Sunday, June 15, 2025 02:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଆତଙ୍କରାଜ

୨୧ରୁ ଅଧିକ ପୁଲିସ ଗୁରୁତର

by Our Correspondent
28 Feb, 2023- 06:37 PM
in Latest News, News
1 min read
0
ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଆତଙ୍କରାଜ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ହିଂସ୍ର ଆଚରଣ ଦେଖିବାକୁ ମିଳିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ କରିବାକୁ ଯାଇ ସେମାନେ ନିଜେ ଆଇନକୁ ହାତକୁ ନେଇଥିଲେ । ବିଧାନସଭା ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିବା ଯୁବମୋର୍ଚ୍ଚା କର୍ମୀମାନେ ପୁଲିସକୁ ଢ଼େଲାପଥର, ଅଣ୍ଡା, ପାଣିବୋତଲ ମାରି ଲହୁ ଲୁହାଣ କରିଛନ୍ତି । ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣରେ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୨୧ ପୁଲିସ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଏସିପି ଶ୍ରୀ ମହାପାତ୍ର ଏବଂ ସବଇନସପେକ୍ଟର ଦେବରଂଜନ ମହାପାତ୍ରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପୁଲିସ ଲାଠିମାଡ଼ରେ ମଧ୍ୟ ଅନେକ ଯୁବମୋର୍ଚ୍ଚା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣର ଉନ୍ମୋଚନ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ଆନ୍ଦୋଳନ ଥିଲା । ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବିଧାନସଭା ଘେରାଉ କରିବାକୁ ଆସୁଥିବା ବେଳେ ଲୋୟର ପିଏମଜିଠାରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ମାତ୍ର ଯୁବମୋର୍ଚ୍ଚା କର୍ମୀମାନେ ପୁଲିସ କର୍ଡନ ଭାଙ୍ଗି ଆଗକୁ ବଢ଼ିବାରୁ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ଏହି ସମୟରେ କିଛି କର୍ମୀ ପୁଲିସ ଉପରକୁ ପ୍ରଥମେ ଅଣ୍ଡାମାଡ଼ କରିଥିଲେ । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ ଲାଠିମାଡ଼ କରିଥିଲା । ଆଉ ଏହାପରେ ପରିସ୍ଥିତି ଅସମ୍ଭାଳ ହୋଇଯାଇଥିଲା ।

ପୁଲିସ ଲାଠିମାଡ଼ର ମୁକାବିଲା ପାଇଁ ସମ୍ଭବତଃ ପ୍ରସ୍ତୁତ ହୋଇ ଆସିଥିଲେ ଯୁବମୋର୍ଚ୍ଚା କର୍ମୀ । ପୁଲିସ ଉପରକୁ ଚାରିଆଡୁ ଆକ୍ରମଣ ଆରମ୍ଭ କରିଦେଇଥିଲେ । କିଏ ଟେକା ମାରିଲେ ତ ଆଉ କିଏ ଅଣ୍ଡା ତ ଆଉ କିଏ ଛିଣ୍ଡା ଚପଲ ଏବଂ ପାଣି ବୋତଲ ଫୋପାଡ଼ିଲେ । ଟେକାମାଡ଼ରେ ଭୁବନେଶ୍ୱର ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ମୁଣ୍ଡ ଫାଟିଯାଇଥିଲା । ଆଉ କିଛି ପୁଲିସ ଅଧିକାରୀଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା ।

ତେବେ ସେତିକିରେ ସରି ନଥିଲା ଯୁବମୋର୍ଚ୍ଛା କର୍ମୀଙ୍କ ଆତଙ୍କରାଜ । ପ୍ରାୟ ୫ ଟି ପୁଲିସ ଗାଡ଼ିକୁ ଢ଼େଲା ମାରି ଜଖମ କରିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏକ ପୁଲିସ ଭ୍ୟାନ୍ ର ଛାତ ଉପରେ ଚଢ଼ି ହଙ୍ଗାମା କରିଥିଲେ । କିଛି କର୍ମୀ ଏକ ପୁଲିସ ଗାଡ଼ିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହିଭଳି ଭାବେ ପ୍ରାୟ ୧ ଘଣ୍ଟା ଧରି ଲୋୟର ପିଏମଜି ରଣକ୍ଷେତ୍ର ପାଲଟି ଯାଇଥିଲା ।

ପ୍ରାୟ ୨୦୦ ବିକ୍ଷୋଭକାରୀଙ୍କୁ ପୁଲିସ ସେଠାରୁ ଉଠାଇ ନେଲା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଅନ୍ୟପକ୍ଷରେ ଗୁରୁତର ଆହତ ପୁଲିସଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଡିଜିପି ସୁନୀଲ ବଂଶଲ, କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ୟାପିଟାଲ୍ ହସ୍ପିଟାଲ୍ ଆସି ଆହତମାନଙ୍କୁ ଭେଟିବା ସେହ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ପୁଲିସ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ ପୂର୍ବ ପ୍ରସ୍ତୁତ ବୋଲି ଜଣାପଡୁଛି । ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜିପି ଶ୍ରୀ ବଂଶଲ ପ୍ରତିକ୍ରିୟା ଦେଇଛନ୍ତି । ବିକ୍ଷୋଭକାରୀମାନେ ଗଣ୍ଡଗୋଳ କରିବାକୁ ପ୍ରସ୍ତୁତ ହୋଇ ଆସିଥିବା ଜଣାପଡୁଛି ବୋଲି କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।

Previous Post

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ନବୀନ

Next Post

ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଗିରଫ

Next Post
ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଗିରଫ

ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA