Wednesday, June 24, 2026 03:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏ ଘର ମାଉସୀ ସେ ଘର ପିଉସୀ

ବବି ଦାସଙ୍କ ନୂଆ ଅବତାର!!

by Our Correspondent
12 Apr, 2025- 08:36 PM
in Latest News, News, Politics
1 min read
0
ଏ ଘର ମାଉସୀ ସେ ଘର ପିଉସୀ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କ ପରେ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କୁ ବିଜେଡିର ତୃତୀୟ ସର୍ବଶକ୍ତିମାନ ନେତା କୁହାଯାଏ । ପାଣ୍ଡିଆନ ୧୦ ମାସ ତଳୁ ରାଜନୀତିରେ ନାହାନ୍ତି ବୋଲି ନବୀନ ବାବୁଙ୍କ ସ୍ପଷ୍ଟୀକରଣକୁ ବିଶ୍ୱାସ କଲେ ବବି ଏବେ ବିଜେଡିର ନମ୍ବର ଟୁ । ବିଡ଼ମ୍ବନା ହେଉଛି, ପାଣ୍ଡିଆନ୍ ଓ ବବିଙ୍କ ପାଇଁ ବିଜେଡିର ଆଜି ଏ ଦହନୀୟ ଅବସ୍ଥା ହୋଇଥିଲେ ମଧ୍ୟ ବବିଙ୍କୁ ଛାଡ଼ି ସମସ୍ତେ କେବଳ ପାଣ୍ଡିଆନଙ୍କ ପଛରେ ପଡ଼ିଛନ୍ତି । ଏହାର ସୁଯୋଗରେ ବବି କୁଆଡ଼େ ଏ ଘରେ ମାଉସୀ ସେ ଘରେ ପିଉସୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିରେ ତାଙ୍କର ନୂଆ ଅବତାର ରାଜନୈତିକ ଅନ୍ଦର ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ୱକଫ୍ ପ୍ରସଙ୍ଗରେ ଗଲା ସପ୍ତାହ ହେଲା ବିଜେଡିରେ ହଲଚଲ ହେଉଛି । ୱକଫ୍ ସଂଶୋଧନ ବିଲ୍ କୁ ବିରୋଧ କରାଯିବ ବୋଲି ନବୀନ ବାବୁ ପ୍ରଥମରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ଭୋଟିଂ ପୂର୍ବରୁ ଖେଳ କାହିଁକି ଓଲଟିଲା ବୋଲି ପ୍ରଶ୍ନ ଉଠିଛି । ରାଜ୍ୟସଭା ନେତା ସସ୍ମିତ୍ ପାତ୍ର ତାଙ୍କ ଏକ୍ସ ହାଣ୍ଡଲରେ ଅଚାନକ ବିବେକାନୁମୋଦିତ ଭୋଟ ପାଇଁ ଦଳୀୟ ବୋଲି ନିଷ୍ପତ୍ତି ଜଣାଇବା ପରଠୁ ଦଳରେ ଭୂମିକମ୍ପ ହୋଇଛି । ପାଣ୍ଡିଆନଙ୍କୁ ଦାୟୀ କରି ବରିଷ୍ଠ ନେତାମାନେ ଅସନ୍ତୋଷ ଝାଡୁଛନ୍ତି । ଏହା ବିଦ୍ରୋହର ରୂପ ନେଉଥିବା ଜାଣି ନବୀନ ବାବୁ ନାଲି ଆଖି ଦେଖାଇ ଚୁପ୍ କରିବାକୁ ଉଦ୍ୟମ କରିଛନ୍ତି ।

ଦଳରେ ଏହି ଘମାସାନ ବେଳେ ଅନେକ ବରିଷ୍ଠ ଓ ଯୁବ ନେତାଙ୍କୁ ଟିଭିରେ ଦେଖିବାକୁ ମିଳିଲା । କିଏ ନବୀନ ନିବାସ ତ କିଏ ଶଙ୍ଖ ଭବନ ଆଉ କିଏ ହୋଟେଲ କି କାହା ଘରେ ମେଳି କରୁଥିଲେ । ମାତ୍ର କୋଉଠି ବବି ଦାସଙ୍କୁ ଦେଖିବାକୁ ମିଳିଲା ନାହିଁ । ଏପରିକି ନବୀନଙ୍କ ସମର୍ଥନରେ ତାଙ୍କୁ ବାହାରିବାର କେହି ଦେଖିନାହାନ୍ତି । ତାଙ୍କର ଏକ୍ସ ହାଣ୍ଡଲ୍ ମଧ୍ୟ ନିରବ ରହିଛି । ଅବଶ୍ୟ ଗତକାଲି ଛେନାପୋଡ଼ ଦିବସରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଓଲଟି ବିପଦକୁ ବରଣ କରିଛନ୍ତି । ଦଳର ଅବସ୍ଥାକୁ ବବି ମନଭରି ଉପଭୋଗ କରୁଛନ୍ତି ଏବଂ ଛେନାପୋଡ଼ ଦେଖାଇ ଖତେଇ ହୋଇଥିବା ଅନେକ ତାଙ୍କୁ ଚିତ୍ରଣ କରିଛନ୍ତି ।

ଦଳର ଏହି ସଙ୍କଟ ସମୟରେ ବବି ଦାସ ସତରେ କ’ଣ ଅନ୍ତର୍ଦ୍ଧାନ? ଏହି ପ୍ରଶ୍ନ ସାଧାରଣ ବିଜେଡି କର୍ମୀଙ୍କୁ ମନକୁ ଆସୁଥିଲା ବେଳେ ସେ କିନ୍ତୁ ନବୀନ ନିବାସରୁ ସୂର୍ଯ୍ୟନଗର ଦେଇ ପଟିଆ ପର୍ଯ୍ୟନ୍ତ ସବୁଠି ସ୍ପର୍ଶ ଛାଡ଼ିଥିବା ଦଳୀୟ ନେତାଙ୍କ ଚର୍ଚ୍ଚାରୁ ଜଣାପଡ଼ିଛି । ସୂର୍ଯ୍ୟନଗରସ୍ଥିତ ଅଂଶୁମାନ ମହାନ୍ତିଙ୍କ ଘରେ “ପୁଅମେଳି’ ପଛରେ ତାଙ୍କର କୁଆଡ଼େ ଭୂମିକା ଥିଲା । ସେହିଭଳି ପଟିଆସ୍ଥିତ କ୍ରିଷ୍ଟାଲ୍ କ୍ରାଉନ୍ ହୋଟେଲରେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ସେ ଅଧିକ ଉତ୍ସାହିତ ଥିଲେ ବୋଲି କୁହାଗଲା ।

ଏପଟେ ପାଣ୍ଡିଆନ୍ ବଞ୍ଚାଓ, ଦେବାଶିଷ ହଟାଓ ଏବଂ ପାଣ୍ଡିଆନ ବଞ୍ଚାଓ, ପ୍ରଭାତ ତ୍ରିପାଠୀ ହଟାଓ କାର୍ଯ୍ୟକ୍ରମର ସେ ମନ୍ତ୍ରଣାଦାତା ବୋଲି ଚର୍ଚ୍ଚା ହେଲା । ନବୀନ ନିବାସ ସହ ନିରନ୍ତର ଯୋଗସୂତ୍ରରେ ରହି ସେ ଅଭିଯାନ ଚଳାଇଥିବା କୁହାଗଲା ।

ଏହିଭଳି ଭାବେ ବବି ଦାସଙ୍କ ସନ୍ଦିଗ୍ଧ ଦ୍ୱୈତ ଭୂମିକାକୁ ନେଇ ଦଳରେ ଟୁପୁରୁ ଟାପର ଚାଲିଥିବା ବେଳେ ଅନେକ ତାଙ୍କୁ ଏ ଘର ମାଉସୀ ସେ ଘର ପିଉସୀ ବୋଲି କଟାକ୍ଷ କରିଛନ୍ତି ।

ପାଣ୍ଡିଆନ ବିରୋଧୀ ଗୋଷ୍ଠୀର ଜଣେ ନେତାଙ୍କ କହିବାନୁଯାୟୀ, ବବି ଦାସ ପାଣ୍ଡିଆନଙ୍କ ଖାସ୍ ଭାବେ ନବୀନ ନିବାସରେ ଗେହ୍ଲା ପୁଅ ହୋଇ ରହିଥିବା ବେଳେ ପାଣ୍ଡିଆନଙ୍କ ବିରୋଧରେ ପାଟି ଖୋଲିବା ପାଇଁ ଏପଟେ ନେତାଙ୍କୁ ଉସୁକାଉଛନ୍ତି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ଭୂମିକାରେ ରହି ଦଳମତ ନିର୍ବିଶେଷରେ ସମସ୍ତଙ୍କ ବିଶ୍ୱାସଭାଜନ ହେବାକୁ ତାଙ୍କର ଚାଲ୍ । ଏହି ଚାଲ୍ ପଛରେ ତାଙ୍କର ଅଭିପ୍ରାୟକୁ ବୁଝି ହେଉଛି ବୋଲି ସେ କହିବା ସହ ଦଳୀୟ ପାଣ୍ଠି ବଳରେ ସେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ଦେଖୁଛନ୍ତି ବୋଲି କଟାକ୍ଷ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଦଳୀୟ ସଂଗଠନକୁ ନିଜ ହାତମୁଠାରେ ରଖିବା ପାଇଁ ବବି ଦାସଙ୍କ ଗୋଟିଚାଳନା ବିଜେଡି ମହଲରେ ଆଉ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବିଜେଡି ସାଂଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ସେ ନିଜ ସମର୍ଥକମାନଙ୍କୁ ଜିଲ୍ଲା ସଭାପତି ପଦରେ ବସାଇବାକୁ ଗୋଟିଚାଳନା କରୁଛନ୍ତି । ଖାସ୍ କରି ଖଣିଜ ସମ୍ପଦଭରା ଜିଲ୍ଲାଗୁଡ଼ିକୁ ଯେନତେନ ପ୍ରକାରେ ନିଜ ଅକ୍ତିଆରରେ ରଖିବା ପାଇଁ କୌଶଳ ଖଟାଇଛନ୍ତି । କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବବିଙ୍କ ବିରୋଧ ଯୋଗୁଁ ଅଟକି ରହିଛି । ତାଙ୍କର ପରମ ବନ୍ଧୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଜଣେ ସମର୍ଥକଙ୍କୁ ସଭାପତି ପଦରେ ବସାଇବାକୁ ସେ ଜିଦ୍ ଧରିଥିବାରୁ ନବୀନ ନିବାସକୁ କଥା ଯାଇଛି । ଏହା ଦଳରେ ଆଉ ଏକ ବିସ୍ଫୋରଣ ସୃଷ୍ଟି କରିବାକୁ ଯାଉଛି ବୋଲି ବିଜେଡି ମହଲରୁ ଜଣାପଡ଼ିଛି ।

Previous Post

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲେ ବିଧାୟିକା

Next Post

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

Next Post
ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA