍ ଭଉଣୀମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରାଯାଇଛି । ୧୯୮୯ରୁ ଆରମ୍ଭ ହୋଇଥିବା ରାମମନ୍ଦିର ନିର୍ମାଣ ପ୍ରୟାସକୁ ବାସ୍ତ ରୂପ ଦେଇଛନ୍ତି ମୋଦି ସରକାର ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ବିଜେପିର ମୂଳ ଆଧାର ହେଉଛି କାର୍ଯ୍ୟକର୍ତା । ସାରା ଦେଶରେ ବିଜେପିର ଆଜି ୧୦ ଲକ୍ଷ ୪୦ ହଜାର ବୁଥ୍ ଥିବାବେଳେ ସେଥିରୁ ୮ ଲକ୍ଷ ୪୦ ହଜାର ବୁଥରେ ବିଜେପିର ଅଧ୍ୟକ୍ଷ ରହିଛନ୍ତି । ଦେଢ଼ଲକ୍ଷ ଶକ୍ତିକେନ୍ଦ୍ର ଥିବାବେଳେ ୧୫ହଜାରରୁ ଅଧିକ ମଣ୍ଡଳ ରହିଛି । ସଦସ୍ୟମାନେ ହିଁ ଦଳକୁ ଆଗକୁ ନେଇ ଚାଲିଛନ୍ତି । ଆଜି ଦଳର ୩୫୦ ଅଧିକ ସାଂସଦ ଥିବାବେଳେ, ୧୫୦୦ରୁ ଅଧିକ ବିଧାୟକ ଅଛନ୍ତି । ୭୦୦୦ରୁ ଅଧିକ ମେୟର, ଜିଲାପରିଷଦ ଅଧ୍ୟକ୍ଷ, ବ୍ଳକ ସମତି ଅଧ୍ୟକ୍ଷ ରହିଛନ୍ତି । ମୋଦିଜୀଙ୍କ “୨୦୪୭ ବିକଶିତ ଭାରତ” ଲକ୍ଷ୍ୟ ପୂରଣ କରିବା ପାଇଁ ସମସ୍ତେ ବିଜେପି ସହ ଯୋଡ଼ି ହୋଇ ଦେଶକୁ ଆଗେଇ ନେବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଥିଲେ ।

ବର୍ତମାନ ଆମେରିକାଠାରୁ ଆରମ୍ଭ କରି ଚୀନ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶର ଅର୍ଥନୀତି ତଳକୁ ଖସୁଥିବାବେଳେ ଭାରତର ଅର୍ଥନୀତି ଆଗକୁ ବଢ଼ି ଚାଲିଛି । ଅନ୍ୟ ସବୁ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶରୁ କମ୍ ଥିବାବେଳେ ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ଆକଳକ କରାଯାଇଛି ଏବଂ ଆଇଏମଏଫ ଭାରତର ଅର୍ଥନୀତିକୁ \”ବ୍ରାଇଟ୍ ସ୍ପଟ୍‌\” ଭାବରେ ସ୍ୱୀକୃତି ଦେଇଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱ ଅର୍ଥବ୍ୟବସ୍ଥାରେ ୧୧ତମ ସ୍ଥାନରୁ ପଂଚମ ସ୍ଥାନକୁ ଉଠିପାରିଛି । ତାଙ୍କ ନେତୃତ୍ୱରେ ଭାରତ ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଶ୍ରୀ ନଡ୍ଡା କହିଥିଲେ ଯେ, ବର୍ତମାନ ୯୭% ମୋବାଇଲ ଉତ୍ପାଦନ ଭାରତରେ ହେଉଛି । ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ୱିତୀଯ଼ ସ୍ଥାନକୁ ଉନ୍ନୀତ ହୋଇଛି । ଖେଳଣା ରପ୍ତାନୀ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି । ଅଟୋମୋବାଇଲ କ୍ଷେତ୍ରରେ ତୃତୀୟ ସର୍ବବୃହତ ବଜାରରେ ପରିଣତ ହୋଇଛି । ଗ୍ରାମାଂଚଳରେ ମୋଟର ସାଇକେଲ କ୍ରୟ ୩ ଗୁଣ ବୃଦ୍ଧି ପାଇଛି । ଏବେ ବିଶ୍ୱସ୍ତରୀୟ଼ ସଡ଼କ, ରାଜପଥ, ଉନ୍ନତ ସଡ଼କ, ଅଣ୍ଡରୱେ, ମେଟ୍ରୋ ବ୍ୟବସ୍ଥା ଏବଂ ଫ୍ଲାଇଓଭର ଆଦି ନିର୍ମାଣ କରାଯାଉଛି । ଭିତିଭୂମି କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବା ଲାଗି ନିଷ୍ପତି ନିଆଯାଇଛି । ମୋଦିଜୀଙ୍କ ଶାସନର ତୃତୀଯ଼ କାର୍ଯ୍ୟ଼କାଳର ୧୦୦ ଦିନ ମଧ୍ୟରେ ଭିତିଭୂମିର ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆୟୁଷ୍ମାନ ଭାରତ ଏବେ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା କାର୍ଯ୍ୟକ୍ରମ ହୋଇଛି । ଏହାଦ୍ୱାରା ୫୫ କୋଟି ଲୋକ ଉପକୃତ ହେଉଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ୧୨ କୋଟି ୩୬ ଲକ୍ଷ ଗରିବ ଅବହେଳିତ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିପାରୁଛି । ୭୦ ବର୍ଷରୁ ଅଧିକ ବର୍ଷର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ଆର୍ôଥକ ସ୍ଥିତି ନିର୍ବିଶେଷରେ, ଆଯ଼ୁଷ୍ମାନ ଭାରତ ଯୋଜନାରେ ସାମିଲ କରିବାକୁ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନ ମଧ୍ୟରେ ଅନୁମୋଦନ କରାଯାଇଛି ।

ଇତିମଧ୍ୟରେ ଏହି ଯୋଜନାରେ ୬ କୋଟି ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । ଏହା ଭାରତର ସ୍ୱାସ୍ଥ୍‌୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ପ୍ରତିଫଳିତ କରୁଛି । ଭାରତରେ କେହି ବି ଘର ବିନା ରହିବେ ନାହିଁ । ପୂର୍ବରୁ ୪ କୋଟି ଘର ନିର୍ମାଣ ହୋଇସାରିଥିବାବେଳେ ବର୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ ୩ କୋଟି ନୂତନ ଘର ନିର୍ମାଣ କରାଯିବ । ବିଦେଶ ନୀତିରେ ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନେତୃତ୍ୱ ନେଉଛି । ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆମେରିକା ଗସ୍ତ ମୁଖତଃ ଆତଙ୍କବାଦ ଏବଂ ଭାରତକୁ ପ୍ରଭାବିତ କରୁଥିବା ସୀମାପାର କାର୍ଯ୍ୟଳାପ ଭଳି ସମସ୍ୟାକୁ ସମାଧାନ କରିଥିଲା । ଅପରପକ୍ଷରେ, ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏସ୍ ଗସ୍ତରେ ଯାଉଛନ୍ତି, ସେତେବେଳେ ବୈଷଯ଼ିକ ଜ୍ଞାନ, ସେମିକଣ୍ଡକ୍ଟର, ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ସମ୍ବନ୍ଧୀଯ଼ ଆହ୍ୱାନ ଉପରେ ଆଲୋଚନା ହେଉଛି । ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତ୍‌୍‌ୃତରେ ଆଜି ଆନ୍ତର୍ଜାତୀସ୍ତରରେ ସୌର ମେଂଟ ବିଷୟରେ ଆଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ଭାରତ ୨୦୪୭ ସୁଦ୍ଧା \”ବିକାଶ ଭାରତ\” ହେବାର ଲକ୍ଷ୍ୟ ଆଡକୁ ଆଗେଇ ଚାଲିଛି । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଆଗାମୀ ପାଂଚ ବର୍ଷ ଅତି ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ “ଏହି ସମୟ, ପ୍ରକୃତ ସମୟ” ବୋଲି କହିଛନ୍ତି ।

ଶ୍ରୀ ନଡ୍ଡା କହିଥିଲେ ଯେ, ଏବେ ବିଜେପିର ସଦସ୍ୟ ହେବା ପାଇଁ ଉପଯୁକ୍ତ ସମୟ଼ । ଦେଶରେ ଅସଂଖ୍ୟ ପରିବାର ଅଛନ୍ତି ଯେଉଁମାନଙ୍କର କୌଣସି ରାଜନୈତିକ ପ୍ରତିନିଧିତ୍ୱ ନାହିଁ, ସେମାନଙ୍କୁ ଖୋଜି ବାହାର କରି ମୁଖଧାରାକୁ ଆଣି ସେମାନଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେବା ସହିତ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପି ବଦ୍ଧପରିକର । ତେଣୁ ଲୋକମାନଙ୍କୁ ବିଜେପିରେ ଯୋଗଦେବାକୁ, ସଦସ୍ୟ ହେବାକୁ ଏବଂ ପରେ ଅନ୍ୟମାନଙ୍କୁ ମ଼ଧ୍ୟ ସଦସ୍ୟ କରି ବିଜେପିକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ନଡ୍ଡା କହିଥିଲେ ଯେ, ଭାରତୀଯ଼ ଜନତା ପାର୍ଟି \”ବିଜେପିକୁ ଜାଣନ୍ତୁ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଭିନ୍ନ ଦେଶରୁ ପ୍ରାୟ ୭୦ ଜଣ ରାଷ୍ଟ୍ରଦୂତ ଦଳ ବିଷୟରେ ଭଲ ଭାବରେ ବୁଝିବା ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଆଜି ସାରା ବିଶ୍ୱ ବିଜେପି ବିଷୟରେ ଜାଣିବାକୁ ଆଗ୍ରହୀ । ନିର୍ବାଚନ ପ୍ରକ୍ରିୟା, ୱାର ରୁମର କାର୍ଯ୍ୟକାରିତା, ବ୍ୟାକଅପ୍ ଅଫିସ୍ ଏବଂ ସୋସିଆଲ ମିଡିଆ ରଣନୀତି ବିଶ୍ଳେଷଣ କରିବା ପାଇଁ ପ୍ରାୟ ୩୦ ଜଣ କୂଟନୀତିଜ୍ଞ ଭାରତୀୟ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ବହୁ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକର ଏହି କୂଟନୀତିଜ୍ଞମାନେ ଭାରତରେ ଗଣତନ୍ତ୍ରକୁ ବୁଝିବା ପାଇଁ ବିଜେପି କାର୍ଯ୍ୟାଳୟକୁ ଆସୁଛନ୍ତି । ଫଳସ୍ୱରୂପ, ବିଜେପି ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀଯ଼ ଅଗ୍ରଗତି କରିପାରିଛି । ବିଭିନ୍ନ ଦେଶରୁ ଅନେକ ପ୍ରଧାନମନ୍ତ୍ରୀ ମଧ୍ୟ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ ସେମାନେ କେବଳ ବିଜେପିରେ ସାମିଲ ହୁଅନ୍ତୁ ନାହିଁ, ବରଂ ସଦସ୍ୟ ହୁଅନ୍ତୁ ଏବଂ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ ବୋଲି କହିଥିଲେ ।

ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବା ପରେ ଏଜି ଛକସ୍ଥିତ ଡ.ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସଦସ୍ୟତା ଅଭିଯାନ ପ୍ରସଙ୍ଗରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପାର୍ଟୀର ପଦାଧିକାରୀ ବୈଠକରେ ଯୋଗ ଦେଇ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ ଏବଂ ଗତିଶୀଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Previous Post

କର୍କଟ ରୋଗୀଙ୍କ ନିମନ୍ତେ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା

Next Post

‘ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ’

Next Post
‘ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ’

'ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA