Sunday, August 9, 2026 05:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଦାନ୍ତ ପ୍ରୀତିରେ ସମସ୍ତେ ଫସିଗଲେ

ବିଜେଡି-ବିଜେପି ଗୋହି ଖୋଳାଖୋଳି

by Our Correspondent
13 Apr, 2023- 08:23 PM
in Latest News, News
1 min read
0
ବେଦାନ୍ତ ପ୍ରୀତିରେ ସମସ୍ତେ ଫସିଗଲେ

ଭୁୁବନେଶ୍ୱର: ପଦାରେ ପଡ଼ିଛି ବେଦାନ୍ତକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା । ପୁରୀରେ ଅନୀଲ ଅଗ୍ରୱାଲ୍ ଫାଉଣ୍ଡେସନ୍ କୁ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସମୁଦାୟ ଘଟଣାକୁ କୋର୍ଟ ନାପସନ୍ଦ କରି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ତେବେ ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଏହି ରାଜ୍ୟ ସରକାର କିଏ? ଏହି ପ୍ରଶ୍ନକୁ ନେଇ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । କାରଣ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ସମୁଦାୟ ପ୍ରକରଣ ବେଳେ ରାଜ୍ୟରେ ବିଜେଡି-ବିଜେପି ଭାଗୁଆଳି ସରକାର ଥିଲା । ୨୦୦୬ ମସିହାରେ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଅନୀଲ ଅଗ୍ରୱାଲ୍ ଫାଉଣ୍ଡେସନ୍ ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିଲେ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୧୫,୦୦୦ ଏକର କୃଷି ଜମି ଅଧିଗ୍ରହଣ କରିବା ଲାଗି ପ୍ରସ୍ତାବ ରହିଥିଲା ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ୮୦୦୦ ଏକର ଘରୋଇ ଜମି ଏବଂ ୪୯୫ ଏକର ସରକାରୀ ଗୋଚର ଜମି ଅଧିଗ୍ରହଣ ହୋଇଗଲା ।

ରାଜ୍ୟ ସରକାରଙ୍କ ଏହି ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ବିଜେପି ନେତା ମନମୋହନ ସାମଲ । ବେଦାନ୍ତକୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଦେଇ ସେ ଏହି ପ୍ରକ୍ରିୟାକୁ ଆଗେଇ ନେଇଥିଲେ । ସେହିଭଳି ତତ୍କାଳୀନ ଉଚ୍ଚଶିକ୍ଷାମନ୍ତ୍ରୀ ସମୀର ଦେ ମଧ୍ୟ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟକୁ ବାସ୍ତବ ରୂପ ଦେବା ପାଇଁ ସମର୍ଥନ ଅଜାଡ଼ି ଦେଇଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସାକାର କରିବାର ପ୍ରମୁଖ ଦାୟିତ୍ୱ ଏହି ଦୁଇ ବିଭାଗ ନେଇଥିଲା ବେଳେ ସଂଯୋଗକୁ ଦୁଇ ମନ୍ତ୍ରୀ ବିଜେପିର ହିଁ ଥିଲେ । କେବଳ ସେତିକି ନୁହେଁ ଏସବୁ କାର୍ଯ୍ୟରେ ଆଇନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା ଏବଂ ଏହି ବିଭାଗ ମଧ୍ୟ ବିଜେପି ମନ୍ତ୍ରୀଙ୍କ ହାତରେ ଥିଲା ।

ଖାଲି ସେତିକି ନୁହେଁ, ପ୍ରସ୍ତାବିତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ବିଜୟ ପଟ୍ଟନାୟକ । ସେ ହିଁ ବେଦାନ୍ତ ସ୍ୱପ୍ନକୁ ସାକାର କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଇଥିବା ଶ୍ରୀ ପଟ୍ଟନାୟକ ନିକଟରେ ରାଜନୀତିରେ ଯୋଗଦେଇ ଏବେ କଂଗ୍ରେସର ଆଗଧାଡ଼ିର ନେତା ।

ଏବେ ୨୦୧୦ ମସିହାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ଏବଂ ରାଜ୍ୟ ସରକାରଙ୍କୁ ଭର୍ତ୍ସନା ଦେବା ପରେ ନବୀନ ପଟ୍ଟନାୟକଙ୍କ ସରକାର ବଦନାମ ହୋଇଛନ୍ତି । ଅତଏବ ବିଜେଡି ସହ ସମ ପରିମାଣରେ ବିଜେପି ମଧ୍ୟ ବଦନାମ ହୋଇଛି । କାରଣ ଭାଗୁଆଳୀ ସରକାରରେ ଉଭୟ ବିଜେଡି ଏବଂ ବିଜେପି ଏହି ପ୍ରକଳ୍ପ ପାଇଁ ଅହେତୁକ ଅନୁକମ୍ପାର ଭାଗିଦାର । ସଂଯୋଗକୁ ତତ୍କାଳୀନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ ଏବେ ରାଜ୍ୟ ବିଜେପିର ସଭାପତି ।

ମନମୋହନଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ଏହି ପ୍ରସଙ୍ଗକୁ ନେଇ ଅଡୁଆରେ ଥିଲା ବେଳେ ଆଜି ତାଙ୍କ ଦଳର ପୁରୀ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଏକ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଏବଂ ବେଆଇନ ଜମି ଅଧିଗ୍ରହଣକୁ ସେ କଡ଼ା ସମାଲୋଚନା କରିଛନ୍ତି ।

ତେବେ ସମ୍ବିତ୍ ଙ୍କ ଏହି ପ୍ରେସ୍ ମିଟ୍ ରୁ ତାଙ୍କୁ ଦଳୀୟ ଖଳନାୟକ ସଜେଇଛି ବିଜେଡି । ମନମୋହନ ସାମଲଙ୍କ ସଭାପତିତ୍ୱକୁ ନେଇ ରାଜ୍ୟ ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ନେଇ ଯାହା ଶୁଣାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି ବୋଲି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସସ୍ମିତ୍ ପାତ୍ର ଦିଲ୍ଲୀରେ ପାଲଟା ପ୍ରେସ୍ ମିଟ୍ କରି ତାଙ୍କୁ ଜବାବ ଦେଇଛନ୍ତି ।

ସେ କହିଛନ୍ତି, ସମ୍ବିତ୍ ପାତ୍ର ତାଙ୍କ ଦଳର ରାଜ୍ୟ ସଭାପତିଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ଶ୍ରୀ ସାମଲ ଓଡ଼ିଶା ସରକାରଙ୍କ ରାଜସ୍ୱମନ୍ତ୍ରୀ ଥିଲେ । ଖାଲି ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିଥିଲେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ସମୀର ଦେ । ଏହି ଜମି ହସ୍ତାନ୍ତରକୁ ନେଇ ସେତେବେଳର ରାଜସ୍ୱ ମନ୍ତ୍ରୀ ଶ୍ରୀ ସାମଲ ବିଧାନସଭାରେ ଦୃଢ଼ ସମର୍ଥନ କରିଥିଲେ । ଶ୍ରୀ ଦେ ମଧ୍ୟ ସେଥିରେ ସ୍ୱର ମିଳାଇଥିଲେ । ହେଲେ ଆଜି ଶ୍ରୀ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରୁ ସେ ମନମୋହନ ସାମଲଙ୍କୁ ଅକଳରେ ପକାଇବା ପାଇଁ ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଛି ବୋଲି ସସ୍ମିତ୍ କହିଛନ୍ତି ।

ବିଜେଡି-ବିଜେପି ଦୋଷ ଲଦାଲଦି ଓ ଗୋହି ଖୋଳାଖୋଳି ବେଳକୁ କଂଗ୍ରେସ ପାଇଁ ମଧ୍ୟ ପ୍ରସଙ୍ଗଟି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ପ୍ରକଳ୍ପକୁ ପ୍ରଥମରୁ ବିରୋଧ କରି ଆସୁଥିଲା କଂଗ୍ରେସ । ପୁରୀର ପୂର୍ବତନ କଂଗ୍ରେସ ବିଧାୟକ ଉମାବଲ୍ଲଭ ରଥ ହିଁ ଏହି ମାମଲା କୋର୍ଟକୁ ଟାଣିଥିଲେ । ମାତ୍ର ଏବେ ତାଙ୍କ ଦଳରେ ଯୋଗଦେଇଛନ୍ତି ପ୍ରସ୍ତାବିତ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତକାରୀ ବିଜୟ ପଟ୍ଟନାୟକ । ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ କଂଗ୍ରେସ କାହାକୁ କେମିତି ନିଶାନା କରିବ ଏବଂ ରାଜନୈତିକ ଫାଇଦା ଗୋଟାଇବ ତାହା ଏବେ ବଡ଼ ପ୍ରଶ୍ନ ।

 

Previous Post

ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ

Next Post

ହରିଶ୍ଚନ୍ଦ୍ର ସହାୟତା ରାଶି ୧ ହଜାର ବୃଦ୍ଧି

Next Post
ହରିଶ୍ଚନ୍ଦ୍ର ସହାୟତା ରାଶି ୧ ହଜାର ବୃଦ୍ଧି

ହରିଶ୍ଚନ୍ଦ୍ର ସହାୟତା ରାଶି ୧ ହଜାର ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA