ଯାଜପୁର: ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁଷଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି ଭ୍ୟାନ୍ ଯାଜପୁର ରେ ପ୍ରଦାନ କରାଯାଇଥିଲା, ଯାହା ଦ୍ଵାରା ଭିନ୍ନ ଭିନ୍ନ ସ୍ଥାନରୁ ରକ୍ତଦାନ ପ୍ରକ୍ରିୟା ସହଜ ହୋଇପାରିବ। ଏଥିସହ ଯାଜପୁରର ମହିଳା ମାନଙ୍କୁ ଆର୍ଥିକ ଭାବେ ସ୍ଵାଧୀନ ଓ ସଶକ୍ତ କରିବା ପାଇଁ ୧୪୦୦ ଟି ସିଲେଇ ମେସିନ୍ ବଣ୍ଟନ କରାଯାଇଥିଲା |








