Tuesday, April 21, 2026 01:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାହା ସୁରକ୍ଷାରେ ବାବୁ ପ୍ରମୋଦ ପୃଷ୍ଟି?

ବିଏମସି ଇଜ୍ଜତ ମାଟିରେ ମିଶିଲାଣି

by Our Correspondent
22 Sep, 2022- 07:25 PM
in Latest News, News
1 min read
0
କାହା ସୁରକ୍ଷାରେ ବାବୁ ପ୍ରମୋଦ ପୃଷ୍ଟି?

ଭୁବନେଶ୍ୱର: ବିଏମସି ଦାୟିତ୍ୱରେ ଥିବା ବାବୁଜଣଙ୍କ ହାଇକୋର୍ଟରୁ ଆସୁଥିବା ଅର୍ଡରକୁ କମିସନରଙ୍କୁ ଅବଗତ କରାଉ ନ ଥିଲେ । ବାରମ୍ବାର ଆସୁଥିବା ଅର୍ଡର କପିକୁ ମୋଡ଼ି ମକଚି ଫାଇଲ ଗଦାରେ ଫିଙ୍ଗି ଦେଉଥିଲେ । ଯାହାର ଫଳ ଭୋଗିବାକୁ ପଡ଼ିଛି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କୁ । ହାଇକୋର୍ଟ ଆଦେଶ ଅବମାନନା ମାମଲାରେ ତାଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଛି ।

କଥାଟି କେତେ ସାଂଘାତିକ, ତାହା ନୂଆ କମିସନର ବୁଝିଛନ୍ତି । ଖାଲି ଏହି ଗୋଟିଏ ଘଟଣା ନୁହେଁ, ଏହି ବାବୁଙ୍କ ବିରୋଧରେ ଗଡୁଛି ଏମିତି ମାଳ ମାଳ ଅଭିଯୋଗ । କୁଆଡ଼େ ଏହି ବାବୁଙ୍କ ହାତସଫେଇ ପାଇଁ ବିଏମସି ଶହ ଶହ ମାମଲାରେ ହାରିଯାଉଛି । ଏପରିକି ପ୍ରତିପକ୍ଷକୁ ଜିତାଇବା ପାଇଁ ଜବର କାରସାଦି ହେଉଛି ।

ବିଏମସିର ଏହି କରିତକର୍ମା ଓଏଏସ୍ ବାବୁ ହେଉଛନ୍ତି ପ୍ରମୋଦ ପୃଷ୍ଟି । ଡେପୁଟି କମିସନର ଭାବେ ମାର୍କେଟ୍ ଏବଂ ଲିଗାଲ୍ ଦାୟିତ୍ୱରେ ଅଛନ୍ତି । ନେଇ ଆଣି ଥୋଇ ପାରୁଥିବା ଏହି ବାବୁଙ୍କ ବିରୋଧରେ ବର୍ଷ ବର୍ଷ ଧରି ବହୁତ ଅଭିଯୋଗ ଗଡ଼ି ଆସୁଛି । ଅପରାଧିକ ମାମଲାରେ ମଧ୍ୟ ତାଙ୍କ ନାଁ ଖାତାକୁ ଚଢ଼ିସାରିଛି । ହେଲେ ତାଙ୍କର କିଛି ତାଡ଼ି ହେଉନି । ବିଏମସିରେ ତାଙ୍କର ସିଟ୍ ହଲୁନାହିଁ । ବିଏମସି ଅଧସ୍ତନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବା ପଛର ରହସ୍ୟ କେହି ବୁଝିପାରୁନାହାନ୍ତି ।

ପ୍ରମୋଦ ପୃଷ୍ଟି ବିଏମସିରେ ଅବସ୍ଥାପିତ ହେବାର ଇତିମଧ୍ୟରେ ୪ ବର୍ଷ ପୂରିଗଲାଣି । ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ସେ ବିଏମସି ଡେପୁଟି କମିସନର ଭାବେ ଉତ୍ତର ଜୋନ୍ ଦାୟିତ୍ୱରେ ନିଯୁକ୍ତି ପାଇଥିଲେ । ତାଙ୍କର କିଛି ମାସର କାର୍ଯ୍ୟକଳାପରୁ ଭ୍ରଷ୍ଟାଚାର ଏବଂ ଦୁର୍ନୀତିର ଗନ୍ଧ ଆସିଥିଲା ।

ତାଙ୍କ ଅଫିସ୍ ରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ଜଣେ ଯୁବତୀ ତାଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଅଫିସ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜରିଆରେ ମାମଲାକୁ ଚପାଇ ଦିଆଯିବାରୁ ସଂପୃକ୍ତା ଯୁବତୀ ନ୍ୟାୟ ଭିକ୍ଷା କରି ଥାନାକୁ ଯାଇଥିଲେ । ମାତ୍ର ତକ୍ରାଳୀନ କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କର ହସ୍ତକ୍ଷେପରେ ମାମଲା ଚପିଗଲା । ଓଲଟି ଅଭିଯୋଗକାରିଣୀ ଧମକ ପାଇ ଚାକିରି ଛାଡ଼ିଦେଲେ ।

ଉତ୍ତର ଜୋନ୍ ର ଡେପୁଟି କମିସନର ଭାବେ ଶ୍ରୀ ପୃଷ୍ଟିଙ୍କ କାର୍ଯ୍ୟକାଳ ସମୟରେ ବିଏମସିର କୋଟି କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ ନ ହେବା ଏବଂ ତାହା ପଛରେ ମୋଟା ହାତଗୁଞ୍ଜା ଓ ଚଞ୍ଚକତାର ଅନେକ ଅଭିଯୋଗ ଆସିଥିଲା । ସେହି ଜୋନ୍ ରେ ଅନାଦେୟ କୋଟି କୋଟି ଟଙ୍କାର ବକେୟା ହୋଲଡିଂ ଟିକସ ତଥ୍ୟ ‘ମିଡ ଡେ ଓଡ଼ିଶା’ ହାତରେ ପଡ଼ିଥିଲା ।

ଯେମିତି କି.. ବ୍ୟବସାୟୀ ଗଜାନନ ଅଗ୍ରୱାଲ୍ ଙ୍କ ଉପରେ ୯୪ ଲକ୍ଷ ୯୬ ହଜାର ୨୪୪ ଟଙ୍କା, ଭାରତ ମୋଟର୍ସଅ ଉପରେ ୯୪ ଲକ୍ଷ ୩୩ ହଜାର ୩୩୨ ଟଙ୍କା, ଭାରତ ମୋଟର୍ସର ଅନ୍ୟ ଏକ ବିଲଡିଂ ଉପରେ ୬୧ ଲକ୍ଷ ୧୦ ହଜାର ୫୬୮ ଟଙ୍କା, ଆପେକ୍ସ ବି.ଟେକ୍ କଲେଜ ଉପରେ ୨ କୋଟି ୭୧ ଲକ୍ଷ ୫୮ ହଜାର ୭୬୮ ଟଙ୍କା, ବୀରେନ୍ଦ୍ର କୁମାର ଧାୱନ୍ ଙ୍କ ଉପରେ ୨୩ ଲକ୍ଷ ୯୧ ହଜାର ୪୪୦ ଟଙ୍କା, ରଣଜିତ୍ ସିଂହହଙ୍କ ଉପରେ ୩୪ ଲକ୍ଷ ୫୯ ହଜାର ୩୬୦ ଟଙ୍କା ।

ଏହାବାଦ୍ ମଞ୍ଚେଶ୍ୱର, ଚନ୍ଦକା ଓ ରସୁଲଗଡ଼ ଶିଳ୍ପାଞ୍ଚଳ ଉପରେ ବିଏମସିର ଟିକସ ବାବଦ ୧୫ କୋଟି ଟଙ୍କା ବାକି ପଡ଼ିଥିଲା । ଟିକସ ଆଦାୟ ପାଇଁ ସାଧାରଣ ଲୋକ ଉପରେ ତାଉ ଦେଖାଉଥିବା ପୃଷ୍ଟି ବାବୁ ଏହି ବ୍ୟବସାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ପାଇଁ ସେତେବେଳେ ନୋଟିସ୍ ଖଣ୍ଡେ ବି ପଠାଉ ନ ଥିଲେ ।

ପ୍ରମୋଦ ପୃଷ୍ଟିଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଥିଲା, ୱାର୍ଡ ଅଫିସ ପାଇଁ ୧ ଲକ୍ଷ ଟଙ୍କା ହିସାବରେ ଉତ୍ତର ଜୋନ୍ ର ୨୧ ଟି ୱାର୍ଡକୁ ଆସିଥିଲା ୨୧ ଲକ୍ଷ ଟଙ୍କା । ମାତ୍ର ତାହାର ହିସାବ ଦେଇ ନ ଥିଲେ । ରେକର୍ଡ ବି ମିଳିଲାନି । ସେହିଭଳି ଫନି ବାତ୍ୟାରେ ବିଧ୍ୱସ୍ତ ଭୁବନେଶ୍ୱରକୁ ସଜାଡ଼ିବା ପାଇଁ ପୃଷ୍ଟିଙ୍କ ହେପାଜତରେ ଆସିଥିବା ସବୁ ଅଗ୍ରୀମ ଟଙ୍କା ଆଡଜଷ୍ଟରେ ଗଡ଼ବଡ଼ ହୋଇଥିଲା । ଜଣେ ମହିଳା କ୍ୟାସିୟରଙ୍କ ବିରୋଧରେ ୫ ଲକ୍ଷରୁ ଅଧିକ ଟଙ୍କାର ତୋଷରପାତ ଅଭିଯୋଗ ଆସିଥିଲେ ମଧ୍ୟ ପୃଷ୍ଟିବାବୁ ପଦକ୍ଷେପ ନେଇ ନ ଥିଲେ । ତାଙ୍କ ଅମଳରେ ଡିମାଣ୍ଡ ରେଜିଷ୍ଟର ମେଣ୍ଟେନ୍ ରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ରହିଥିଲା ।

ତେବେ କେବଳ ବିଏମସି କାର୍ଯ୍ୟରେ ଦୃଷ୍ଟିଗୋଚର ନ ଥିଲେ ପ୍ରମୋଦ ପୃଷ୍ଟି । ୨୦୨୦ ନଭେମ୍ବରରେ ତାଙ୍କ ନାଁ ଟିଭି ଓ ଖବରକାଗଜର ହେଡଲାଇନ୍ ବନିଥିଲା । ତାଙ୍କ ଘରେ ଆଦିବାସୀ ନାବାଳିକା ଚାକରାଣୀଙ୍କୁ ଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପୃଷ୍ଟିଙ୍କ ୮୪ ବର୍ଷୀୟ ଶ୍ୱଶୁରଙ୍କୁ ଯାଜପୁର ପୁଲିସ ଗିରଫ କରିଥିବା ବେଳେ ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ଘରେ ଚାକରାଣୀ ରଖିଥିବା ପୃଷ୍ଟି ଫେରାର ହୋଇଯାଇଥିଲେ ।

ଏହି ମାମଲାରେ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ । ଜୋନାଲ୍ ଡେପୁଟି କମିସନ ପଦବୀରୁ ବଦଳି ହୋଇଥିଲେ ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ । ସେଠି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍କେଟ୍/ ଲିଗାଲ୍ ବିଭାଗ ଦାୟିତ୍ୱ ଧରାଇ ଏକପ୍ରକାର ପୁରସ୍କୃତ କରାଯାଇଥିଲା । ଏବେ ତାଙ୍କର କାର୍ଯ୍ୟକଳାପ ବିଏମସି କମିସନରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି । ଆଉ ଆଇନ ଲଢ଼େଇରେ ବିଏମସିର ଇଜ୍ଜତ ମାଟିରେ ମିଶିଗଲାଣି ।

ସୂଚନାଥାଉକି, ଭୁବନେଶ୍ୱରର ଲକ୍ଷ୍ମୀବିହାରର ୪ଟି ଲେନ୍ ରେ ୧୦୬ ପରିବାର ରହୁଥିଲା ବେଳେ ପ୍ରତ୍ୟେକ ଗଳିକୁ ଅଣଓସାରିଆ ରାସ୍ତା ଯୋଗୁ ଲୋକେ ଭୀଷଣ କଷ୍ଟ ଭୋଗୁଛନ୍ତି । ଏପରିକି ସେଠାକୁ ଆମ୍ବୁଲାନ୍ସ ଯାଇପାରୁନି । ବାସିନ୍ଧାମାନେ ବାରମ୍ବାର ବିଏମସିକୁ ଚିଠି ଲେଖି ନିରାଶ ହେବା ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ରାସ୍ତା ଚଉଡ଼ା କରିବାକୁ କୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ବିଏମସି ଶୁଣି ନ ଥିଲା । କୋର୍ଟ ଆଦେଶକୁ ବାରମ୍ବାର ଅବମାନନା କରିଥିଲା ବିଏମସି । ଶେଷରେ କମିସନରଙ୍କୁ ହାଇକୋର୍ଟ ବ୍ୟକ୍ତିଗତ ହାଜିରା ନୋଟିସ୍ ଦେଇଥିଲେ । କମିସନର ବ୍ୟକ୍ତିଭାବେ ହାଜର ହୋଇ ମାସେ ମଧ୍ୟରେ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Previous Post

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

Next Post

ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

Next Post
ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA