Wednesday, June 24, 2026 05:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

ସୋଆ ଛାତ୍ରଛାତ୍ରୀଙ୍କୁ ନ୍ୟାୟମୂର୍ତୀ ସି.ଆର ଦାସଙ୍କ ଉପଦେଶ

by Our Correspondent
12 Apr, 2025- 08:57 PM
in News
1 min read
0
ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

ଭୁବନେଶ୍ୱର: ନିଜ ସ୍ୱାର୍ଥରୁ ଊଦ୍ଧ୍ୱର୍କୁ ଉଠି ଛାତ୍ରଛାତ୍ରୀମାନେ ନୈତିକ ମୂଲ୍ୟବୋଧ ଉପରେ ଅଧିକ ମନୋନିବେଶ କରିବା ଆବଶ୍ୟକ ଯାହାକି କେବଳ ସେମାନଙ୍କର ବ୍ୟକ୍ତିଗତ ଜୀବନ ନୁହେଁ ବରଂ ସମାଜ ଗଠନ ଉପରେ ପ୍ରଭାବ ପକାଇବ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଚିତ୍ତରଞ୍ଜନ ଦାସ ଶନିବାର ଏଠାରେ କହିଛନ୍ତି ।

ସ୍ୱାର୍ଥ ପାଇଁ ପ୍ରତିଯୋଗିତା, ଅନ୍ତହୀନ ତୂଳନା, ପଛରେ ପଡ଼ିଯିବା ଭୟ ଏଭଳି ମନୋଭାବ ଦୃଢ଼ମନାଙ୍କୁ ମଧ୍ୟ ଦୂର୍ବଳ କରି ଦେଇଥାଏ । କିନ୍ତୁ ସୃଷ୍ଟି ଉପରେ ବିଶ୍ୱାସ ରଖ, ନିଜ କାର୍ଯ୍ୟକୁ ବିଶ୍ୱସ୍ତ ଭାବେ କର ଏବଂ ସଚ୍ଚୋଟ ରାସ୍ତାରେ ଚାଲ । ସ୍ୱଚ୍ଛ ବ୍ୟକ୍ତିମାନଙ୍କୁ ସମସ୍ତେ ସହାୟକ ହୋଇଥାନ୍ତି ବୋଲି ନ୍ୟାୟମୂର୍ତୀ ଦାସ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ଉପଦେଶ ଦେଇଛନ୍ତି ।

ଶୃଙ୍ଖଳା, ଏକାଗ୍ରତା ଏବଂ ଲକ୍ଷ୍ୟ ଏଭଳି ଜୀବନର ୩ଟି ଶକ୍ତିଶାଳୀ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ ନ୍ୟାୟମୂର୍ତୀ ଦାସ କହିଛନ୍ତି ।

ସେ କହିଛନ୍ତି ଯେ ଜୀବନରେ ଶୃଙ୍ଖଳା ନ ରହିଲେ ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଏକାଗ୍ରତା ଦ୍ୱାରା ହିଁ ଲକ୍ଷ୍ୟ ପଥରେ ଆଗେଇ ହେବ । ତୁମର ଲକ୍ଷ୍ୟସ୍ଥଳ ହିଁ ସ୍ଥିର କରିଥାଏ ଯେ ତୁମେ କେଉଁଠାକୁ ଯିବ, କେବଳ ବୃତିଗତ ଭାବେ ନୁହେଁ, ମାତ୍ର ବ୍ୟକ୍ତିଗତ, ନୀତିଗତ ଏବଂ ଆତ୍ମିକ ଭାବେ ମଧ୍ୟ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍ଏନ୍ଆଇଏଲ୍)ର ଡିନ୍ ପ୍ରଫେସର ଏସ୍.ଏ.କେ ଆଜାଦ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।

ନୈତିକତା ଉପରେ ଗୁରୁତ୍ୱ ଦେଇ ନ୍ୟାୟମୂର୍ତୀ ଦାସ କହିଥିଲେ ଯେ ପାଠ୍ୟକ୍ରମ ଗୁରତ୍ୱପୂର୍ଣ୍ଣ ହୋଇପାରେ ମାତ୍ର ଏହା ସର୍ବସ୍ୱ ନୁହେଁ । ତେଣୁ ନୈତକତାକୁ ସବୁବେଳେ ନିଜ ସହିତ ଧରି ଚାଲିବା ଉଚିତ୍ । ଏକ ଉଦାହରଣ ଦେଇ ସେ କହିଥିଲେ ଯେ ଜଣେ ବିଜ୍ଞ ଆଇନଜୀବି ନୈତିକତା ବିନା ବି ମାମଲା ଜିତି ପାରନ୍ତି କିନ୍ତୁ ଏହା ଦ୍ୱାରା ସେ ମାନବିକ ମୂଲ୍ୟବୋଧରୁ ଦୂରେଇ ଯାଇଥାନ୍ତି ।

ମୁଁ କ’ଣ ହେବି ପ୍ରଶ୍ନ ନ କରି ମୁଁ କିଏ ହୋଇ ପାରିବି ବୋଲି ନିଜକୁ ପଚାରିବା ଆବଶ୍ୟକ ବୋଲି ସେ କହିଥିଲେ । ଅର୍ଥ ଗୁରୁତ୍ୱପୂର୍ଣ୍ଣ ତେବେ ଅଧିକ ଅର୍ଥ ଅଧିକ ଆନନ୍ଦ ଦେଇ ନଥାଏ । ପ୍ରକୃତ ସଫଳତା ନିଜ ହୃଦୟର ଶାନ୍ତିରୁ ହିଁ ମିଳିଥାଏ । କୌଣସି କାର୍ଯ୍ୟ ଛୋଟ କିମ୍ବା ବଡ଼ ନୁହେଁ । ମୂଖ୍ୟ କଥା ହେଉଛି ଆତ୍ମସନ୍ତୋଷ ।

ତୁମେ ବିଶ୍ୱ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିପାର । ନ୍ୟୁୟର୍କ, ଲଣ୍ଡନ ଅଥବା ଟୋକିଓରେ ଚାକିରି ପାଇପାର ତେବେ ବଜାରର ମୂଲ୍ୟ ଜୀବନର ମୂଲ୍ୟ ହୋଇ ନପାରେ । ନିଜର ଦକ୍ଷତା ବୃଦ୍ଧି କରିବା ସହ ନିଜ ଆତ୍ମସନ୍ତୋଷକୁ ବଜାୟ ରଖ ବୋଲି ନ୍ୟାୟମୂର୍ତୀ ଦାସ କହିଥିଲେ ।

କାର୍ଯ୍ୟକ୍ରମରେ ନ୍ୟାୟମୂର୍ତୀ ଦାସ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଅଭିପ୍ସା ଦାସଙ୍କୁ ସମ୍ମାନିତ କରାଯାଇଥିଲା ।

Previous Post

ଏ ଘର ମାଉସୀ ସେ ଘର ପିଉସୀ

Next Post

ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

Next Post
ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA