“ମୋ ସ୍ୱପ୍ନର ଆଗାମୀ ଓଡ଼ିଶାରେ କୌଣସି ଚାଷୀର କ୍ଷେତ ଶୁଷ୍କ ଶ୍ରୀହୀନ ରହିବ ନାହିଁ । ଜଳାଭାବରେ ସେମାନଙ୍କ କ୍ଷେତରୁ ଶସ୍ୟ ନଷ୍ଟ ହେବ ନାହିଁ । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ସମ୍ପର୍କରେ ପଦୁଟିଏ କଥା ବି ଶୁଣାଯିବନି । ନାରୀ ପୁରୁଷ ସମାନ ଭୂମିକାରେ ଅବତୀର୍ଣ୍ଣ ହେବେ । ପୁରୁଷ ସହିତ ସମାନ ଅଧିକାର, ସମାନ ସୁଯୋଗ ଲାଭ କରିପାରିବେ । ମୋ ରାଜ୍ୟର କୌଣସି ଶିଶୁ ଖାଦ୍ୟା ଭାବରେ କ୍ଲେଶ ଭୋଗିବ ନାହିଁ । କ୍ଷୁଧିତ ରହିବ ନାହିଁ କିମ୍ବା ଅପୁଷ୍ଟିର ଶିକାର ହେବ ନାହିଁ । ନିରକ୍ଷରତା ଓ ଅଜ୍ଞତା ମୋ ରାଜ୍ୟର ସୀମା ମାଡ଼ିବ ନାହିଁ । ଏହା ହିଁ ମୋର ଆଗାମୀ କାଲିର ସ୍ୱପ୍ନ, ଏକବିଂଶ ଶତାବ୍ଦୀର ସ୍ୱପ୍ନ । ”
ସ୍ୱର୍ଗତଃ ବିଜୁ ପଟ୍ଟନାୟକ