Friday, April 17, 2026 09:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା’

ବିଜୁ ବାବୁଙ୍କ ଜୟନ୍ତୀରେ ନବୀନଙ୍କ ଶପଥ

by Our Correspondent
05 Mar, 2021- 12:10 PM
in Latest News, News
1 min read
0
‘ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା’

ଭୁବନେଶ୍ୱର: ମହାନ୍ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀରେ ଆଜି ରାଜ୍ୟବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମୁଖ୍ୟ ସମାରୋହରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁବାବୁଙ୍କର ଆଦର୍ଶ ଥିଲା ସେବା ଓ ସ୍ୱାଭିମାନ । ଓଡ଼ିଶାକୁ ବିକାଶରେ ପହଞ୍ଚାଇବା ଥିଲା ତାଙ୍କର ଲକ୍ଷ୍ୟ । ବିଜୁବାବୁଙ୍କର ଆଦର୍ଶ ଓ ଲକ୍ଷ୍ୟକୁ ପାଥେୟ କରି ଓଡ଼ିଶାବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା । ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ ।

ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ସମାବେଶକୁ ଭର୍ଚୁଆଲ୍ ସମ୍ବୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜୁବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନବୀନ କହିଥିଲେ,

ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି । 

ଆଜି ଯେତେବେଳେ ଗାଁର କଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହଉଛି, ତା ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅ ରେ ତା ଘର ଉଜ୍ଜ୍ଵଳ ଦିସୁଛି, ସେତେବେଳେ ତା ମୁହଁ ରେ ହସ ଆସୁଛି। ଆଉ ତାହା ହଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର ।

ଆଜି ଯେତେବେଳେ ମା ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ର ମା ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ଵଳ ଦିଶୁଛି। ସରକାରୀ ସ୍କୁଲ ରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହଉଛି ସେତେବେଳେ ଯୁବ ସମାଜ ର ସ୍ଵପ୍ନ ଦିଗନ୍ତ ପ୍ରସାରୀ ହଉଛି । କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜକୁ ପ୍ରତିଭାର ବିକାଶ ପାଇଁ ରାସ୍ତା ଦେଖାଉଛି ।

ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି । ଆସନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଚାରି କୋଟି ଓଡିଶା ବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା । ଓଡ଼ିଶାର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବା।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ କହିଥିଲେ, ବିଜୁବାବୁଙ୍କ ନୀତି, ଆଦର୍ଶକୁ ପାଥେୟ କରି ତାଙ୍କ ବାର୍ତ୍ତାକୁ ଉଜ୍ଜୀବିତ କରିବା ଆମ ଯୁବ ଛାତ୍ରଙ୍କ ଦାୟିତ୍ୱ । ଆମ ନେତା ନବୀନ ବାବୁଙ୍କ ଲାଇଫ୍ ଷ୍ଟାଇଲ୍ କଥା କମ, କାମ ବେଶୀ । ବିଜୁବାବୁଙ୍କ ଆଦର୍ଶ ଓ ନବୀନ ବାବୁଙ୍କ ନେତୃତ୍ୱରେ ଗଠିତ ବିଜେଡ଼ିକୁ ଆହୁରି ଅଧିକ ସୁସଂଗଠିତ କରିବା ଆମର ଗୁରୁ ଦାୟିତ୍ୱ । ଏଥିପାଇଁ ଆମ ସମସ୍ତେ ନିଜ ନିଜର ସ୍ୱାର୍ଥକୁ ବଳି ଦେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦେଇଛନ୍ତି ସେଥିପାଇଁ ଆମେ ଋଣୀ ହେବା କଥା । ଏବେ ତାଙ୍କୁ ଋଣ ସୁଝିବାର ସମୟ ବୋଲି ବବି କହିଥିଲେ ।

ସଭାରେ ଦଳର ଅନେକ ବରିଷ୍ଠ ନେତା, ସାଂସଦ ଓ ବିଧାୟକ ବିଜୁ ବାବୁଙ୍କ ସ୍ମୃତିଚାରଣ କରି ତାଙ୍କ ସ୍ୱପ୍ନର ଓଡ଼ିଶାକୁ ନବୀନ ବାବୁ ସାକାର କରୁଥିବା କହିଥିଲେ ।

ସକାଳ ୬ଟାରେ ବିଜୁ ଯୁବ ଓ ଛାତ୍ର ବାହିନୀ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଥିଲା । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ରାଲିର ନେତୃତ୍ୱ ନେଇଥିଲେ ।

 

Previous Post

ଆଜି ବିଜୁବାବୁଙ୍କ ପୂଣ୍ୟ ଜନ୍ମଦିନ

Next Post

୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ

Next Post
୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ

୩୦୦୦ 'ମୋ ସେବା କେନ୍ଦ୍ର' ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA