Friday, November 14, 2025 09:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଚଳନ୍ତା ସ୍କୁଟିରେ ମୁଣ୍ଡ-ଗଣ୍ଡି ଅଲଗା

ରାଜଧାନୀ ଛାତିରେ ବିଭତ୍ସ ହତ୍ୟା

by Our Correspondent
08 Jan, 2025- 08:06 PM
in Crime, Latest News, News
1 min read
0
ଚଳନ୍ତା ସ୍କୁଟିରେ ମୁଣ୍ଡ-ଗଣ୍ଡି ଅଲଗା

ଶରଣକୂଳରୁ ଧରାପଡ଼ିଲେ ୩ ଅଭିଯୁକ୍ତ

ଭୁୁବନେଶ୍ୱର: ଘଟଣାଟି ଅବିଶ୍ୱନୀୟ, ହୃଦୟ ବିଦାରକ ଆଉ ଜଘନ୍ୟ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସମଗ୍ର ଭୁବନେଶ୍ୱର ପୁଲିସ ଛାଉଣି ହୋଇଥିବା ବେଳେ ସହରର ଛାତି ରସୁଲଗଡ଼ ଫ୍ଲାଇ ଓଭର୍ ଉପରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ସ୍କୁଟି ଚଲାଇ ଆସୁଥିବା ସେହି ଯୁବକଙ୍କୁ ଦୁବୃର୍ତ୍ତମାନେ ଖଣ୍ଡାରେ ହାଣି ମୁଣ୍ଡ- ଗଣ୍ଡି ଅଲଗା କରିଦେଇଥିଲେ । ରାସ୍ତା ଉପରେ ଠାଏ ଯୁବକଙ୍କ ମୁଣ୍ଡ ଏବଂ ଆଉ ଠାଏ ଯୁବକଙ୍କ ଗଣ୍ଡି ସହ ରକ୍ତର ସୁଅ ଛୁଟିଥିଲା । ସକାଳ ୮ଟା ବେଳେ ବିଚ୍ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ବିଭତ୍ସ୍ୟ ଦୃଶ୍ୟ ଦେଖଣାହାରୀଙ୍କ ହୋସ୍ ଉଡ଼ାଇ ଦେଇଥିବା ବେଳେ ଦୁବୃର୍ତ୍ତମାନେ କିନ୍ତୁ ନିର୍ବିଘ୍ନରେ ଖସି ପଳାଇଥିଲେ । ଖବର ପାଇ ପୁଲିସ ସେଠାରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । କଡ଼ା ସୁରକ୍ଷା ବଳୟରେ ଥିବା ରାଜଧାନୀରେ ଆଜିର ଏହି ବିଭତ୍ସ୍ୟ ହତ୍ୟାକାଣ୍ଡ ସମସ୍ତଙ୍କୁ ବ୍ୟଥିତ କରିଛି ।

ବୀଭତ୍ସ ହତ୍ୟାର ଶିକାର ସେହି ଯୁବକ ହେଉଛନ୍ତି କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ଓରଫ୍ ଢ଼େଗ । ଭୁବନେଶ୍ୱର ସଫେଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରହିବା ସହ ପୁଲିସ ମିତ୍ର ଭାବେ କାର୍ଯ୍ୟ କରୁଥିଲେ ।

ଆଜି ସକାଳ ପ୍ରାୟ ୮ଟା ବେଳେ ସହଦେବ ତାଙ୍କ ସ୍କୁଟିରେ ବାଣୀବିହାର ପଟୁ ରସୁଲଗଡ଼ ଆଡ଼କୁ ଯାଉଥିଲେ । ରସୁଲଗଡ଼ ଫ୍ଲାଇ ଓଭର୍ ଉପରେ ଏକ ମଟରସାଇକେଲରେ ପିଛା କରୁଥିବା ଦୁଇଜଣ ଯୁବକ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ହାଣିଥିଲେ । ସେମାନଙ୍କ ଖଣ୍ଡାଚୋଟ ସିଧା ସହଦେବଙ୍କ ବେକରେ ପଡ଼ିବାରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଚଳନ୍ତା ସ୍କୁଟିରୁ ଖସିପଡ଼ିଥିଲା ମୁଣ୍ଡବିହୀନ ସହଦେବଙ୍କ ନିସ୍ତେଜ ଶରୀର । ଏହି ଜଘନ୍ୟ କାଣ୍ଡର ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ପୂର୍ବରୁ ଦୁବୃର୍ତ୍ତମାନେ ସେଠାରୁ ଚମ୍ପଟ ମାରିସାରିଥିଲେ ।

କେଦାରପଲ୍ଲୀ ବସ୍ତିରେ ବ୍ରାଉନ୍ ସୁଗାର କାରବାର ସମ୍ପର୍କରେ ସହଦେବ ପୁଲିସକୁ ଖବର ଦେଉଥିଲେ । ଏଥିପାଇଁ ତାଙ୍କର ବହୁତ ଶତ୍ରୁ ସୃଷ୍ଟି ହୋଇଥିଲେ । ତାଙ୍କୁ ହତ୍ୟା କରିବାକୁ ପୂର୍ବରୁ ବାରମ୍ବାର ଧମକ ଦିଆଯାଉଥିବା ନେଇ ସହଦେବ ଗଣମାଧ୍ୟମକୁ ପୂର୍ବରୁ ସୂଚନା ଦେଇଥିଲେ । ତେବେ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ବେଳେ ଦୁର୍ବୃତ୍ତମାନେ ପୁଲିସକୁ ଚାଲେଂଜ ଦେଇ ବିଚ୍ ମୁଖ୍ୟରାସ୍ତାରେ ହତ୍ୟା କରିବା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି ।

ସୂଚନାଯୋଗ୍ୟ, ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଗତକାଲିଠାରୁ ସମଗ୍ର ରାଜଧାନୀ ସହର ପୁଲିସ ଛାଉଣି ହୋଇଛି । ସମ୍ମିଳନୀ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ୫୦୦ରୁ ଅଧିକ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ୮୩ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ଅଛନ୍ତି । ସହରର ଗଳିକନ୍ଦିରେ ପୁଲିସ ଭ୍ୟାନ୍ ପଇଁତରା ମାରୁଛି ।

ଏଭଳି ସମୟରେ ମୁଖ୍ୟରାସ୍ତାରେ ଜଣେ ଯୁବକଙ୍କୁ ଦୁବୃର୍ତ୍ତମାନେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରିଦେବା ସମସ୍ତଙ୍କୁ ବିଚଳିତ କରୁଛି । ଏହା ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୂଚାଉଛି ତାହା ସମସ୍ତେ ସ୍ୱୀକାର କରିବେ । ପୁଲିସ ପ୍ରତି ଅପରାଧୀଙ୍କର ସାମାନ୍ୟତମ ଭୟ ନ ଥିବା ଏହି ଘଟଣା ସୂଚେଇ ଦେଇଛି । ନିକଟରେ ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଏକ ସୁନାଦୋକାନ ଲୁଟ୍ କରିବାକୁ ଆସି ଅପରାଧୀମାନେ ଦୁଇଜଣ ନିରୀହ ଯୁବକଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କ ମନରେ ସତେଜ ଥିଲା ବେଳେ ଆଜି ରାଜଧାନୀର ବିଭତ୍ସ ହତ୍ୟା ଘଟଣା ଆତଙ୍କ ଖେଳାଇ ଦେଇଛି ।

ଶରଣକୂଳରୁ ଧରାପଡ଼ିଲେ ୩ ଅଭିଯୁକ୍ତ

ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତ ଶେଷରେ କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି । ନୟାଗଡ଼ ଜିଲ୍ଲା ଶରଣକୂଳ ବଜାରରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ମହିଳା ଅଭିଯୁକ୍ତଙ୍କ ନାଁ ହେଉଛି ଲିପି ନାୟକ । ସେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଅନ୍ୟ ଦୁଇ ଯୁବକ ଲକ୍ଷ୍ମୀଧର ନାୟକ ଏବଂ ରକି ହେଉଛନ୍ତି ସୁପାରୀ କିଲର୍ । ଅଭିଯୁକ୍ତମାନେ ସମସ୍ତେ କେଦାରପଲ୍ଲୀ ବସ୍ତିର ।

ସୂଚନା ଅନୁଯାୟୀ, ଲିପି ନାୟକ ବ୍ରାଉନ୍ ସୁଗାର ବ୍ୟବସାୟରେ ସଂପୃକ୍ତ ଥିଲେ । ପୁଲିସ ମିତ୍ର ଭାବେ କାର୍ଯ୍ୟ କରୁଥିବାରୁ ସହଦେବ ତାହାକୁ ବିରୋଧ କରୁଥିଲେ ଏବଂ ପୁଲିସକୁ ଖବର ଦେଉଥିଲେ । ଏହି ଖବର ଆଧାରରେ ଲିପିକୁ ପୁଲିସ ଗିରଫ କରିଥିଲା । ଜାନୁଆରୀ ୫ ରେ ସେ ଜେଲରୁ ମୁକୁଳି ଥିଲେ । ତା’ ବ୍ୟବସାୟରେ ବାଧା ଦେଉଥିବାରୁ ସେ ସହଦେବକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଏବଂ ସେଥିପାଇଁ ଲକ୍ଷ୍ମୀଧର ଏବଂ ରକିଙ୍କୁ ନିୟୋଜିତ କରିଥିଲା । ଯୋଜନା ମୁତାବକ ଆଜି ସକାଳେ ସେମାନେ ଏକ ମଟରସାଇକେଲରେ ସହଦେବଙ୍କ ପିଛା କରି ରସୁଲଗଡ଼ ଫ୍ଲାଇଓଭର୍ ଉପରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ସେଇ ମଟରସାଇକେଲରେ ସମସ୍ତେ ଶରଣକୂଳ ପଳାଇଥିଲେ ।

 

Previous Post

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

Next Post

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Next Post
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA