Tuesday, May 13, 2025 09:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ’

ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ

by Our Correspondent
27 Sep, 2024- 11:45 PM
in Latest News, News
1 min read
0
‘ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ’

ଭୁବନେଶ୍ୱର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସମ୍ମିଳନୀରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହା ଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନିୟମିତତା, ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପ୍ରକଳ୍ପର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ତେଣୁ, ସବୁ ଯୋଜନା ଯେପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ, ଏଥିପାଇଁ ଜିଲ୍ଲାପାଳମାନେ ନିତି ଦିନିଆ ଭାବେ ନିଜ ନିଜ ଜିଲ୍ଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ୍ ଉପରେ ଦୃଷ୍ଟି ରଖିବା ଆବଶ୍ୟକ। ଏହା ସହିତ ପ୍ରତ୍ୟେକ ଯୋଜନାର ବ୍ଲକୱାରୀ ତ୍ରୈମାସିକ ସମୀକ୍ଷା କରିବା ମଧ୍ୟ ଆବଶ୍ୟକ। ଏହି ତ୍ରୈମାସିକ ସମୀକ୍ଷାରୁ ଆପଣମାନେ ସବୁ ସମସ୍ୟା ଜାଣିପାରିବେ ଏବଂ ସଠିକ୍ ପଦକ୍ଷେପ ନେଇ ଯୋଜନାକୁ ଠିକ୍ ବାଟରେ ଆଗେଇ ନେଇପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସରକାର ଯଦି ଟଙ୍କାଟିଏ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି, ତାହା ସେମାନଙ୍କ ପାଇଁ ଟଙ୍କାଟିଏ ଆୟ।’

ଏହି ତିନି ମାସ ମଧ୍ୟରେ ମୁଁ ଗତ ସରକାର ସମୟରେ ହୋଇଥିବା ଅନେକ ଅନିୟମିତତା ବିଷୟରେ ଅବଗତ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, “ଆପଣମାନେ ଅନୁଧ୍ୟାନ କରନ୍ତୁ, ଯଦି ସେପରି କିଛି ଅନିୟମିତତା ଆପଣଙ୍କ ଦୃଷ୍ଟିକୁ ଆସୁଛି, ସେ ସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଆପଣମାନଙ୍କ ପାଖରେ ସେ ଅଧିକାର ଅଛି, ତାକୁ ବ୍ୟବହାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୋର ବିଶ୍ବାସ”। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୌଣସି ପ୍ରକାରେ, କୌଣସି ସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। “This can be as clear a message as possible from me”.

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ (last mile connectivity)। ଲୋକକଲ୍ୟାଣ ପାଇଁ ସରକାର ଉତ୍ତମ ରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରି ପାରିବେ। କିନ୍ତୁ ଏହି ସବୁ ଯୋଜନାକୁ ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଆପଣ ଯଦି ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡି ଦେବେ ବାକି ସବୁ ଠାରେ ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି, କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ଜିଲ୍ଲା ସ୍ତରରେ ହୋଇଥାଏ। ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ଵ ହେଉଛି ଆପଣମାନଙ୍କ କାନ୍ଧରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଜନାର ସଫଳ ରୂପାୟନ ହେଲେ, ତାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। ସଫଳ ରୂପାୟନର ଦାୟିତ୍ଵ ଆପଣମାନଙ୍କ ହାତରେ । ସରକାରଙ୍କ ଯେତେ ଯୋଜନା ରହିଛି, ତାହାର ସୁଫଳ ରୂପାୟନ ହେଲେ, ଆମ ରାଜ୍ୟରୁ ଦାରିଦ୍ର୍ୟ ଘୁଞ୍ଚିଯିବ, ଲୋକମାନଙ୍କ ମୁହଁରେ ହସ ଫୁଟି ଉଠିବ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଥିଲେ “ମୁଁ ଜଣେ ସାଧାରଣ ଲୋକଟିଏର ପ୍ରଶାସନଠାରୁ ଆଶା କରୁଥିବା ଦୃଷ୍ଟିଭଙ୍ଗୀ ବିଷୟରେ ମୋର ଅନୁଭୂତି ଆଧାରରେ ମୋର କିଛି କଥା କିଛି ବ୍ୟଥା ଆପଣଙ୍କୁ କହିବି ଏବଂ ଆଶା କରିବି ଯେ ନୂତନ ସରକାରରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଆମେ ନିଜ ନିଜ ସ୍ତରରେ କାର୍ଯ୍ୟକରିବା।”

ଆମ ସରକାର ଲୋକଙ୍କ ସରକାର । ଲୋକମାନଙ୍କ ସୁଖଦୁଃଖରେ ଆମେ ଭାଗୀଦାର, ରାଜ୍ୟର ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାମାନଙ୍କର ଉନ୍ନତି ଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଓ ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ବରାନିତ କରିବାପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆପଣ ମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦ୍ଵାରା ହିଁ ସବୁ ପଦକ୍ଷେପର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆମ ରାଜ୍ୟ ଏକ ନମ୍ବର ରାଜ୍ୟ ହେବ ।

ଗ୍ରାମାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ମ୍ୟାପିଙ୍ଗ କରନ୍ତୁ

ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୁଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିବି ନିଜ ନିଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ସବୁ ପ୍ରକଳ୍ପକୁ mapping କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଆଜି କାଲି technology ଉପଲବ୍ଧ ଅଛି।” ତେଣୁ, ଆପଣମାନେ real-time data ଖୁବ ସହଜରେ ପାଇପାରିବେ ଏବଂ ସେସବୁକୁ ଅନୁଧ୍ୟାନ କରି bottleneck ସବୁକୁ ଠିକ ସମୟରେ ଜାଣିପାରିବେ ଏବଂ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ଏହି database ସହାୟକ ହେବ ସେ କହିଥିଲେ।

ଯୋଜନାର ସଫଳ ରୂପାୟନ ପାଇଁ
ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ

ଯୋଜନାର ସଫଳ ରୂପାୟନ ପାଇଁ Convergence ବା ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଏପରି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି ଯାହାର ବିହିତ ରୂପାୟନ କେବଳ convergence mode ରେ ହିଁ ସମ୍ଭବ ହୋଇପାରିବ। ଜିଲ୍ଲାପାଳମାନେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଜନା ଓ ପ୍ରକଳ୍ପ ତ୍ୱରିତ ରୂପାୟନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇଂରାଜୀରେ ଏକ କଥା ଅଛି, ‘Seeing is believing’. ଦେଖିଲେ ହିଁ ବିଶ୍ବାସ ହେବ। ତେଣୁ ମୁଁ ସବୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ଯେ ସମସ୍ତେ ପ୍ରତିମାସରେ କିଛି ଦିନ ବାହାର କରି field visit କରନ୍ତୁ। ଆପଣମାନେ ନିଜ ଆଖିରେ ଦେଖିବା ଆବଶ୍ୟକ ଆପଣମାନେ ନିଜେ କାର୍ଯ୍ୟକାରୀ କରୁଥିବା ଯୋଜନାର ରୂପରେଖ କ’ଣ। ବିଶେଷ ଭାବେ ସ୍କୁଲ, ଆଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର, ବିଶେଷ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା ପରି ସଂସ୍ଥାକୁ ନିୟମିତ ଭାବେ ପରିଦର୍ଶନରେ ଯିବେ। ଏହାଦ୍ବାରା ଆପଣମାନେ ପ୍ରକୃତ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ଏହି ପରିଦର୍ଶନ ସମୟରେ କିଛି ଅନିୟମିତତା କିମ୍ବା ଅବହେଳା ଦେଖାଗଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ମିଳନୀରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଓ ଚୋରା ମଦ କାରବାର ରୋକିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସବୁ ପ୍ରତି ସରକାରଙ୍କ ଶୂନ୍ୟ ସହନଶିଳତା ରହିଛି।

ଜନଜାତିଙ୍କ ଜଙ୍ଗଲ ଅଧିକାର

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନଜାତିମାନଙ୍କ ଜୀବନ ଜୀବିକା ଜଙ୍ଗଲ, ପାହଡ, ପର୍ବତ ଉପରେ ନିର୍ଭର କରିଥାଏ। ସେମାନେ ଏହା ଉପରେ ନିଜ ଜୀବନ ଜୀବିକା, ନିଜ ସଂସ୍କୃତି ପାଇଁ ନିର୍ଭର କରିଥାନ୍ତି। ତେଣୁ ସେମାନେ ଆଇନ ଅନୁସାରେ ଜଙ୍ଗଲରୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରିବା ଅଧିକାର ପାଇବା ଉଚିତ। କିନ୍ତୁ, ଅନେକ ସମୟରେ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ନିରୀହ ଜନଜାତିମାନଙ୍କୁ ଅଯଥାରେ ହଇରାଣ ହରକତ କରିଥାନ୍ତି। ଜନଜାତିଙ୍କୁ Forest Rights Act ଅନୁସାରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବା ଉଚିତ। ଯେଉଁ ଅଧିକାରୀମାନେ ନିଜ ନିଜ କ୍ଷମତାର ଅପବ୍ୟବହାର କରି ନିରୀହ ଲୋକଙ୍କୁ ଅଯଥାରେ ହଇରାଣ ହରକତ କରୁଛନ୍ତ୍ତି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନ ପଛେଇବାକୁ ସେ ପରାମର୍ଶ ଦେଇଥିଲେ।

ଶିକ୍ଷା ଓ ସ୍ୱାସ୍ଥ୍ୟ

ଶିକ୍ଷା ଓ ସ୍ୱାସ୍ଥ୍ୟ ସାଧାରଣ ଜନତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଓଡିଶାରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଆମ ସରକାର ଭିତ୍ତିଭୂମି ସହିତ ଶିକ୍ଷକ ନିଯୁକ୍ତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଏହା ସହିତ ଗୋଦାବରୀଶ ମଡେଲ ସ୍କୁଲ ପ୍ରତି ପଞ୍ଚାୟତରେ ସ୍ଥାପନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଜିଲ୍ଲା ମୁଖ୍ୟାଳୟର ଚିକିତ୍ସାଳୟଗୁଡିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଜନତା ଜିଲ୍ଲା ସ୍ତରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ। ଲୋକଙ୍କ ପାଖରେ ଆମ୍ବୁଲାନ୍‌ସ ଯେପରି ଠିକ୍‌ ସମୟରେ ପହଞ୍ଚିବ ସେଥିପ୍ରତି ଆପଣମାନେ ଧ୍ୟାନ ଦିଅନ୍ତୁ। ରୋଗୀଙ୍କ ସମ୍ପର୍କୀୟ ମାନେ ନିଜ କାନ୍ଧରେ, କିମ୍ବା ସାଇକେଲରେ ମର ଶରୀରକୁ ନିଜ ଗ୍ରାମକୁ ନେବାର ଦୃଶ୍ୟ ଆସିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।

ଧାନ ସଂଗ୍ରହ
ଧାନ ସଂଗ୍ରହ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ନିଜ ପ୍ରତିଶ୍ରୁତି ମୁତାବକ କୁଇଣ୍ଟାଲ ପିଛା ୩୧ ସହ ଟଙ୍କା ଧାନ ସଂଗ୍ରହ ପାଇଁ ଦେବେ। କିନ୍ତୁ, ଏହାର ଏକ ଭିନ୍ନ ଦିଗ ଅଛି। କେନ୍ଦ୍ର ସରକାରଙ୍କ MSP ଦରଠାରୁ ଏହା ପ୍ରାୟ ୮୦୦ ଟଙ୍କା ଅଧିକ ହୋଇଥିବାରୁ ଅଧିକ ଚାଷୀ ଧାନ ବିକ୍ରି କରି ପାରନ୍ତି। କିନ୍ତୁ ପଡୋଶୀ ରାଜ୍ୟରୁ ବି ଧାନ ଚୋରା ଚାଲାଣ ହୋଇପାରେ। ଏହା ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଅନ୍ୟ ରାଜ୍ୟର ଧାନ ଚୋରା ଚାଲାଣ ରୋକିବାକୁ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସୋହେଲାରୁ ନୂଆ ଏମ.ଏସ୍.ପିରେ ଧାନ ସଂଗ୍ରହ ଯୋଜନାର ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୁକ୍‌ ସର୍କୁଲାର ୪୭ ଅନୁଯାୟୀ ସରକାରୀ ଅଧିକାରୀମାନେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମ୍ମିଳନୀରେ ଉପସ୍ଥିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ ତୁରନ୍ତ ନିଷ୍ପତ୍ତି ନେଇ ଯୋଜନାଗୁଡିକ କାର୍ଯ୍ୟକାରୀ କରିପାରିଲେ ଉତ୍ତମ ପ୍ରଶାସନ ଉପଲବ୍ଧ ହୋଇପାରିବ। ଏ ଦିଗରେ ଜିଲ୍ଲାପାଳମାନଙ୍କ ସହଯୋଗ ଜରୁରୀ ବୋଲି ସେ କହିଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନାର ଶୁଭାରମ୍ଭ କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଜିଲ୍ଲାପାଳମାନେ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିପାରିବେ । ଏହା ଦ୍ୱାରା ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫-୧୦ ବର୍ଷ ମଧ୍ୟରେ ଆମେ ଚେଷ୍ଟା କଲେ ବ୍ୟାପକ ପରିବର୍ତ୍ତନ ଆଣିପାରିବା। ସେ କହିଥିଲେ ଯେ ବର୍ତ୍ତମାନ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସରକାର ଭାବରେ ଜିଲ୍ଲା ସ୍ତରରେ ଲୋକଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବା ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

Previous Post

ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ : ନଡ୍ଡା

Next Post

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନଙ୍କ ବିଚାର ବିମର୍ଷ

Next Post
ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନଙ୍କ ବିଚାର ବିମର୍ଷ

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନଙ୍କ ବିଚାର ବିମର୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA