ଭୁବନେଶ୍ୱର: ଶାସ୍ତ୍ରୀନଗର କଲଚରାଲ୍ ଆସୋସିଏସନ୍ ଠାରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ମିଳିତ ଭାବେ ଏହାର ଆୟୋଜନ କରିଥିଲେ । ଶିବିରଟି ମୁଖ୍ୟତଃ ଶାସ୍ତ୍ରୀନଗର ଅଞ୍ଚଳରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ ରୋଗରେ ପଡ଼ି ମୃତ୍ୟୁବରଣ କରିବା ପୂର୍ବରୁ ଚକ୍ଷୁଦାନ କରିଥିବା ଦୁଇ ମହାନ୍ ମହିଳା ଭାଗ୍ୟଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଆୟୋଜିତ ହୋଇଥିଲା । ପୂର୍ବତନ କର୍ପୋରେଟର ନରେନ ସାହୁ ଙ୍କ ନେତୃତ୍ୱରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।








